ପୁରୀ

‘ଇଣ୍ଡିଆ ବୁକ ରେକଡର୍‌ସ’ରେ ସ୍ଥାନ ପାଇଲେ କୋଣାର୍କର ସରିତା

କୋଣାର୍କ,୬।୨(ଜ୍ୟୋତିରାଜ ମହାନ୍ତି):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶିକ୍ଷିତ କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବରିଷ୍ଠ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଭାରତର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ଦେଶରେ ପ୍ରଥମ ଥର ପାଇଁ...

ସେବାୟତଙ୍କ ମଧ୍ୟରେ ତୁଟିଲା ବିବାଦ: ୩ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି

ପୁରୀ,୫।୨: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଶେଷରେ ସମାଧାନ ହୋଇଛି। ପରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ରବିବାର ରାତିର ଶତାଧିକ ଅଭଡ଼ା କୂଡ଼ୁଆ ବାହାରିଛି। ମାତ୍ର ଏହି ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ୩...

ରାତିସାରା ମହାପ୍ରଭୁ ଅନିଦ୍ରା! ସେବାୟତଙ୍କ ମଧ୍ୟରେ ଝଗଡା,ନୀତି ବିଳମ୍ବ

ପୁରୀ,୫।୨(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇନାହିଁ। ଫଳରେ ଶ୍ରୀବିଗ୍ରହମାନେ ସାରା ରାତି ଅନିଦ୍ରା ରହିଛନ୍ତି। ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନ ଥିବା ସୂଚନା...

ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ପୁରୀ, ୫ା୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଉତ୍ତରଦ୍ୱାର ତଥା ହସ୍ତୀଦ୍ୱାର ଗୁମୁଟରେ ଫାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳପାର୍ଶ୍ୱ ନିକଟରେ ଥିବା ପଦ୍ମପାଖୁଡାରେ ଅନେକ ଫାଟ ପରିଲକ୍ଷିତ ହୋଇଛି। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧି...

ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ,୪।୨: ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯେଉଁ ଅର୍ପଣ ରଥ ଗାଁଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରାଯାଇଥିଲା। ସେହି ଅର୍ପଣ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଛି । ରବିବାର ଉକ୍ତ ଚାଉଳ ମହାପ୍ରଭୁଙ୍କ ପାଖରେ...

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ

କଣାସ, ୪।୨ : ପୁରୀ ଜିଲା ପିପିଲି ସାତଶଙ୍ଖ ବଳଙ୍ଗାର ମୁଖ୍ୟ ରାସ୍ତାରେ ରୁପୁଦେଇପୁର ପେଟ୍ରୋଲ ଟାଙ୍କିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପେଟ୍ରୋଲ ପକାଇବାକୁ ଆସିଥିବା ଗ୍ରାହକ। ସୂଚନାଯୋଗ୍ୟ, ସାତସଙ୍ଖ ବଳଙ୍ଗା ମୁଖ୍ୟରାସ୍ତାରେ ଥିବା...

ପୁରୀରୁ ସୋନପୁରକୁ ଗଡ଼ିବ ଟ୍ରେନ୍‌

ପୁରୀ,୨ା୨: ଶ୍ରୀକ୍ଷେତ୍ର ପୁରୀରୁ ପାତାଳି ଶ୍ରୀକ୍ଷେତ୍ର ସୋନପୁରକୁ ଗଡ଼ିବ ଟ୍ରେନ୍‌। ସପ୍ତାହକୁ ଏହି ଟ୍ରେନ୍‌ ଥରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଏହି ଟ୍ରେନ୍‌ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨ା୨(ଅସମାପିକା ସାହୁ): ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବୁଧବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସ୍ପେସାଲ୍‌ ବାଟାଲିୟାନ୍‌ର ବିଭିନ୍ନ ବର୍ଗ...

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୩୧।୧: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସର୍ଗୀକୃତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନକୁ ଅନୁମୋଦନ ଦେଇଛନ୍ତି। ଏହି...

ଶ୍ରୀମନ୍ଦିରରେ ୨ ସେବାୟତଙ୍କ ଭିତରେ ମାରପିଟ୍‌

ପୁରୀ,୩୦।୧: ଶ୍ରୀମନ୍ଦିର ଭିତରେ ମଙ୍ଗଳବାର ଦୁଇ ସେବାୟତଙ୍କ ଭିତରେ ମାରପିଟ ହୋଇଛି। ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛିଛି। ମାରପିଟ ଘଟଣାରେ ଦୁଇଜଣ (ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତ) ଆହତ ହୋଇଛନ୍ତି। ସୂଚନା ଅନୁସାରେ...

ବୁଧବାର ବନକଲାଗି ନୀତି : ବନ୍ଦ ରହିବ ସାଧାରଣ ଦର୍ଶନ 

ପୁରୀ ୩୦।୧ : ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର  ଅନୁଷ୍ଠିତ ହେବ। ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟତଃ ୩ ରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।...

ସୁଖଦ ଅନୁଭୂତି ନେଇ ଫେରିଲେ ଭକ୍ତ

ପୁରୀ,୩୦ା୧(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଯେପରି ରାଜ୍ୟର ସମସ୍ତ ଜିଲାରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ସୁଖଦ ଅନୁଭୂତି ନେଇ ଫେରିବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri