ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୁରୀ ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କ ଗତ ୫ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଗତ ନିର୍ବାଚନରେ ହାରିଥିବା ଏମ୍‌ପି ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ। ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ତାଙ୍କ କାମ ବିଷୟରେ ଉଲ୍ଲେଖ କରିଛନ୍ତି।ଏହା ଉପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଭକ୍ତମାନେ ପୁରୀ ଜଗନ୍ନାଥ ଧାମରେ ପାଦ ଦିଅନ୍ତି। ୨୦୧୯ରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ରଖିଥିବା ବିଶ୍ବାସ ବଳ ଦେଇଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ମହାପ୍ରଭୁ ଜଗନ୍ନାଥ ତାଙ୍କଠାରୁ ପରୀକ୍ଷା ନେଇଥିଲେ। ତାଙ୍କୁ ଗତ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ପରେ ମଧ୍ୟ ସେ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଞ୍ଚା ଦେଇନାହାନ୍ତି। ବିନା କୌଣସି ପଦ ପଦବୀରେ ସେ ଲୋକ ସଭା କ୍ଷେତ୍ରର ଲୋକଙ୍କ ସେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ପିପିଲି, ସତ୍ୟବାଦୀ, ପୁରୀ, ବ୍ରହ୍ମଗିରି, ଚିଲିକା, ରଣପୁର ଓ ନୟାଗଡ଼ରେ ତାଙ୍କ ମାଧ୍ୟମରେ ହେଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ବିଷୟରେ ରିପୋର୍ଟ କାର୍ଡ ଜରିଆରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ଚନ୍ଦ୍ରିକା ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ବୟଫ୍ରେଣ୍ଡ ଭୀମସେନ

ବାରଙ୍ଗ,୨୩।୬: ବାରଙ୍ଗ ଥାନା ପୋଲିସ ମଙ୍ଗଳବାର ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ OAS ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି। ପୋଲିସ ଭୀମସେନଙ୍କୁ ୩…

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ବେକ କାଟି ବାପାଙ୍କୁ ହତ୍ୟା କଲା ପୁଅ

ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ  ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri