ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୁରୀ ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କ ଗତ ୫ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଗତ ନିର୍ବାଚନରେ ହାରିଥିବା ଏମ୍‌ପି ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ। ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ତାଙ୍କ କାମ ବିଷୟରେ ଉଲ୍ଲେଖ କରିଛନ୍ତି।ଏହା ଉପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଭକ୍ତମାନେ ପୁରୀ ଜଗନ୍ନାଥ ଧାମରେ ପାଦ ଦିଅନ୍ତି। ୨୦୧୯ରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ରଖିଥିବା ବିଶ୍ବାସ ବଳ ଦେଇଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ମହାପ୍ରଭୁ ଜଗନ୍ନାଥ ତାଙ୍କଠାରୁ ପରୀକ୍ଷା ନେଇଥିଲେ। ତାଙ୍କୁ ଗତ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ପରେ ମଧ୍ୟ ସେ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଞ୍ଚା ଦେଇନାହାନ୍ତି। ବିନା କୌଣସି ପଦ ପଦବୀରେ ସେ ଲୋକ ସଭା କ୍ଷେତ୍ରର ଲୋକଙ୍କ ସେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ପିପିଲି, ସତ୍ୟବାଦୀ, ପୁରୀ, ବ୍ରହ୍ମଗିରି, ଚିଲିକା, ରଣପୁର ଓ ନୟାଗଡ଼ରେ ତାଙ୍କ ମାଧ୍ୟମରେ ହେଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ବିଷୟରେ ରିପୋର୍ଟ କାର୍ଡ ଜରିଆରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ...

କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ...

୩ ମାସ ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର,୩ା୫(ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କର ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି...

କଂଗ୍ରେସ ଭୋଟ ସୁରକ୍ଷା ପ୍ରତିମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର,୩ା୫ (ପ୍ରମୋଦ କୁମାର ନାୟକ): ୨୦୨୪ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଛି।...

ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା,୩ା୫(ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ଜିଲାକୁ ବନ୍ୟା, ବାତ୍ୟା ସହ...

ବାଘ, ଭାଲୁଙ୍କ ପାଇଁ କୁଲର

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର):ବନ୍ୟପ୍ରାଣୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଏକ ସପ୍ତାହ ଧରି ସମ୍ବଲପୁରରେ...

୨ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଫେଲ୍‌

ଝୁମ୍ପୁରୀ,୩ା୫(ସରୋଜ ନାୟକ): ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଫେଲ୍‌ ମାରିଥିବା ଜଣାପଡ଼ିଛି। ଏହି ଦୁଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ବଦଳିଲେ ମିଶନଶକ୍ତି ସଚିବ

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ଗୁରୁବାର ବଦଳି କରାଯାଇଛି। ଭାଜପା ଅଭିଯୋଗକ୍ରମେ ଭାରତର ନିର୍ବାଚନ କମିଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri