ପୁରୀ

ନିର୍ମାଣ କାର୍ଯ୍ୟ ମାସେ ନ ପୂରୁଣୁ ରାସ୍ତାରେ ଫାଟ

ନିମାପଡ଼ା,୨୬।୧୦(ଡି.ଏନ୍‌.ଏ.): ନିର୍ମାଣ କାର୍ଯ୍ୟ ମାତ୍ର ୧ ମାସ ନ ପୂରୁଣୁ ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା କାର୍ଯ୍ୟ ନିମ୍ନମାନର ଏବଂ ଏଥିରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ନିମାପଡ଼ା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ବ୍ଲକ…

ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼

ପିପିଲି,୨୬।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍‌ଏସି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସ୍ଥାନୀୟ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ ଗୁରୁତର…

ଆକାଶଦୀପ ଵାଣ ଖସିପଡି ଗୋପଵନ୍ଧୁ ଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ, ୨୪।୧୦ (ଡି. ଏନ୍. ଏ)ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୀପାବଳିରେ ଅବସରରେ ଏହି ଅଘଟଣ କୁ ନେଇ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଘରର…

ଡକାୟତି ପାଇଁ କରୁଥିଲେ ଯୋଜନା, ବାନ୍ଧିଲା ପୋଲିସ

ପୁରୀ ଅଫିସ,୨୪।୧୦: ଡକାୟତି ଯୋଜନା କରୁଥିବାବେଳେ କୁମ୍ଭାରପଡ଼ା ଥାନା ପୋଲିସ ଦୁର୍ବୃତ୍ତଙ୍କୁ କାବୁ କରିନେଇଛି। ୪ ଦୁର୍ବୃତ୍ତଙ୍କ ସହ ସେମାନଙ୍କଠାରୁ ମାରଣାସ୍ତ୍ର, ଦୁଇଟି ଜୀବନ୍ତ ବୋମା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ରେଲୱେ କଲୋନୀର ଅନିଲ ନାୟକ,…

ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ ଅଫିସ, ୨୪।୧୦(ବ୍ୟୁରୋ): ପୁରୀ ଜିଲା ଅନ୍ତର୍ଗତ ପିପିଲି ବଜାରରେ ସୋମବାର ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସନାତନ ପ୍ରଧାନ। ତାଙ୍କ ଘର ପିପିଲି ଥାନା ଉଜାଣିପ ଗ୍ରାମରେ। ତାଙ୍କ ଜଙ୍ଘରେ ଗୁଳି ବାଜିଥିବା…

ସୂର୍ଯ୍ୟୋପରାଗ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ ଅଫିସ୍‌,୨୪।୧୦: ଦୀପାବଳି ଅମାବାସ୍ୟ ଅବସରରେ ସୋମବାର ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆଜି ହିଁ ଦୀପଦାନ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାରଫିଟା, ସାଢ଼େ ୨ଟାରୁ…

ବ୍ରତ ବିକିଲେ ସଂସାର ଚଳେ

ଗୋପ,୨୪।୧୦ (ଡି.ଏନ୍‌.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ ମଧ୍ୟ ପେଟ ପାଇଁ ସ୍ବାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ରତ ବିକ୍ରି କରିଥାନ୍ତି।…

ମା’ ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚା ଉଦ୍ଧାର

ପୁରୀ ଅଫିସ,୨୩ା୧୦: ଧନତେରସ ଭଳି ପବିତ୍ର ଦିନରେ ଶ୍ରୀମନ୍ଦିର ପରିସରସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି। ମହାଲକ୍ଷ୍ମୀଙ୍କ ସେବାୟତ ମଧୁସୂଦନ ସିଂହାରୀ ରବିବାର ଏହି ଧଳା ପେଚାକୁ ଉଦ୍ଧାର କରି ଏକ ବ୍ୟାଗ୍‌ ଯୋଗେ ଶ୍ରୀମନ୍ଦିର…

ଏପ୍ରିଲ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟ ସରିବ

ସାକ୍ଷୀଗୋପାଳ,୨୩।୧୦(ଡି.ଏନ୍‌.ଏ/ସ୍ବ.ପ୍ର.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟର…

ଅସ୍ତିତ୍ୱ ହରାଇଛି ରଘୁନନ୍ଦନ ପାଠାଗାର

ପୁରୀ ଅଫିସ,୨୩।୧୦:ପରିକ୍ରମା ପ୍ରକଳ୍ପ ଜମି ଅଧିଗ୍ରହଣରେ ଜଗନ୍ନାଥ ସଂସ୍କୃତିର ସର୍ବପୁରାତନ ପାଠାଗାର ରଘୁନନ୍ଦନ ଲାଇବ୍ରେରୀ ନିଜ ଅସ୍ତିତ୍ୱ ହରାଇଛି। ଯେଉଁ ପାଠାଗାର ଦିନେ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀଙ୍କ ସାଧନାର କେନ୍ଦ୍ର ଥିଲା, ସମ୍ପ୍ରତି ତାହା ବିଲୁପ୍ତ ହୋଇଯାଇଛି। ପରିକ୍ରମା ପ୍ରକଳ୍ପ ଅଧୀନରେ…

ମୁଖ୍ୟ ସଚିବଙ୍କ ସତ୍ୟବାଦୀ ଗସ୍ତ: ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ନେଇ ସମୀକ୍ଷା

ସାକ୍ଷୀଗୋପାଳ,୨୨ା୧୦(ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଓଡ଼ିଆ…

ପ୍ରାଚୀର ନିର୍ମାଣକୁ ନେଇ ଜନସ୍ବାର୍ଥ ମାମଲା

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଭାବେ ନୂତନ ପ୍ରାଚୀର ନିର୍ମାଣ କରାଯାଉଥିବା ଅଭିଯୋଗ ଅଣାଯାଇ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଏହି ମାମଲା (ନଂ. ୨୭୯୫୮/୨୦୨୨)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?