ସୂର୍ଯ୍ୟମନ୍ଦିର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

କୋଣାର୍କ,୨୮।୧୦(ଡି.ଏନ୍‌.ଏ.):ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିର, ଆନ୍ତର୍ଜାତିକ ବ୍ୟାଖ୍ୟାନ କେନ୍ଦ୍ରକୁ ଗୁରୁବାର ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନର ସଦସ୍ୟ ମଣ୍ତଳୀ ବୁଲି ଦେଖିଛନ୍ତି। ଏହି ଓଡ଼ିଶା ଭ୍ରମଣରେ ସାମିଲ ହୋଇଥିଲେ ଭିଏତନାମ, ମ୍ୟାନମାର, ଥାଇଲାଣ୍ତ, ଲାଓପିଡିଆର, ମାଲେସିଆ, ଇଣ୍ତୋନେସିଆ, ବୋର୍ନିଓର ରାଷ୍ଟ୍ରଦୂତ ସମୂହ। ସଦସ୍ୟ ମଣ୍ଡଳୀ ପ୍ରଥମେ କୋଣାର୍କରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସମର୍ଥ ବର୍ମା ରାଷ୍ଟ୍ରଦୂତମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପ୍ରାୟ ୩ ଘଣ୍ଟାର ଭ୍ରମଣ ସମୟରେ ବ୍ୟାଖ୍ୟାନ କେନ୍ଦ୍ରରେ ଓଡ଼ିଶାର ଐତିହ୍ୟ, ବୋଇତ ବନ୍ଦାଣ, ଭଗ୍ନ କୋଣାର୍କର ପୂର୍ବ ସ୍ଥିତିର ପ୍ରତିକାତ୍ମକ ପ୍ରସ୍ତର ଖୋଦେଇ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ସହ କୋଣାର୍କର ଇତିହାସ ସମ୍ବନ୍ଧୀୟ ସ୍ଥିରଚିତ୍ର ଦେଖି ବିମୋହିତ ହୋଇଥିଲେ। ଏହାପରେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ପ୍ରତ୍ନତାତ୍ତ୍ୱିକ ତଥ୍ୟ, ସୂର୍ଯ୍ୟ ଘଡି, ପୌରାଣିକ କାହାଣୀ, ଶାମ୍ବ ଓ ଧର୍ମପଦଙ୍କ କାହାଣୀ ଆଦି ଗାଇଡ୍‌ଙ୍କଠାରୁ ବୁଝିଥିଲେ। ଏଭଳି କାରୁକାର୍ଯ୍ୟ ଦେଖି ବିଶ୍ବରେ ବିରଳ ଓ ଅଦ୍ବିତୀୟ ବୋଲି ରାଷ୍ଟ୍ରଦୂତମାନେ କହିଥିଲେ। କୋଣାର୍କରୁ ଏକ ଭଲ ଅନୁଭୂତି ନେଇଯିବା ଓଡ଼ିଶାର ପର୍ଯ୍ୟଟନ ବିକାଶରେ ସହାୟକ ହେବ। ସୂର୍ଯ୍ୟମନ୍ଦିର ଦର୍ଶନ କରିବା ସହ ନିପୁଣ କାରୁକାର୍ଯ୍ୟ ଦେଖି ଖୁସିବ୍ୟକ୍ତ କରିଥିଲେ ଟିମ୍‌ ସଦସ୍ୟଗଣ। ଏହି ଗସ୍ତ ସମୟରେ ପୁରୀ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ମହାପାତ୍ର, ଗୋପ ତହସିଲଦାର ଏସ୍‌.କେ.ସାଗିର, ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ଏଏସ୍‌ଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ଆବାସ ଯୋଜନା କେଳେଙ୍କାରୀ

ମୋହନା,୭ା୭(ମନ୍ମଥ ମିଶ୍ର)ସରକାର ଆବାସ ଯୋଜନାରେ ଅସହାୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଉଛନ୍ତି। ହେଲେ କିଛି ଅସାଧୁ ନେତା ଓ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ...

ଚୁଆପାଣି ପିଉଛନ୍ତି କାଣ୍ଡସିଲିବାସୀ

ଟିକିରି,୫ା୨(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତରେ ରହିଛି କାଣ୍ଡସିଲି ଗ୍ରାମ ା ଏଠାରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ...

ମଦ ପିଇ ମା’ଙ୍କ ଜୀବନଗଲା, ପୁଅ ଗୁରୁତର

ବଡ଼ଗାଁ,୨୬।୭(ଡି.ଏନ୍‌.ଏ.): ରାଜ୍ୟରେ ମଦ ବିକ୍ରେତାଙ୍କୁ ପୁରସ୍କୃତ କରାଯିବା ପ୍ରସଙ୍ଗ ନେଇ ନବୀନ ସରକାରଙ୍କୁ ବିରୋଧୀ ସମାଲୋଚନା କରିଥିବାବେଳେ ମଦ ବିରୋଧୀ ସଂଗଠନ, ଗାଁ ଗହଳିର ମହିଳାମାନେ...

ସ୍ବତନ୍ତ୍ର କ୍ୟାବିନ୍‌ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୫।୧(ଡି.ଏନ୍‌.ଏ.): ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା...

ଆରମ୍ଭ ପୂର୍ବରୁ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୯।୧୨: ବିହନ ବୁଣିବା ବେଳକୁ ବର୍ଷାର ଦେଖାମିଳିଲାନି। କେଣ୍ଡା ବାହାରିବାଠାରୁ ଧାନ ପାଚିବା ଯାଏ ତୁହାକୁ ତୁହା ଲଘୁଚାପଜନିତ ଲଗାଣବର୍ଷା ଏବଂ ଡିସେମ୍ବରରେ ସାମୁଦ୍ରିକ...

ଟ୍ରକ ଧକ୍କାରେ ଗଲା ଦମ୍ପତିଙ୍କ ଜୀବନ

ଝୁମ୍ପୁରା,୮।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି।...

ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

ରାଇକିଆ, ୧।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବସ୍‌ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ବିଶ୍ରାମାଗାର ଜିଲାର ଏକ ପ୍ରମୁଖ ବସ୍‌ ଷ୍ଟାଣ୍ଡରେ...

ସ୍କୁଟି ଉପରେ ଚଢ଼ିଗଲା କ୍ରେନ୍‌: ଚାଲିଗଲା ୨ ଜୀବନ

ବାଲେଶ୍ୱର ଅଫିସ, ୨୩।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ରାମେଶ୍ୱର ମନ୍ଦିର ଛକରେ ବୁଧବାର ଅପରାହ୍ନ ୪ଟା ବେଳେ ଏକ ଅଚଳ ଟ୍ରକ୍‌କୁ କ୍ରେନ୍‌ ଦ୍ୱାରା...

Advertisement
Archives

Model This Week