ପୁରୀ

ଋଣ ନେଣଦେଣରେ ଦଲାଲ ସକ୍ରିୟ

ପୁରୀ ଅଫିସ,୧।୯: ଋଣରେ ଇକ୍ୟୁଏଟେଡ୍‌ ମନ୍ଥ୍‌ଲି ଇନ୍‌ଷ୍ଟଲମେଣ୍ଟ୍‌ (ଇଏମ୍‌ଆଇ) ବ୍ୟବସ୍ଥା ଲାଗୁ ହେବା ପରେ ବଜାରରେ ଅର୍ଥନୈତିକ ଉତ୍ସାହ ପରିଲକ୍ଷିତ ହୋଇଛି। ଲୋକେ ସୁଧ ସହ ଋଣ ଶୁଝିବାର ସହଜ ରାସ୍ତା ପାଇଛନ୍ତି। ଫଳରେ ବ୍ୟାଙ୍କିଂ ବ୍ୟବସ୍ଥା ଲାଭବାନ ହେବା ସହ…

ଆଜି ମହାଲକ୍ଷ୍ମୀ ପାଳିବେ ଋଷିପଞ୍ଚମୀ ବ୍ରତ

ପୁରୀ ଅଫିସ, ୧ା୯:ଶ୍ରୀମନ୍ଦିରରେ ଗୁରୁବାର ଋଷି ପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଶ୍ରୀଦେବୀ (ମହାଲକ୍ଷ୍ମୀ) ମାର୍କଣ୍ଡେୟ ଋଷିଙ୍କ ଆଶ୍ରମକୁ ଯାଇ ଋଷିପଞ୍ଚମୀ ବ୍ରତ ପାଳନ କରିବେ। ସକାଳ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ…

ଶ୍ରୀକ୍ଷେତ୍ରରେ ବାଲି ତୃତୀୟା ପାଳିତ

ପୁରୀ ଅଫିସ,୩୦ା୮- ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ବାଲି ତୃତୀୟା (ଗୌରୀ ବ୍ରତ) ପାଳିତ ହୋଇଯାଇଛି। ଗଣେଶ ପୂଜାର ପୂର୍ବ ଦିନ ଏହି ବ୍ରତ ପାଳନ କରାଯାଇଥାଏ। ବିଭିନ୍ନ ନଦୀ ଓ ପୁଷ୍କରିଣୀ କୂଳରେ ମହିଳା ଏବଂ ଯୁବତୀମାନେ…

ପୁରୀ ଜେଲରେ ଗ୍ୟାଙ୍ଗ୍‌ଓ୍ବାର

ପୁରୀ ଅଫିସ,୩୦।୮:ପୁରୀ ଜେଲରେ ସୋମବାର ଗ୍ୟାଙ୍ଗଓ୍ବାର ଘଟିଛି। ଏହି ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଧୀରେନ୍ଦ୍ର ବରାଳ ଓରଫ ପପୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କର ପ୍ରତିପକ୍ଷ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ପପୁଙ୍କୁ…

ଯାଞ୍ଚ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ ଅଫିସ,୨୯।୮: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭରେ ଥିବା କିଛି ସୂକ୍ଷ୍ମ ଫାଟକୁ ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଫାଟ ୧୯୭୦-୭୫ ମସିହାଠାରୁ ଦେଖିବାକୁ ମିଳୁଥିବା ଶ୍ରୀମନ୍ଦିରର କେତେଜଣ ସେବାୟତ କହିଛନ୍ତି। ତେବେ ଦୀର୍ଘବର୍ଷ ଧରି ସେହି ସ୍ଥାନଗୁଡ଼ିକୁ ମରାମତି…

ହଜିଯାଉଛି ଯାତ୍ରୀପଟ୍ଟି ପରମ୍ପରା

ପୁରୀ ଅଫିସ,୨୯।୮: ଆଧୁନିକତା ଛାପରେ ଶ୍ରୀକ୍ଷେତ୍ରରେ ଯାତ୍ରୀପଟ୍ଟି ପରମ୍ପରା ବିଲୁପ୍ତ ହେବାକୁ ବସିଲାଣି। ଦିନେ ଶ୍ରୀଜଗନ୍ନାଥ ପରମ୍ପରାର ବାର୍ତ୍ତାବାହ ସାଜିଥିବା ଯାତ୍ରୀପଟ୍ଟି ସମ୍ପ୍ରତି ନିଜ ପ୍ରାସଙ୍ଗିକତା ହରାଇବାକୁ ବସିଲାଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ କୌଳିକ ପଣ୍ଡାମାନେ ମହାପ୍ରସାଦ…

ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି ‘ଟ୍ରାନ୍ସମେଲ’

ପୁରୀ ଅଫିସ,୨୮।୮: ଦେଶରେ ସମସ୍ତ ନାଗରିକଙ୍କୁ ନିଜସ୍ବ ହିସାବରେ ବଞ୍ଚତ୍ବାର ଅଧିକାର ଦିଆଯାଇଛି। ଜଣେ ସାଧାରଣ ନାଗରିକ ସମାଜରେ ଯେମିତି ସମ୍ମାନର ସହିତ ବଞ୍ଚୁଛି, ଠିକ୍‌ ସେମିତି ଜଣେ ଟ୍ରାନ୍ସ ଜେଣ୍ଡର ତଥା ତୃତୀୟ ନାଗରିକ ମଧ୍ୟ ସେମିତି ବଞ୍ଚତ୍ପାରିବେ। ହେଲେ…

ବନ୍ୟା ଧୋଇ ନେଲା ଖରିଫ ଫସଲ

ଅସ୍ତରଙ୍ଗ,(ଡି.ଏନ୍‌.ଏ.)୨୮।୮: ପୁରୀ ଜିଲାରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏବେ ବନ୍ୟାଜଳର ସ୍ତର କମିଯାଇଥିଲେ ମଧ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେ ବି ଲୋକେ ପାଣିଘେରରେ ରହୁଥିବା ବେଳେ ଗ୍ରାମକୁ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ସହ…

ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ନୀତି

ପୁରୀ ଅଫିସ,୨୮।୮: ଭାଦ୍ରବ ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ରୀତିନୀତି ଅନୁସାରେ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି ସମ୍ପନ୍ନ ହୋଇଛି। ଶନିବାର ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ହୋଇ ପାଣିପଡ଼ିବା ପରେ ଅମାବାସ୍ୟା ନାରାୟଣଙ୍କ…

ମହାପ୍ରଭୁଙ୍କୁ ଲାଗି ହେଲା ସପ୍ତପୁରୀ ଭୋଗ

ପୁରୀ ଅଫିସ,୨୭।୮- ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଶନିବାର ଶ୍ରୀମନ୍ଦିର ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସପ୍ତପୁରୀ (ସାତପୁରୀ) ବିଶିଷ୍ଟ ପିଠା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କଠାରେ ଭୋଗଲାଗି କରାଯାଇଛି। ଏଥିସହ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣଙ୍କ ଲୀଳାରେ ବସ୍ତ୍ରହରଣ ନୀତି…

ହୋଟେଲ ଛାତରୁ ଖସି ପଡି ଚାଲିଗଲା ଜୀବନ

ପୁରୀ ଅଫିସ,୨୬।୮: ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ ଘଟିଛି। ଗୁରୁବାର ରାତିରେ ହୋଟେଲର ଝରକା ଖୋଲିବାକୁ ଚେଷ୍ଟା କରି ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧୀନ ଗଙ୍ଗପୁର ଅଞ୍ଚଳର…

ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ଆସିବ

ପୁରୀ ଅଫିସ, ୨୬ା୮:ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ତାଡ଼ରେ ସାତପୁର ଦିଆ ପିଠା ଭୋଗ କରାଯାଇଥାଏ। ତେଣୁ ତାଡ଼ଗୁଡ଼ିକୁ ସାତପୁରୀ ତାଡ଼ ବୋଲି କୁହାଯାଏ। ଶନିବାର ସପ୍ତପୁରୀ ଅମାବାସ୍ୟା ପଡୁଛି। ଏହା ପୂର୍ବଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri