ହଜିଯାଉଛି ଯାତ୍ରୀପଟ୍ଟି ପରମ୍ପରା

ପୁରୀ ଅଫିସ,୨୯।୮: ଆଧୁନିକତା ଛାପରେ ଶ୍ରୀକ୍ଷେତ୍ରରେ ଯାତ୍ରୀପଟ୍ଟି ପରମ୍ପରା ବିଲୁପ୍ତ ହେବାକୁ ବସିଲାଣି। ଦିନେ ଶ୍ରୀଜଗନ୍ନାଥ ପରମ୍ପରାର ବାର୍ତ୍ତାବାହ ସାଜିଥିବା ଯାତ୍ରୀପଟ୍ଟି ସମ୍ପ୍ରତି ନିଜ ପ୍ରାସଙ୍ଗିକତା ହରାଇବାକୁ ବସିଲାଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ କୌଳିକ ପଣ୍ଡାମାନେ ମହାପ୍ରସାଦ ସହ ଯାତ୍ରୀପଟ୍ଟି ଭେଟି ଦେଉଥିଲେ। ଉଭୟ ଶ୍ରୀମନ୍ଦିର ବେଢ଼ା ଓ ବାହାରେ ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ ଯାତ୍ରୀପଟ୍ଟି ବିକ୍ରି କରାଯାଉଥିଲା। ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ଏକ ଯାତ୍ରୀପଟ୍ଟି ମାହାଲ ଥିଲା। ଏହା ଚକଡ଼ା ମହଲ ଓ ବେଢା ମହଲ ଭାବେ ପରିଚିତ ଥିଲା। ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସିଲେ ଏଠାରୁ ଖରିଦ କରି ନେଉଥିଲେ। ମାତ୍ର ସମୟକ୍ରମେ ଏହି ପରମ୍ପରା ବନ୍ଦ ହୋଇଯାଇଛି। ଯାତ୍ରୀପଟ୍ଟି କେବଳ ସଂଗ୍ରହାଳୟରେ ସୀମିତ ହୋଇରହିଛି।
ବିଶାରଦ ଦେବୀ ନନ୍ଦ କହିଛନ୍ତି, ୧୦ ବର୍ଷ ପୂର୍ବରୁ ଯାତ୍ରୀପଟ୍ଟି ପରମ୍ପରା ରହିଥିଲା। ଖୁବ୍‌ କମ୍‌ ଲୋକ ଯାତ୍ରୀପଟ୍ଟି ପ୍ରସ୍ତୁତ କରୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନ ଥିଲା। ମାତ୍ର ସଂପ୍ରତି ଏହି ପରମ୍ପରା କେବଳ ପୁରୀ ଜିଲାର ରଘୁରାଜପୁରରେ ବଞ୍ଚି ରହିଛି। ପାରମ୍ପରିକ ପଟ୍ଟି ନିର୍ମାଣ ପାଇଁ ପ୍ରଥମେ କନାରେ ଖଡ଼ିଗୁଣ୍ଡ ଓ ତେନ୍ତୁଳି ମଞ୍ଜି ଘଷାଯାଇ ପଟ୍ଟି ପ୍ରସ୍ତୁତ କରାଯାଇଥାଏ। ତାହାରି ଉପରେ କାରୁକାର୍ଯ୍ୟ କରାଯାଏ। ଯାତ୍ରୀ ପଟ୍ଟିର ସ୍ବତନ୍ତ୍ରତା ରହିଛି। ଏବେ ଅନେକ ପଟ୍ଟଚିତ୍ର ନିର୍ମାଣ କରାଯାଉଥିଲେ ମଧ୍ୟ ଠିଆଗୋଡ଼ିଆ ଯାତ୍ରୀପଟ୍ଟିକୁ ଶ୍ରଦ୍ଧାଳୁ ଖୋଜୁଛନ୍ତି। ଏଥିରେ ଶ୍ରୀମନ୍ଦିର, ପାର୍ଶ୍ୱ ଦେବଦେବୀ ମନ୍ଦିରଠାରୁ ଆରମ୍ଭ କରି ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ପର୍ଯ୍ୟନ୍ତ କାରୁକାର୍ଯ୍ୟ ଗୋଟିଏ ପଟ୍ଟିରେ କରାଯାଇଥାଏ। ବିଶେଷକରି ଠିଆଗୋଡ଼ିଆ ଯାତ୍ରୀପଟ୍ଟି ବ୍ୟତୀତ ଚଉକ, ଗୋଲ, ଠିକିରି, ପାନପତ୍ରି ଭଳି ଭିନ୍ନ ଭିନ୍ନ ପ୍ରକାର ଯାତ୍ରୀପଟ୍ଟି ମିଳୁଥିଲା। ସେସବୁ ଏବେ ବିଲୁପ୍ତ। ପ୍ରଖ୍ୟାତ ଗବେଷକ ଆର୍‌. ଏଲ୍‌. ମିତ୍ର ଯାତ୍ରୀପଟ୍ଟି ସମ୍ପର୍କରେ ଲେଖିଛନ୍ତି, ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ଫେରିବା ସମୟରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ସହ ବେତମାଳି ଓ ମହାପ୍ରସାଦ କିଣି ନେଉଥିଲେ। ଏହାଦ୍ୱାରା ଜଗନ୍ନାଥ ଧର୍ମ ଓ ପାରମ୍ପରିକ କଳାର ପ୍ରସାର ପଥ ସୁଗମ ହେଉଥିଲା। ଏ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଅଣସରରେ ପଟ୍ଟଚିତ୍ର କରୁଥିବା ଚିତ୍ରକରମାନେ ହିଁ ଯାତ୍ରୀପଟ୍ଟି କାରୁକାର୍ଯ୍ୟ କରୁଥିଲେ। ସମୟକ୍ରମେ ବୈଷ୍ଣବ ଭକ୍ତମାନେ ପ୍ରଭାବିତ ହୋଇ ଶ୍ରୀଜଗନ୍ନାଥଙ୍କ ଚିତ୍ର ସହ କୃଷ୍ଣଲୀଳା ଏବଂ ଅନ୍ୟାନ୍ୟ ପୌରାଣିକ ବିଷୟବସ୍ତୁର ପଟ୍ଟଚିତ୍ର ଆଙ୍କୁଥିଲେ। ସେବାୟତ ଓ ପଣ୍ଡାମାନଙ୍କର ଏହା ରୋଜଗାରର ଅନ୍ୟତମ ମାଧ୍ୟମ ଥିଲା। ସେହିଭଳି କାଗଜରେ ମଧ୍ୟ ଯାତ୍ରୀପଟ୍ଟି ପ୍ରସ୍ତୁତ ହେଉଥିଲା। ତେବେ ଏହା ଅପେକ୍ଷାକୃତ ଭାବେ ଛୋଟ ଥିଲା। ଶ୍ରୀମନ୍ଦିର ପରମ୍ପରା ଓ ବିଭିନ୍ନ ନୀତିକାନ୍ତିକୁ ଯାତ୍ରୀପଟ୍ଟି ମାଧ୍ୟମରେ ଚମତ୍କାର ଭାବେ ବର୍ଣ୍ଣନା କରାଯାଇପାରୁଥିଲା। ଏହାକୁ ପୁଣି ଥରେ ପ୍ରୋତ୍ସାହିତ କରିବାର ସମୟ ଆସିଛି ବୋଲି ଡ. ମିଶ୍ର କହିଛନ୍ତି। ସେହିପରି ସଂସ୍କୃତିପ୍ରେମୀ ବଦ୍ରି ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପଟ୍ଟଚିତ୍ର ମହଲକୁ ପୁଣି ଥରେ ଆରମ୍ଭ କରିବା ଆବଶ୍ୟକ। ଏହା ଦ୍ୱାରା ଆମେ ଯାତ୍ରୀପଟ୍ଟି କାରୁକାର୍ଯ୍ୟକୁ ଲୋକଲୋଚନକୁ ଆଣିପାରିବା। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ପଟ୍ଟଚିତ୍ର ପରମ୍ପରା ଉଜ୍ଜୀବିତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ପ୍ରୟାସ କରିଆସିଛି। ଯାତ୍ରୀପଟ୍ଟି ପରମ୍ପରା ଶ୍ରୀମନ୍ଦିରର ପ୍ରଚାର ପ୍ରସାର ଦିଗରେ ସହାୟକ ହୋଇଛି। ଏବେ ପଟ୍ଟଚିତ୍ର କ୍ଷେତ୍ରରେ କାରୁକାର୍ଯ୍ୟ ଆଗକୁ ଯାଇଛି ଓ ଆହୁରି ଉନ୍ନତି ଆସିବ। ଯାତ୍ରୀପଟ୍ଟି ପରମ୍ପରା ବଞ୍ଚାଇ ରଖିବା ସହ ପ୍ରୋତ୍ସାହିତ କରାଯିବା ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?