ହଜିଯାଉଛି ଯାତ୍ରୀପଟ୍ଟି ପରମ୍ପରା

ପୁରୀ ଅଫିସ,୨୯।୮: ଆଧୁନିକତା ଛାପରେ ଶ୍ରୀକ୍ଷେତ୍ରରେ ଯାତ୍ରୀପଟ୍ଟି ପରମ୍ପରା ବିଲୁପ୍ତ ହେବାକୁ ବସିଲାଣି। ଦିନେ ଶ୍ରୀଜଗନ୍ନାଥ ପରମ୍ପରାର ବାର୍ତ୍ତାବାହ ସାଜିଥିବା ଯାତ୍ରୀପଟ୍ଟି ସମ୍ପ୍ରତି ନିଜ ପ୍ରାସଙ୍ଗିକତା ହରାଇବାକୁ ବସିଲାଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ କୌଳିକ ପଣ୍ଡାମାନେ ମହାପ୍ରସାଦ ସହ ଯାତ୍ରୀପଟ୍ଟି ଭେଟି ଦେଉଥିଲେ। ଉଭୟ ଶ୍ରୀମନ୍ଦିର ବେଢ଼ା ଓ ବାହାରେ ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ ଯାତ୍ରୀପଟ୍ଟି ବିକ୍ରି କରାଯାଉଥିଲା। ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ଏକ ଯାତ୍ରୀପଟ୍ଟି ମାହାଲ ଥିଲା। ଏହା ଚକଡ଼ା ମହଲ ଓ ବେଢା ମହଲ ଭାବେ ପରିଚିତ ଥିଲା। ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସିଲେ ଏଠାରୁ ଖରିଦ କରି ନେଉଥିଲେ। ମାତ୍ର ସମୟକ୍ରମେ ଏହି ପରମ୍ପରା ବନ୍ଦ ହୋଇଯାଇଛି। ଯାତ୍ରୀପଟ୍ଟି କେବଳ ସଂଗ୍ରହାଳୟରେ ସୀମିତ ହୋଇରହିଛି।
ବିଶାରଦ ଦେବୀ ନନ୍ଦ କହିଛନ୍ତି, ୧୦ ବର୍ଷ ପୂର୍ବରୁ ଯାତ୍ରୀପଟ୍ଟି ପରମ୍ପରା ରହିଥିଲା। ଖୁବ୍‌ କମ୍‌ ଲୋକ ଯାତ୍ରୀପଟ୍ଟି ପ୍ରସ୍ତୁତ କରୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନ ଥିଲା। ମାତ୍ର ସଂପ୍ରତି ଏହି ପରମ୍ପରା କେବଳ ପୁରୀ ଜିଲାର ରଘୁରାଜପୁରରେ ବଞ୍ଚି ରହିଛି। ପାରମ୍ପରିକ ପଟ୍ଟି ନିର୍ମାଣ ପାଇଁ ପ୍ରଥମେ କନାରେ ଖଡ଼ିଗୁଣ୍ଡ ଓ ତେନ୍ତୁଳି ମଞ୍ଜି ଘଷାଯାଇ ପଟ୍ଟି ପ୍ରସ୍ତୁତ କରାଯାଇଥାଏ। ତାହାରି ଉପରେ କାରୁକାର୍ଯ୍ୟ କରାଯାଏ। ଯାତ୍ରୀ ପଟ୍ଟିର ସ୍ବତନ୍ତ୍ରତା ରହିଛି। ଏବେ ଅନେକ ପଟ୍ଟଚିତ୍ର ନିର୍ମାଣ କରାଯାଉଥିଲେ ମଧ୍ୟ ଠିଆଗୋଡ଼ିଆ ଯାତ୍ରୀପଟ୍ଟିକୁ ଶ୍ରଦ୍ଧାଳୁ ଖୋଜୁଛନ୍ତି। ଏଥିରେ ଶ୍ରୀମନ୍ଦିର, ପାର୍ଶ୍ୱ ଦେବଦେବୀ ମନ୍ଦିରଠାରୁ ଆରମ୍ଭ କରି ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ପର୍ଯ୍ୟନ୍ତ କାରୁକାର୍ଯ୍ୟ ଗୋଟିଏ ପଟ୍ଟିରେ କରାଯାଇଥାଏ। ବିଶେଷକରି ଠିଆଗୋଡ଼ିଆ ଯାତ୍ରୀପଟ୍ଟି ବ୍ୟତୀତ ଚଉକ, ଗୋଲ, ଠିକିରି, ପାନପତ୍ରି ଭଳି ଭିନ୍ନ ଭିନ୍ନ ପ୍ରକାର ଯାତ୍ରୀପଟ୍ଟି ମିଳୁଥିଲା। ସେସବୁ ଏବେ ବିଲୁପ୍ତ। ପ୍ରଖ୍ୟାତ ଗବେଷକ ଆର୍‌. ଏଲ୍‌. ମିତ୍ର ଯାତ୍ରୀପଟ୍ଟି ସମ୍ପର୍କରେ ଲେଖିଛନ୍ତି, ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ଫେରିବା ସମୟରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ସହ ବେତମାଳି ଓ ମହାପ୍ରସାଦ କିଣି ନେଉଥିଲେ। ଏହାଦ୍ୱାରା ଜଗନ୍ନାଥ ଧର୍ମ ଓ ପାରମ୍ପରିକ କଳାର ପ୍ରସାର ପଥ ସୁଗମ ହେଉଥିଲା। ଏ ନେଇ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଅଣସରରେ ପଟ୍ଟଚିତ୍ର କରୁଥିବା ଚିତ୍ରକରମାନେ ହିଁ ଯାତ୍ରୀପଟ୍ଟି କାରୁକାର୍ଯ୍ୟ କରୁଥିଲେ। ସମୟକ୍ରମେ ବୈଷ୍ଣବ ଭକ୍ତମାନେ ପ୍ରଭାବିତ ହୋଇ ଶ୍ରୀଜଗନ୍ନାଥଙ୍କ ଚିତ୍ର ସହ କୃଷ୍ଣଲୀଳା ଏବଂ ଅନ୍ୟାନ୍ୟ ପୌରାଣିକ ବିଷୟବସ୍ତୁର ପଟ୍ଟଚିତ୍ର ଆଙ୍କୁଥିଲେ। ସେବାୟତ ଓ ପଣ୍ଡାମାନଙ୍କର ଏହା ରୋଜଗାରର ଅନ୍ୟତମ ମାଧ୍ୟମ ଥିଲା। ସେହିଭଳି କାଗଜରେ ମଧ୍ୟ ଯାତ୍ରୀପଟ୍ଟି ପ୍ରସ୍ତୁତ ହେଉଥିଲା। ତେବେ ଏହା ଅପେକ୍ଷାକୃତ ଭାବେ ଛୋଟ ଥିଲା। ଶ୍ରୀମନ୍ଦିର ପରମ୍ପରା ଓ ବିଭିନ୍ନ ନୀତିକାନ୍ତିକୁ ଯାତ୍ରୀପଟ୍ଟି ମାଧ୍ୟମରେ ଚମତ୍କାର ଭାବେ ବର୍ଣ୍ଣନା କରାଯାଇପାରୁଥିଲା। ଏହାକୁ ପୁଣି ଥରେ ପ୍ରୋତ୍ସାହିତ କରିବାର ସମୟ ଆସିଛି ବୋଲି ଡ. ମିଶ୍ର କହିଛନ୍ତି। ସେହିପରି ସଂସ୍କୃତିପ୍ରେମୀ ବଦ୍ରି ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପଟ୍ଟଚିତ୍ର ମହଲକୁ ପୁଣି ଥରେ ଆରମ୍ଭ କରିବା ଆବଶ୍ୟକ। ଏହା ଦ୍ୱାରା ଆମେ ଯାତ୍ରୀପଟ୍ଟି କାରୁକାର୍ଯ୍ୟକୁ ଲୋକଲୋଚନକୁ ଆଣିପାରିବା। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ପଟ୍ଟଚିତ୍ର ପରମ୍ପରା ଉଜ୍ଜୀବିତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ପ୍ରୟାସ କରିଆସିଛି। ଯାତ୍ରୀପଟ୍ଟି ପରମ୍ପରା ଶ୍ରୀମନ୍ଦିରର ପ୍ରଚାର ପ୍ରସାର ଦିଗରେ ସହାୟକ ହୋଇଛି। ଏବେ ପଟ୍ଟଚିତ୍ର କ୍ଷେତ୍ରରେ କାରୁକାର୍ଯ୍ୟ ଆଗକୁ ଯାଇଛି ଓ ଆହୁରି ଉନ୍ନତି ଆସିବ। ଯାତ୍ରୀପଟ୍ଟି ପରମ୍ପରା ବଞ୍ଚାଇ ରଖିବା ସହ ପ୍ରୋତ୍ସାହିତ କରାଯିବା ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri