ପୁରୀ

ବାପା ପୁଅଙ୍କୁ ଏସିଡ୍‌ ମାଡ଼ 

ପୁରୀ,୧୧।୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ  ଏସିଡ୍‌ ମାଡ଼ ହୋଇଛି। ଏଥିରେ ବାପା ପୁଅ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇ ଗୁରୁତର ହୋଇଛନ୍ତି।…

ସମୁଦ୍ରରେ ଭାସିଗଲେ ନାବାଳକ

ପୁରୀ,୧୦ା୧୨: ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବିହାରର ଜଣେ ନାବାଳକ ଭାସି ଯାଇଛନ୍ତି। ତାଙ୍କ ନାମ ଆର୍ଯ୍ୟନ ରାଜ। ସେ ତାଙ୍କ ମା-ବାପାଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ…

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ବନ୍ଦ

ପୁରୀ, ୯ା୧୨(ଅଜିତ ମହାନ୍ତି): ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ସେବନ ବନ୍ଦ ଏବଂ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ନୂଆବର୍ଷଠାରୁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବାକୁ ଥିବାରୁ ଏ ନେଇ ପୂର୍ବରୁ ସେବାୟତ…

ପୋଢୁଆଁ ହେଲେ ବଡ଼ଠାକୁର

ପୁରୀ, ୫ା୧୨(ଅଜିତ ମହାନ୍ତି): ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ପ୍ରଥମାଷ୍ଟମୀ ଅବସରରେ ଘରର ଜ୍ୟେଷ୍ଠଙ୍କୁ ପୋଢୁଆଁ କରାଯାଇ ବନ୍ଦାପନା କରାଯିବାର ପରମ୍ପରା ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ…

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ କିଛି ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇଦେବାକୁ ସରକାର ବିଧିବଧ ଭାବେ…

କଂଗ୍ରେସର ତୁଳସୀ ଯାତ୍ରା

ପୁରୀ,୨ା୧୨(ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ସମେତ ୬ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ତୁଳସୀ ଯାତ୍ରା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନିମନ୍ତେ…

ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ଦାବି

ପୁରୀ,୩୦ା୧୧(ଅଜିତ ମହାନ୍ତି): ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ଦାବିରେ ସାମାଜିକ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଜାତୀୟ ରାଜପଥ ଆଞ୍ଚଳିକ ମୁଖ୍ୟ ବୀରେନ୍ଦ୍ର ସିଂହଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ ଉଲ୍ଲେଖ ହୋଇଛି ଯେ, ପୁରୀକୁ ଦକ୍ଷିଣ ଓଡ଼ିଶା ଓ…

ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ, ୩୦ା୧୧(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ ଏବଂ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ…

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ…

ଆଜି ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ

ପୁରୀ, ୨୮ା୧୧(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ମରାମତି କରିବା ସହ ରତ୍ନ ଗଣତି ନେଇ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ସହ ଗଜପତି ମହାରାଜା ଏବଂ ଅନ୍ୟ ସେବାୟତ ଦାବି କରିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହାର ରତ୍ନଭଣ୍ଡାର କାନ୍ଥର…

ସୋଲର ରହିଛି ସ୍ବତନ୍ତ୍ର ଚାହିଦା

ଅସ୍ତରଙ୍ଗ,୨୬।୧୧(ପ୍ରଦୀପ୍ତ ଦୀକ୍ଷିତ୍‌)କାର୍ତ୍ତିକ ପୂର୍ଣ୍ଣିମାକୁ ମୁଖ୍ୟତଃ ଲୋକେ ଡଙ୍ଗାଭସା ପୂର୍ଣ୍ଣିମା ରୂପେ ଜାଣିଥାନ୍ତି। ଏହି ପୂର୍ଣ୍ଣିମା ଆସିଲେ ଲୋକଙ୍କ ଖୋଜା ପଡ଼େ ଡଙ୍ଗା। ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ପ୍ରତୀକ ଏହି ଡଙ୍ଗାଭସା ପୂର୍ଣ୍ଣିମା। କିଏ କିଏ କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାଇଥାନ୍ତି…

ଜମୁଛି କାଗଜ ଡଙ୍ଗା ବେପାର

ନିମାପଡ଼ା,୨୬।୧୧(ରଞ୍ଜନ ପଟ୍ଟନାୟକ)କାଗଜ ଡଙ୍ଗା ଦେଇଛି ରୋଜଗାର। ଏଭଳି ସ୍ଥିତି ନିମାପଡ଼ା ବ୍ଲକ ଅଧୀନ ସାଇଁଶ ପଞ୍ଚାୟତ ତୋରିହଁବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ମହିଳା ଫୁର୍‌ସତ୍‌ ସମୟରେ କାଗଜ ଡଙ୍ଗା ତିଆରି କରି କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଗ୍ରାମର ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri