ଆମ ଜିଲା ଖବର

ଭୁଶୁଡି ଗଲା ନିର୍ମାଣଧୀନ ପୋଲବାଡା, ଅଳ୍ପକେ ବଞ୍ଚିଲେ ଶ୍ରମିକ

କେନ୍ଦ୍ରାପଡା ଅଫିସ,୧୫।୩: କେନ୍ଦ୍ରାପଡା ସହର ତିନିମୁହାଣୀ ଛକ ନିକଟ ନିର୍ମାଣଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲବାଡା ବୁଧବାର ଭୁଶୁଡି ପଡ଼ିଛି। ଏହି ସମୟରେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୂର୍ତ୍ତ ବିଭାଗ ଅଧିନ ଏହି ପୋଲ ଗତ...

ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ନୟାଗଡ଼ ଅଫିସ,୧୫।୩: ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନସନ, ସଡ଼କ ଯାତ୍ରା ବେଳେ ଗାଡି ପାର୍କିଙ୍ଗ ଓ ଡ୍ରାଇଭରଙ୍କ...

ଦାବି ଶୁଣିଲେନି ସରକାର, ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ବରଗଡ ଅଫିସ,୧୫।୩: ଓଡିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ବରଗଡ ଜିଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ସ୍ଥାନୀୟ ହଲଦିପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ...

ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା

ଅନୁଗୋଳ ଅଫିସ,୧୫।୩: ଅନୁଗୋଳ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇଛି ପ୍ରଶାସନ। ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ନମ୍ବର ୧୮୨୮ ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି। କେଉଁ କାରଣ ପାଇଁ ଏହାକୁ...

ଉପାନ୍ତ କରବିରା ଖୋଲରେ ଉପଜିଲାପାଳ

ଅନୁଗୋଳ ଅଫିସ,୧୫।୩: ଅନୁଗୋଳ ଜିଲାର ବଣ ଜଙ୍ଗଲ ଘେରା ଉପାନ୍ତ ତଥା ଅପହଞ୍ଚ ଇଲାକା ଭାବେ ପରିଚିତ ବଡ଼କନ୍ତକୁଳ ପଞ୍ଚାୟତର କରବିରା ଖୋଲ ଗ୍ରାମରେ ଥିବା ୧୮ ପରିବାର ନିକଟରେ ମଙ୍ଗଳବାର ଅନୁଗୋଳ ଉପଜିଲାପାଳ ବୈତୁରା ଦୀପ ପହଞ୍ଚି ସମସ୍ୟା...

ବର୍ଷ ଶେଷ ସୁଦ୍ଧା ୧,୦୬,୦୯୫ ହୋଇଛନ୍ତି ଉପକୃତ

ବ୍ରହ୍ମପୁର ଅଫିସ,୧୫।୩: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ମଙ୍ଗଳବାର ବିଇଏମ୍‌ସି ନୂତନ ସମ୍ମିଳନୀ କକ୍ଷରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନୟୁଏଚ୍‌ଏମ୍‌) ଦ୍ୱାରା ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ...

ଜଙ୍ଗଲରେ ନିଆଁ, ରାସ୍ତାରେ ମୟୂର

ବୁଗୁଡ଼ା,୧୫।୩(ଡି.ଏନ୍‌.ଏ.): ସମ୍ପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ଯୋଗୁଁ ରାସ୍ତାରେ ମୟୂରମାନେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଅଗ୍ନି ନିର୍ବାପନରେ ବିଫଳତା ଯୋଗୁଁ ସ୍ଥାନୀୟ ବନ ବିଭାଗ ଅଡୁଆରେ ପଡିଛି।...

ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ

ରସୁଲପୁର,୧୫ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ନେଇ ମଙ୍ଗଳବାର ଏକ ମାସିକିଆ ସମୀକ୍ଷା ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯିବା...

ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ, ବଢୁଛି ଦୁର୍ଘଟଣା

କାଳିଆପାଣି,୧୫ା୩(ଡି.ଏନ.ଏ.): ଯାଜପୁର ଜିଲା ପୂର୍ତ୍ତ ବିଭାଗ ଅଧୀନରେ କାଳିଆପାଣି-ମଙ୍ଗଳପୁର ମୁଖ୍ୟ ରାସ୍ତାର ଟାଟା ବଜାର ତାରେଣି ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ମାତ୍ର ଉକ୍ତ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ ରହିଥିବାରୁ ଏବେ ଦୈନିକ...

ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି ଜିଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାହାଡ଼ରେ ପରିଶ୍ରମ...

ଓସେପା ପୁସ୍ତକ କ୍ରୟରେ ଅନିୟମିତତା

ଯାଜପୁର ଅଫିସ,୧୫ା୩: କେତେକ ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟାକ୍ରମ ପ୍ରାଧିକରଣ(ଓସେପା)ର ପାଠାଗାର ପୁସ୍ତକ କ୍ରୟ ଆଦେଶ ପ୍ରସ୍ତୁତି ଚାଲିଛି। କେଉଁ ପ୍ରକାଶକ କେତେ ଟଙ୍କାର ଆଦେଶ ପାଇବାକୁ ଯାଉଛନ୍ତି ସେ ସମ୍ପର୍କରେ ଜଣେ ପ୍ରକାଶକ...

୩ ମାସରେ ୧୨୮୯ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା ଅଫିସ,୧୫।୩: ଶିମିଳିପାଳ ଅଭୟାରଣ୍ୟରେ ମାସ ମାସ ଧରି ନିଅଁା ଜଳିବା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ୍‌ ତଥ୍ୟ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri