ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ ମୁହାଁ ହୋଇ ନୂନମାଠ ଗ୍ରାମକୁ ପଶି ଆସିଥିଲେ। ହାତୀ ପଲ ଧାନ ଖାଇବାକୁ ବଲାଙ୍ଗିର ଜିଲା ପଟୁ ପଶି ଆସିଥିଲେ। ଚାଷୀ ଧାନ ଚାଷ ଆରମ୍ଭ କରିବା ଦିନଠୁ କେତେବେଳେ ଧାନ ପଲା ଖାଇଲା ତ କେବେ କଦଳୀ ବାରି ରେ ପଶି କଦଳୀଗଛ ଭାଙ୍ଗି କଦଳୀ ଖାଇ ଚାଷୀଙ୍କୁ ହଇରାଣ କରିଥିବା ହାତୀପଲ ବର୍ତ୍ତମାନ ପାଚିଲା ଧାନ ଖାଇବାକୁ ଖଳା ମୁହାଁ ହେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନ ମାଠଠାରେ ଏକ ଛୋଟ ହାତୀ ଛୁଆ ହାତୀ ପଲରୁ ଅଲଗା ହୋଇ ଯାଇଥିଲା ଗ୍ରାମବାସୀ ବନ ବିଭାଗରକୁ ଖବର ଦେଇଥିଲେ।

ଖବର ପାଇ କସୃପଡ଼ା ଫରେଷ୍ଟର ବିଶିକେସନ କରୁଆଁ ବନ ବିଭାଗର ସଦଳବଳେ ଘଟଣାସ୍ଥଳକୁ ଯାଇ ହାତୀ ଛୁଆକୁ ଉଦ୍ଧାର କରିଥିଲେ। ଗୁରୁତର ଛୁଆ ହାତୀକୁ ପ୍ରାଥମିକ ଚିକିତ୍ସା ପାଇଁ ଫରେଷ୍ଟର ସଙ୍ଗେ ସଙ୍ଗେ ଉତ୍ତର ବନଖଣ୍ଡ ଅଧିକାରୀ ରମେଶ ବିସ୍ନୋଇଙ୍କୁ ଜଣାଇଲା ଏହି ଖବର ଶୁଣି କେସିଙ୍ଗା ରେଞ୍ଜ ଅଧିକାରୀ ସିଗ୍ଧାସରିତା ବଳିଆରସିଂ କେସିଙ୍ଗା ପ୍ରାଣୀସମ୍ପଦ ବିଭାଗ ଖବର ଦେଇଥିଲେ। ପ୍ରାଣୀସମ୍ପଦ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ। ଉଦ୍ଧାର ହାତୀ ଛୁଆଟି ମାତ୍ର ୩ ରୁ ୪ ମାସର ବୋଲି ବନ ବିଭାଗ ପ୍ରକାଶ କରିଛି। ଛୁଆ ହାତୀର ନାଭି ପାଖରେ ଆଘାତ ଲାଗିଛି। ପରେ ବନ ବିଭାଗ ପକ୍ଷରୁ ପଶୁ ଡାକ୍ତରଖାନରୁ ସତନ୍ତ୍ର ଏକ ଟିମକୁ ଡକାଇ ଛୁଆ ହାତୀର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ହାତୀ ଛୁଆଟିକୁ ଭବାନୀପାଟଣା ଜିଲା ପ୍ରାଣୀସମ୍ପଦ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ଅଞ୍ଚଳର ଫରେଷ୍ଟର କରୁଆଁଙ୍କ କହିବା ଅନୁଯାୟୀ, ବଲାଙ୍ଗୀର ଜିଲା ପଟୁ ଏକ ୩୫ ଟିକିଆ ହାତୀ ପଲ ଗତକାଲି ରାତିରେ କଳାହାଣ୍ଡି ଜିଲାକୁ ପ୍ରବେଶ କରିଥିଲେ। ଛୁଆ ହାତୀଟି କୌଣସି ଏକ ନାଳ ନର୍ଦ୍ଦମା ଡେଉଁଥିବା ବେଳେ କୌଣସି ଗଛ କିମ୍ବା କାଠ ହାତୀ ଛୁଆର ନାଭିରେ ଲାଗିଯିବାରୁ ଛୁଆ ହାତୀର ନାଭି ପାଖରେ କ୍ଷତ ଘଟିଛି। ତେଣୁ ହାତୀଟି ଚାଲିନପାରି ରହିଯାଇଥିଲା। ହାତୀ ଛୁଆଟି ପୁଣିଥରେ ପୂର୍ଣ୍ଣ ସୁସ୍ଥ ହେଲେ ଡ଼ିଏଫଓଙ୍କ ନିର୍ଦ୍ଦେଶ ପରେ ପୁଣି ସେହି ଛୋଟ ହାତୀକୁ ତା ମାଁ ପାଖରେ ଛାଡି ଦିଆଯିବ ବୋଲି କେସିଙ୍ଗା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ୩୫ ଟିକିଆ ହାତୀ ପଲ ନୁନମାଠ ଜଙ୍ଗଲରେ ହିଁ ଅଛନ୍ତି। ହାତୀ ପଲକୁ ବିଭାଗ ପକ୍ଷରୁ ଟ୍ରାକ କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?