ଆମ ଜିଲା ଖବର

ଦୀର୍ଘ ଦିନର ପୂରଣ ହେଲା ଆଶା: ନୂତନ କଲ୍ୟାଣ ମଣ୍ଡପର ଶୁଭାରମ୍ଭ କଲେ ବିଧାୟିକା

ରିଷିଡ଼ା,୧୫।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା କୁମ୍ଭାରପଡ଼ାଠାରେ ନୂତନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିମାନଙ୍କ…

ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ : ଏନଏସଏସ କ୍ୟାମ୍ପ ଉଦଘାଟିତ

ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତାରେ କେଏସୟୁ ବି କଲେଜ…

ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ…

୫ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ‘ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ

ଛତ୍ରପୁର, ଦିଲ୍ଲୀପ ସାମଲ ୧୫/୯: ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ ‘ରୋଟାରୀ ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡସ୍ଥିତ କ୍ଲବର ନିଜସ୍ବ…

୧୫ ମାସରେ ୧ ଲକ୍ଷ ୭ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୫।୯: ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ସୋମବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସୂଚନା ଦେଇଛନ୍ତି। ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖମନ୍ତ୍ରୀ କହିଛନ୍ତି।…

ସାର ପାଇଁ ଉତ୍ତେଜନା:ଚାଷୀଙ୍କ ପକ୍ଷରୁ ରାସ୍ତାରୋକୋ

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପକ୍ଷରୁ ଚାଷୀଙ୍କୁ ସାରର ସୁଷମ ବଣ୍ଟନ କରାନଯାଇ ରବିବାର ରାତି ଅଧରେ ସମବାୟ ସମିତି ସମ୍ପାଦକ କିଛି ବ୍ୟବସାୟୀ ଓ…

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ: ମୁଣ୍ଡ ପାଇଁ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି

ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଜଣେ ମହିଳା ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ବଛେଲା ଅଟାମି ଓରଫ ଜାନସୀ ଗରିଆବନ୍ଧ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ନଭରୀ ଏରିଆ ମାଓ…

ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ: ବୈଠକ ଡାକିଲେ CEO

ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଉପନିର୍ବାଚନ ପାଇଁ CEO ବୈଠକ ଡାକିଛନ୍ତି। ସବୁ ରାଜନୈତିକ ଦଳର ସଭାପତି ଓ ସମ୍ପାଦକଙ୍କୁ ନେଇ ଏହି ବୈଠକ ଡକାଯାଇଛି। ନିର୍ବାଚନ ସମ୍ପର୍କିତ ବିଧି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ।…

ପୌରପାଳିକାର ଅପାରଗତା, ଦୁର୍ନୀତି ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌରପାଳିକାର ଅପାରଗତା ଓ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ କଂଗ୍ରେସ ନେତା ଓ କର୍ମୀମାନେ ବଲାଙ୍ଗୀର…

ଜୟପୁର ସହରରେ ପ୍ରଥମଥର ଦେଖିବାକୁ ମିଳିଲା ଉଡ଼ନ୍ତା ସାପ, ବାଥରୁମ୍‌ରେ ପଶି…

ଜୟପୁର,୧୫ା୯(ପବନ ପାଣିଗ୍ରାହୀ): ପ୍ରଥମଥର ପାଇଁ ଜୟପୁର ସହରରେ ଉଡ଼ନ୍ତା ସାପ(Ornate Flying Snake)ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ବାଥ୍‌ରୁମ୍‌ ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAMର ସଂସ୍ଥାପକ କୃଷ୍ଣ କେଶବ…

ଛାତ୍ର ସଂସଦ ନିର୍ବାଚନ ନେଇ ମନ୍ତ୍ରୀଙ୍କ ବଡ଼ ସଂକେତ

ଭୁବନେଶ୍ୱର,୧୫।୯: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୋମବାର ବଡ଼ ସଂକେତ ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ବର୍ତ୍ତମାନ ମଧ୍ୟ କଲେଜ ନିର୍ବାଚନ ନେଇ ସରକାର…

ପ୍ରଧାନଶିକ୍ଷକ-କମିଟି ସଭାପତି କଳି, ୫ ଦିନ ହେଲା ମଧ୍ୟାହ୍ନଭୋଜନରୁ ବଞ୍ଚିତ ପିଲା

ଧର୍ମଶାଳା,୧୫ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ଲାଗିବା ଫଳରେ ଗତ ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ ରହିଛି । ଯାହାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri