ମିଲର୍ସଙ୍କ ଆନ୍ଦୋଳନ ପରେ ବଢ଼ିଲା ଧାନ ବିକ୍ରି ଜଟିଳତା

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଜିଲାରେ ମଣ୍ଡି ଖୋଲିବାର ମାସାଧିକ କାଳ ବିତିଯାଜଛି। ଧାନ କିଣାବିକା ବ୍ୟବସ୍ଥା ଠିକ୍‌ ଭାବରେ ଚାଲିଥିବା ନେଇ ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି ବୋଲି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ଅଭିଯୋଗ କରିଛି। ଜିଲାର ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳି ନ ଥିବାବେଳେ ମଣ୍ଡିରୁ ମନ୍ଥର ଗତିରେ ଧାନ ଉଠାଇବା ଏବଂ କଟ୍‌ନୀଛଟ୍‌ନୀ ବ୍ୟାପକ ହେବା କାରଣରୁ ଧାନବିକ୍ରି ସମସ୍ୟା ଜଟିଳ ହୋଇ ଚାଲିଛି। ଏପରି ସ୍ଥିତିରେ ସୋମବାରରୁ ରାଇସ୍‌ ମିଲ ମାଲିକମାନଙ୍କ ଧାନ ନ ଉଠାଇବା ଧମକ ଧାନ ଉଠାଣରେ ଅଚଳାବସ୍ଥା ପରିସ୍ଥିତି ସୃଷ୍ଟି କରିଛି। ଓଡ଼ିଶାରେ ଅନୁସୃତ କଷ୍ଟମ ମିଲିଂ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାଜକୋଷର ଅର୍ଥରୁ ଧାନ କିଣା ଯାଉଥିଲେ ସୁଦ୍ଧା ଓଡ଼ିଶା ସରକାରଙ୍କ ମିଲର୍ସ ଉପରେ ନିର୍ଭର ଧାନକିଣା ବ୍ୟବସ୍ଥା କାରଣରୁ ଏହାର ସୁଯୋଗ ନେଇ ମିଲରମାନେ ଏପରି ଧମକ ଦେଇଛନ୍ତି ବୋଲି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ଅଭିଯୋଗ କରିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଭଳି ସରକାର ନିଜେ ଚାଷୀମାନଙ୍କଠାରୁ ସିଧାସଳଖ ଧାନ କିଣି ଆବଶ୍ୟକ ସ୍ଥଳେ କେପ ଷ୍ଟୋରେଜ ଜରିଆରେ ଖୋଲା ପଡିଆରେ ଧାନ ଗଚ୍ଛିତ ରଖି ପର୍ଯ୍ୟାୟକ୍ରମେ ମିଲର୍‌ମାନଙ୍କୁ ପଠାଇବା ବ୍ୟବସ୍ଥା ନ କରିବା କାରଣରୁ ମିଲରମାନେ ଏପରି ଧମକ ଦେଇପାରୁଛନ୍ତି। ତେଣୁ ଓଡିଶା ସରକାର ମିଲର୍‌ମାନଙ୍କ ଧମକର ବାହାନା କରି ଅଚଳାବସ୍ଥା ସୃଷ୍ଟି ନକରି ନିଜେ ସିଧାସଳଖ ଚାଷୀମାନଙ୍କଠାରୁ ଧାନ କିଣିବା ଘୋଷଣା କରନ୍ତୁ ବୋଲି ଏହି ଚାଷୀ ସଂଗଠନ ଦାବି କରିଛି। ଆଗାମୀ ତିନିଦିନ ଭିତରେ ସରକାର ଆଶୁ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ବିସ୍ଫୋରକ ହେବ ତଥା ଜୟ କିଷାନ ଆନ୍ଦୋଳନ ଚାଷୀମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସୋମବାର ଅନୁଷ୍ଠିତ ଏକ ବୈଠକରେ ବରଗଡ଼ ଜିଲା ଜୟ କିଷାନ ଆନ୍ଦୋଳନ ଚେତାବନୀ ଦେଇଛି। ବୈଠକରେ ସଂଗଠନର ପ୍ରତିନିଧିମାନେ କହିଥିଲେ, ସଦ୍ୟ ସମାପ୍ତ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଞ୍ଚକୁ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କର ଏ ସମସ୍ୟାର ସମାଧାନ ପାଇଁ ଠୋସ ପ୍ରତିଶ୍ରୁତି ନ ଦେବା ଏବଂ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ. ଭି. ସିଂଦେଓ କୃଷକମାନଙ୍କ ରାଜରାସ୍ତାରେ ଆନ୍ଦୋଳକୁ ନୌଟଙ୍କି ବୋଲି କହି ବିଦ୍ରୂପ କରିବା ଘଟଣାକୁ ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା। ଚାଷୀମାନଙ୍କର ଗମ୍ଭୀର ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କର ଏହା ସମ୍ବେଦନହୀନ ପରିଚାୟକ। ଏଭଳି ଚାଷୀମାରଣ ଆଭିମୁଖ୍ୟ ପରିହାର କରି ରାଜ୍ୟ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟର ଚାଷୀକୁଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଜୟ କିଷାନ ଆନ୍ଦୋଳନ ଆହ୍ବାନ ଦେଇଛି। ଏହି ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସାଧାରଣ ସମ୍ପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ମହେଶ୍ବର ପ୍ରଧାନ, ସୁରେନ୍ଦ୍ର ମେହେର, ଅରୁଣ ପ୍ରଧାନ, କୁନା ବେହେରା, ମିନିଷ୍ଟର ବାରିକ, କିଶୋର ସାହୁ, ସରୋଜ ପଧାନ, ଭରତ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri