ଆମ ଜିଲା ଖବର

ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଦିନ ବିତିଥିଲେ ସୁଦ୍ଧା ଗିରଫ ହୋଇପାରିଲେନି ଅଭିଯୁକ୍ତ, ଚଢ଼ାଉ ଜାରି

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏଥିରେ ସବର୍ଣ୍ଣ ସାହିର ପ୍ରସନ୍ନ ନାୟକ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ…

୫ ନାବାଳକଙ୍କୁ ଧରିଲା ବଡ଼ ବଜାର ପୋଲିସ: ୩ ମୋବାଇଲ ଜବତ

ବ୍ରହ୍ମପୁର ଅଫିସ,୨୯।୫- ଚୋରି ଅଭିଯୋଗରେ ବଡବଜାର ପୋଲିସ ବୁଧବାର ୫ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଧରିଛି। ସେମାନଙ୍କ ନିକଟରୁ ୩ ମୋବାଇଲ, ୨ ବ୍ଲୁ ଟୁଥ୍‌ ଓ ୫ ଇଅର ଫୋନ୍‌ ଜବତ କରାଯାଇଛି । ମାମଲା ନଂ(୮୭/୧୯) ଅନୁଯାୟୀ…

ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ

ଯାଜପୁର ରୋଡ,୨୯।୫(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନରେ ବାସ କରୁଥିବା ବିଭିନ୍ନ ଓ୍ବାର୍ଡର ଲୋକଙ୍କୁ ବାତ୍ୟା ଫନୀ ଲାଗି କ୍ଷତିପୂରଣ ଦାବିରେ ବୁଧବାର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ କର୍ମୀ ତଥା ଆଇନଜୀବୀ ଦୁଷ୍ମନ୍ତ…

ଗୌତମପୁରରେ ଜଳ ସଙ୍କଟ: ଲୋକେ ହନ୍ତସନ୍ତ

ମାଧପୁର, ୨୯।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏହି ଗ୍ରାମରେ ଗୋଟିଏ ନଳକୂପ ରହିଛି, ଯାହାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହି ନଳକୂପ ଚତୁଃପାର୍ଶ୍ୱରେ ଖରାପ ପାଣି…

ତିର୍ତ୍ତୋଲରେ ମାଙ୍କଡ଼ ଆତଙ୍କ: ୫ରୁ ଊର୍ଦ୍ଧ୍ୱ ଆହତ

ତିର୍ତ୍ତୋଲ, ୨୯।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ମାଙ୍କଡ଼ ଆତଙ୍କରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଥାନା ଅନ୍ତର୍ଗତ ଗରେଇ ଗ୍ରାମର ବିଜୟ ଶତପଥୀଙ୍କୁ…

ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗର ପ୍ରୟାସ: ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ମଛାକୋଟ ଗ୍ରାମରେ ବୁଧବାର ବନ ବିଭାଗ ପକ୍ଷରୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି। ଏଥିରେ ଆଞ୍ଚଳିକ ବନ ସଂରକ୍ଷକ ସୁରେଶ ପନ୍ଥ ଓ ଜିଲା ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେଉରା ଯୋଗ ଦେଇ…

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକମାନେ ହେଲେ କୁଡାଲୋ ଗାଁର ବିଶିକେଶନ…

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ କେହି ମାରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଜୟପୁର ଟାଉନ ଥାନା…

ଡମ୍ପର ଧକ୍କାରେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ଜୀବନଗଲା

ବନ୍ତ,୨୯ା୫(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଆଗରପଡ଼ା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ଟାଙ୍କି ଛକ ନିକଟରେ ବୁଧବାର ସକାଳ ସାଢ଼େ ୬ଟାରେ ଏକ ଡମ୍ପର ଧକ୍କାରେ ଜଣେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ବାତ୍ୟାରେ ମଣିମୁହଁ ଛାରଖାର: ପୁନର୍ବାର ବୃକ୍ଷରୋପଣ ଦାବି

ନିରାକାରପୁର,୨୯ା୫(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ଅଧୀନ ରାଉଳହଜ ମୌଜାସ୍ଥିତ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଆମ୍ବଗଛ ଥିବା ଏକ ତୋଟା ଫନୀ ଯୋଗୁ ଛାରଖାର ହୋଇଯାଇଛି। ଏହି ବିସ୍ତୃତ ସୁନ୍ଦର ସବୁଜ ଅଞ୍ଚଳଟି ମଣିମୁହଁ ନାମରେ ପରିଚିତ। ମଣିମୁହଁ ଯେପରି ସମସ୍ତଙ୍କୁ…

ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଯୋଗିତାରେ ଭାପୁର ବ୍ଲକର ବାଘୁଆପଲ୍ଲୀ ଭାଗବତ ମଣ୍ଡଳୀ ଚାମ୍ପିୟନ ହୋଇଛି।…

ଆଦିବାସୀ ପିଲାଙ୍କୁ ମିଳୁନି ଜାତିଗତ ପ୍ରମାଣପତ୍ର: ପାଠ ପଢ଼ି ନ ପାରିଲେ ଲାଲବାହିନୀରେ ମିଶିବା ପାଇଁ ଚେତାବନୀ

ମାଲକାନଗିରି, ୨୯।୫(ଡି.ଏନ୍‌.ଏ.) – ହାଇସ୍କୁଲରେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ। କିନ୍ତୁ ବାରମ୍ବାର ଆବେଦନ କଲେ ମଧ୍ୟ ପ୍ରମାଣପତ୍ର ମିଳୁନି। ଫଳରେ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ମାଲକାନଗିରି ଜିଲା ସଦର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?