ଦଧିବାମନଙ୍କ ଘୋଷଯାତ୍ରା ସମ୍ପନ୍ନ

ଭଟଲି, ୪।୭(ଡି.ଏନ.ଏ) : ପଶ୍ଚିମୋକତ୍ଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ଧାମରେ ପ୍ରସିଦ୍ଧ ରଥଯାତ୍ରା ଗୁରୁବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗତର କର୍ତ୍ତା ମହାପ୍ରଭୁ ଦଧିବାମନ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଛାଡ଼ି ରଥାଋଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଏଥିପାଇଁ ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ସମ୍ପନ୍ନ ହେବା ପରେ ସାହାଣମେଳା ହୋଇଥିଲା । ଏହାପରେ ଦଧିବାମନଙ୍କ ଘୋଷଯାତ୍ରା ପାଇଁ ପହଣ୍ଡିପୂଜା ଆରମ୍ଭ ହୋଇଥିଲା । ପହଣ୍ଡିପୂଜା ପରେ ମଙ୍ଗଳାର୍ପଣ ଶେଷ ହେବା ସହିତ ଭଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହଁରା କରାଯାଥିଲା । ଏହାପରେ ଦଧିବାମନ ବଡ଼ଦାଣ୍ଡକୁ ବିଜେ କରିଥିଲେ । ମହାପ୍ରଭୁଙ୍କୁ ପୁରୋହିତମାନେ ଦୋଳିରେ ଝୁଲାଇ ଝୁଲାଇ ଶ୍ରୀମନ୍ଦିରରୁ ରଥ ନିକଟକୁ ପହଣ୍ଡ କରି ଆଣିଥିଲେ । ଦଧିବାମନ ରଥାରୋହଣ ହେବା ପରେ ତାଙ୍କୁ ବେଶ କରି ପୂଜାପାଠ ସହ ମଙ୍ଗଳ ଆଳତୀ କରାଯାଇଥିଲା । ଆଳତୀ ପରେ ନବଜନ୍ମିତ ଶିଶୁ ମାନଙ୍କ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା । ପରେ ରଥରେ ଘୋଡ଼ା ଯୋଚାହୋଇ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣର ପୋଲିସ କର୍ଡ଼ନ ମଧ୍ୟରେ ରଥଟଣା ହୋଇଥିଲା । ରଥ ପ୍ରାୟ ୪ଟାରେ ରଥ ପଡ଼ିଆରେ ପହଞ୍ଚତ୍ଥିଲା । ପଡ଼ିଆରେ ରଥ ପହଞ୍ଚତ୍ବା ପରେ ରଥ ଉପରେ ପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥିଲା। ଏହି ରଥଯାତ୍ରା ଦେଖିବା ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉଲକେଲା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମେତ ପଡ଼ୋଶୀ ଛତିଶଗଡ ରାଜ୍ୟର ରାୟଗଡ଼, ରାୟପୁର, ବିଳାସପୁର, ବୈସନା, ଭିଲାଇ ଓ ମଧ୍ୟପ୍ରଦେଶ ଆଦି ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥିଲା । ଏସ୍‌ଡିପିଓ ନବଟ୍‌ କିରୋ, ଭଟଲି ଥାନା ଭାରପ୍ରାପ୍ତ ଅଧିକାରୀ ଦିଲୀପ କୁମାର ବେହେରା, ଅମ୍ବାଭୋନା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ବେହେରା, ଇନ୍ସପେକ୍ଟର ଠାକୁର ଦାଶ ମୁର୍ମୁ, ସନୟ ନାଏକ, ଏସ୍‌. କେ. ବଲିୟାର ସିଂ ପ୍ରମୁଖ ପୋଲିସ ଅଧିକାରୀ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ । ବରଗଡ଼ ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଭଟଲି ବିଡିଓ ଧିରେନ୍ଦ୍ର ସେଠୀ, ଭଟଲି ତହସିଲଦାର ଅଞ୍ଜଳିନା ପଧାନ, ଅମ୍ବାଭୋନା ଅତିରିକ୍ତ ତହସିଲଦାର ରାମକୃଷ୍ଣ ପଣ୍ଡା ପ୍ରମୁଖ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ। ଏହାସହିତ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଭଟଲି ବ୍ଲକ ଉପାଧ୍ୟକ୍ଷ ମଦନ ସାହୁ ଓ ଜିଲାପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରଗଡ଼ ଜିଲା ଆଦିତ୍ୟ ବାହିନୀ ପକ୍ଷରୁ ତୁଳସୀ ସେବା ଯୋଗାଇ ଦିଆଯାଇଥିଲା। ସେହିପରି କୁଶନପୁରୀ ଗ୍ରାମରେ ମଧ୍ୟ ଶ୍ରୀଜୀଉଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri