ବୌଦ୍ଧରେ ରଥଯାତ୍ରା ସମ୍ପନ୍ନ: ହରିଗୁଢି ରଥ ଟାଣିଲେ ମହିଳା ଭକ୍ତ

ବୌଦ୍ଧ, ୪।୭(ସ୍ବ.ପ୍ର): ବୌଦ୍ଧର ରଥଯାତ୍ରା ଗୁରୁବାର ସମ୍ପନ୍ନ ହୋଇଛି । ସକାଳେ ପ୍ରଥମେ ସୁଦର୍ଶନଙ୍କୁ ରଥାଋଢ କରିବା ପରେ ପହଣ୍ଡି ହୋଇଥିଲା। ତିନି ଠାକୁର ଗୋଟି ପହଣ୍ଡିରେ ଯାଇ ରଥାଋଢ ହୋଇଥିଲେ । ଗୋଟି ପହଣ୍ଡି ଯୋଗୁ ଭକ୍ତମାନେ ତିନି ଠାକୁରଙ୍କୁ ବାଟ ଭୋଗ କରିଥିଲେ । ରଥଖଳାରେ ଶ୍ରୀ ଜିଉମାନେ ପହଞ୍ଚତ୍ବା ପରେ ଚାରିବେଢା ରଥ ପରିକ୍ରମା କରାଇ ଅପରାହ୍ନରେ ରଥ ଉପରକୁ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା । ପରେ ଛୁଆମାନଙ୍କୁ ରଥ ଛୁଆଁ ଯାଇଥିଲା । ରଥ ଉପରେ ଗଡଜାତ ରାଜାଙ୍କ ସ୍ବତ୍ତ୍ୱାଧିକାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରାପହଁରା ସରିବା ପରେ ରଥଟଣା ହୋଇଥିଲା ା ସେହିପରି ସହରର ପୋଡାପଡା ହରିଗୁଢି ରଥରେ ମଧ୍ୟ ପାରମ୍ପରିକ ରୀତିରେ ଠାକୁରମାନଙ୍କୁ ରଥାଋଢ କରାଯାଇଥିଲା। ଏହି ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ। ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା’ ମନ୍ଦିରକୁ ଯାଇଥିଲେ । ସେଠାରେ ପହଣ୍ଡି କରି ମାଉସୀ ମା’ ଘରେ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା । ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀ, ଉପ ଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକ, ଜିଲା ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ର, ଓକିଲ ନାରାୟଣ ପରିଜା , ଶିବ ପ୍ରସାଦ ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ ଏବଂ ସମସ୍ତ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମାପନ ହୋଇଥିଲା। ଆଇନଶୃଙ୍ଖଳା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏସଡିପିଓ ସାଲେଷ୍ଟିନ ଟିଗା, ଥାନା ଅଧିକାରୀ ତପସ୍ବିନୀ କହଁରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ସହଯୋଗରେ ଧାରା ବିବରଣୀ କେନ୍ଦ୍ର ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ କଥାମୃତକୁ ପ୍ରସାରଣ କରାଯାଇଥିଲା। ସେହିପରି ଜିଲା ସ୍ବାସ୍ଥ୍ୟ ଓ ପାନୀୟଜଳ ବିଭାଗ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ପାଗ ଅନୁକୁଳ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri