ଆମ ଜିଲା ଖବର

ସ୍ବତନ୍ତ୍ର ନବମ ଇଣ୍ଡିଆ ରିଜର୍ଭ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର: ୨ ଶହ ଲୋକଙ୍କୁ ଚିକିତ୍ସା କରାଗଲା

ଜୁନାଗଡ,୩୧।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଶୁକ୍ରବାର ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା ସ୍ବତନ୍ତ୍ର ନବମ ଇଣ୍ଡିଆ ରିଜର୍ଭ ବାଟାଲିୟନ ପକ୍ଷରୁ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ଅଞ୍ଚଳର ୨ ଶହ…

ଲୋକଙ୍କ ସମସ୍ୟା ସମାଧାନ କର: ବିଧାୟକ

ବଇଣ୍ଡା,୩୧।୫(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଗୁରୁବାର ବିଧାନସଭାରେ ନୂତନ ଭାବେ ଶପଥ ନେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି। ଅପରାହ୍ନରେ କିଶୋରନଗର ବ୍ଲକ ବଇଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କର୍ମୀମାନଙ୍କୁ ନେଇ ଏକ…

ଫନୀ ବିପନ୍ନଙ୍କୁ ସହାୟତା: ଭୁବନ ଶିକ୍ଷକ ସଂଘ ଦେଲା ୮୨,୨୦୦

ଭୁବନ, ୩୧।୫(ଡି.ଏନ.ଏ.)-ଭୁବନ ଶିକ୍ଷକ ସଂଘ ପକ୍ଷରୁ ଫନୀ ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଦାୟ କରାଯାଇଥିବା ୮୨,୨୦୦ ଟଙ୍କାର ସହାୟତା ଚେକ୍‌ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଆପତ୍‌କାଳୀନ ପାଣ୍ଠିଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଆଗାମୀ ଶିକ୍ଷାବର୍ଷରେ କାର୍ଯ୍ୟକାରୀ…

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ: ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ

ବନ୍ତ, ୩୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଡତିରା ପଞ୍ଚାୟତ ପରମାନନ୍ଦପୁରଠାରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ରାସ୍ତାକାମକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସମ୍ପୃକ୍ତ ଠିକାଦାରଙ୍କୁ ଘେରିଥିଲେ। ଏହି ରାସ୍ତା ଉପରେ…

ବସ୍‌ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗଁାର ରବୀନ୍ଦ୍ର କୁମାର ସାମନ୍ତ…

ସଚେତନତାରେ ଆସିବ ପରିବର୍ତ୍ତନ

ସୋନପୁର,୩୧।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ମୁକ୍ତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲାପାଳ ମଧୁସୂଦନ ମିଶ୍ର ସଚେତନତା ଦ୍ୱାରା ହିଁ ସକାରାତ୍ମକ ପରିବର୍ତ୍ତନ ଆସିବ…

ରାଜନଗରରେ ବିଶ୍ୱ ତମାଖୁ ବର୍ଜନ ଦିବସ: ଲୋକଙ୍କୁ ସଚେତନ କରାଇଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର

ରାଜନଗର, ୩୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସମ୍ମିଳନୀ କକ୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରଶ୍ମିରଞ୍ଜନ ମହାନ୍ତି, ପ୍ରକାଶ ଦାଶ, ଡା. ସୁଧାଂଶୁ ଚାନ୍ଦ,…

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଅଞ୍ଚଳବାସୀ ଆତଙ୍କିତ

କାମାକ୍ଷାନଗର,୩୧।୫(ଡି.ଏନ.ଏ.)-କାମାକ୍ଷାନଗର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଏକ ଭାଲୁ ଆକ୍ରମଣରେ ଭୁଲୁ ନାଏକଙ୍କ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଭାଲୁଟି ସକାଳୁ ଶରଧାପୁର ଓ ଦିଗୋଡ଼ିଆ ସାହି ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଗିରଫ

ଭୋଗରାଇ,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ କମର୍ଦା ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଜଣେ ସ୍ବାମୀ ସ୍ତ୍ରୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳିଛି।…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପୂରିଲା ୪ ମାସ : ସରକାରୀ ମାନ୍ୟତା ପାଇନି ମୟୂରଭଞ୍ଜ ଆୟୁର୍ବେଦିକ କଲେଜ

ବାରିପଦା ଅଫିସ,୩୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୩୦ ତାରିଖରେ ବାରିପଦା ଗସ୍ତରେ ଆସିଥିଲେ। ସେହି ସମୟରେ ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାର ନିଜ ହାତକୁ ନେବାକୁ ବିଚାର କରୁଥିବା ଘୋଷଣା କରିଥିଲେ। ଇତିମଧ୍ୟରେ ୪ ମାସ…

ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର କଳାହାଣ୍ଡି ସାଂସଦ ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ହେଁ ତାଙ୍କୁ…

ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ କିଛି ଦିନ ତଳେ ବିବାହର ପ୍ରଲୋଭନ ଦେଖାଇ ବେନ୍ଦାଝୋଲା ଗ୍ରାମର ମାନସ ନାଏକ ସାଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?