ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର
ସୋରଡ଼ା,୭।୭(ଡି.ଏନ୍.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଥାନାଧିକାରୀ ପ୍ରଭାତ ସାହୁଙ୍କ ସୂଚନା…
୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ରୋପଣ
ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ରବିବାର ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରାରୋପଣ କରାଯାଇଛି। ବର, ଅଶ୍ବତ୍ଥ, ଚାକୁଣ୍ଡା,…
ମାଓବାଦୀ ନେତା ନବୀନ ସଂଗଠନରୁ ବହିଷ୍କୃତ
ମାଲକାନଗିରି,୭।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଉଥିବା ଗାଳିକୋଣ୍ଡା ମାଓବାଦୀ ସଂଗଠନର ସମ୍ପାଦକ ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ଆନ୍ଧ୍ର ଓ ଓଡ଼ିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ନବୀନ ମାଓବାଦୀ…
ଲୋପ ପାଇବାକୁ ବସିଲେଣି ଘରଚଟିଆ,ଚିନ୍ତାରେ ପରିବେଶବିତ୍
ଭବାନୀପାଟଣା,୭।୭(ଡି.ଏନ୍.ଏ.): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ…
ଦୁଇ ଗୋରୁ ବୋଝେଇ କଣ୍ଟେନର ଜବତ, ୧୦୭ ଗୋରୁ ଉଦ୍ଧାର, ୩ ଗିରଫ
ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ପୋଲିସ ପକ୍ଷରୁ ରବିବାର ବେଆଇନ ଗୋରୁ ବୋଝେଇ ଗାଡ଼ି ଉପରେ ଚଢ଼ାଉ କରାଯାଇ ଦୁଇଟି କଣ୍ଟେନର ଜବତ ସହ ୧୦୭ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୁଇଟି କଣ୍ଟେନରରେ ଗୋରୁ ବୋଝେଇ…
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ କର୍ଣ୍ଣପାଳ ଗ୍ରାମ କଦମ୍ବଘାଟ ସାହିର ନୂଆଦେଇ ମାଝି (୬୧) ରବିବାର ସକାଳେ ଘରଠାରୁ ୫୦୦ମିଟର ଦୂର ଆଉଁଳି ନଦୀରୁ ଗାଧୋଇ ଫେରୁଥିବାବେଳେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଫଳରେ ସେ ଘଟଣାସ୍ଥଳରେ ପଡ଼ି…
ବ୍ଲଡ୍ ବ୍ୟାଙ୍କ ପ୍ରତିଷ୍ଠା ଦିବସ: କୁପନ ଦେଲେ ବି ମିଳୁନି ରକ୍ତ
ନୟାଗଡ଼ ଅଫିସ, ୭।୭-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଶନିବାର ସିଡିଏମ୍ଓଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଅଜୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିଡିଏମ୍ଓ (ଜିଲା…
ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଆହ୍ବାନ
ରଣପୁର,୭ା୭(ସ୍ବ.ପ୍ର.): ଶନିବାର ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ତରଫରୁ ସାନଗଡ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳନ କରାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟଅତିଥି ଓ ଖୋର୍ଦ୍ଧା ଜିଲା ଡିଏଫଓ ସୁଦୀପ୍ତ ନାୟକ, ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ନାଥ…
ବିପଦସଙ୍କୁଳ ଅବସ୍ଥାରେ ଜେନାପୁର ହାଇ ସ୍କୁଲ: ସାମାନ୍ୟ ବର୍ଷାରେ ପାଣି ଗଳୁଛି
ଜେନାପୁର,୭।୭(ଡି.ଏନ୍.ଏ.)- ଯାଜପୁର ଜଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଜେନାପୁର ହାଇ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୯୫୯ରେ ସ୍ଥାପିତ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷା ଦାନ…
ଶାରଳା ପୀଠରେ ଅବ୍ୟବସ୍ଥା: ଖୋଲାଖୋଲି ଚାଲିଛି ଶୋଷଣ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ
ଜଗତ୍ସିଂହପୁର ଅଫିସ,୭।୭: ଜଗତ୍ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା। ମା’ଙ୍କ ମନ୍ଦିର କେବଳ ଜିଲାରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତ୍ୟହ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସନ୍ତି। କିନ୍ତୁ ଏଠାରେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯେଭଳି ଖେଳାଯାଉଛି…
ସ୍ବାଭାବିକ ବର୍ଷା, କୃଷି କାର୍ଯ୍ୟ ଆଗେଇଲା
ସୋନପୁର, ୭।୭(ନି.ପ୍ର.) ବିଳମ୍ବିତ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଚାଷ ପ୍ରାରମ୍ଭିକ ଅବସ୍ଥାରେ ପ୍ରଭାବିତ ହୋଇଥିଲା। କିନ୍ତୁ କାଳବୈଶାଖୀ ଓ ଲଘୁଚାପ ଜନିତ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ଏବେ ଆଗେଇ ଚାଲିଛି। ଜୁଲାଇ…
ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଜରୁରି
ସୋନପୁର, ୭।୭(ନି.ପ୍ର) ସୁବର୍ଣ୍ଣପୁର ଜିଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶର ସୁରକ୍ଷା ସମ୍ପର୍କରେ ଉପସ୍ଥିତି…

