ବ୍ଲଡ୍‌ ବ୍ୟାଙ୍କ ପ୍ରତିଷ୍ଠା ଦିବସ: କୁପନ ଦେଲେ ବି ମିଳୁନି ରକ୍ତ

ନୟାଗଡ଼ ଅଫିସ, ୭।୭-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଶନିବାର ସିଡିଏମ୍‌ଓଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଅଜୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ) ଡା. ଶ୍ୱେତ କୁମାର ମହାପାତ୍ର, ମ୍ୟାଲେରିଆ ଅଧିକାରୀ ଡା. ସୁରେଶ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାମାଜିକ କର୍ମୀ ଦାମୋଦର ସାହୁ , ରୋଟାରିଆନ ପ୍ରମୋଦ ପଟ୍ଟନାୟକ ଓ ମିନାକ୍ଷୀବାଳା ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ଜିଲାରେ ଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଆୟୋଜିତ ହେଉଥିବା ରକ୍ତଦାନ ଶିବିରକୁ ପ୍ରଶଂସା କରିଥିଲେ। ରକ୍ତଦାନ ଶିବିର ହେବା ଫଳରେ ଜିଲାରେ ବିଭିନ୍ନ ସମୟରେ ଆବଶ୍ୟକ ହେଉଥିବା ରକ୍ତ ରୋଗୀଙ୍କ ଠାରୁ ଆରମ୍ଭ କରି ପ୍ରସୂତି ମହିଳାଙ୍କୁ ମିଳିପାରୁଛି । ଯାହାଦ୍ୱାରା ଅନେକ ଜୀବନ ବଞ୍ଚୁଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକାଂଶ ସଙ୍ଗଠନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ଶୁଭ ଲକ୍ଷଣ। ଆଗାମୀ ଦିନରେ ଯଦି ଏହିଭଳି ଭାବେ ରକ୍ତଦାନ ଶିବିର ଜାରି ରହିବ ତାହାହେଲେ ଜିଲାରେ ଆଉ ରକ୍ତର ଅଭାବ ଦେଖା ଯିବ ନାହିଁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ରକ୍ତଦାନ ଶିବିର କରାଯାଉଥିଲେ ମଧ୍ୟ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଉନାହିଁ। ଫଳରେ ଏହି ସମୟରେ ରକ୍ତର ଅଭାବ ଦେଖାଦେଉଛି। ଅନ୍ୟପକ୍ଷେ ଶରଣକୁଳ ଅଞ୍ଚଳର ଜଣେ ଆୟୋଜକ କୁପନ ଦେଲେ ବି ରକ୍ତଭଣ୍ଡାରରେ ଜରୁରିକାଳୀନ ସମୟରେ ରକ୍ତ ମିଳୁନାହିଁ ବୋଲି ପ୍ରକାଶ କରିଥିଲେ। ତେଣୁ ସେମାନେ କାହିିଁକି ରକ୍ତଦାନ ଶିବିର ଆୟୋଜନ କରିବେ ବୋଲି ପ୍ରଶ୍ନ କରିଥିଲେ। ନିଜ ପାଖରେ ଥିବା ୫ଟି କୁପନକୁ ସେ ଫେରାଇ ଦେଇଥିଲେ। ସେହିପରି ରକ୍ତଦାତାମାନଙ୍କୁ ମଧ୍ୟ ଜରୁରିକାଳୀନ ସମୟରେ ରକ୍ତ ମିଳୁ ନ ଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଯେପରି ଏହି ସମସ୍ୟାର ସମାଧାନ ହୋଇପାରିବ ସେ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷେ ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏ ଦିଗରେ କୌଣସି ଆଲୋଚନା ହୋଇ ନ ଥିଲା। ଯାହାକୁ ନେଇ ରକ୍ତଦାତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ରକ୍ତଦାନ ଆୟୋଜିତ ହୋଇଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସଦସ୍ୟମାନଙ୍କୁ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri