ବିପଦସଙ୍କୁଳ ଅବସ୍ଥାରେ ଜେନାପୁର ହାଇ ସ୍କୁଲ: ସାମାନ୍ୟ ବର୍ଷାରେ ପାଣି ଗଳୁଛି

ଜେନାପୁର,୭।୭(ଡି.ଏନ୍‌.ଏ.)- ଯାଜପୁର ଜଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଜେନାପୁର ହାଇ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୯୫୯ରେ ସ୍ଥାପିତ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ୧୩ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ରହିଛନ୍ତି। ଦୀର୍ଘବର୍ଷ ଧରି ବିଦ୍ୟାଳୟ ଶ୍ରେଣୀ ଗୃହ ମରାମତି ନ ହୋଇ ପଡି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ତିଆରି ହୋଇଥିବା ଶ୍ରେଣୀଗୃହଗୁଡିକ ମରାମତି ଅଭାବରୁ କାନ୍ଥ ଫାଟି ଯାଇଛି। ୭ମ ଓ ୮ମ ଶ୍ରେଣୀ ଗୃହ, ବାରଣ୍ଡା, ଅଫିସ କାର୍ଯ୍ୟାଳୟ ଓ ଶିକ୍ଷକଙ୍କ ସାଧାରଣ ପ୍ରକୋଷ୍ଠ ଗୃହରେ ସାମାନ୍ୟ ବର୍ଷାରେ ପାଣି ଗଳୁଛି। ଫଳରେ ପାଠପଢା ବାଧାପ୍ରାପ୍ତା ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେଉଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସ୍ବାଇଁଙ୍କୁ ପଚାରିବାରୁ, ଏ ବାବଦରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ତୁରନ୍ତ ଶ୍ରେଣୀ ଗୃହଗୁଡିକର ମରାମତି ସହ ନୂତନ ଶ୍ରେଣୀ ଗୃହ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri