ଆମ ଜିଲା ଖବର

ମରାମତି ହେଉନି ଯାତ୍ରୀ ବିଶ୍ରାମାଗାର

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ବିଶ୍ରାମାଗାରଟି ଶୋଚନୀୟ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି…

ବିପଦ ସୃଷ୍ଟି କରୁଛି ରାଜପଥ ପାର୍ଶ୍ୱ ଶୁଖିଲା ଗଛ

ଛେଣ୍ଡିପଦା,୩।୬(ସ୍ବ.ପ୍ର.) ଅନୁଗୋଳ ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଅନେକ ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ଛେଣ୍ଡିପଦା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଶୁଖିଲା ଗଛଗୁଡ଼ିକ…

ଆର୍‌ଆଇଙ୍କୁ ମାଡ଼ ମାରି ଜଣେ ଗିରଫ

ଢେଙ୍କିକୋଟ, ୩ା୬(ଡି.ଏନ୍‌.ଏ.) -ଘଟଗାଁ ତହସିଲ ଅଧୀନ ପିପିଳିଆ ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ମଣ୍ଡାଟାଙ୍ଗର ଗ୍ରାମରେ ଜଣେ ବ୍ୟକ୍ତି…

ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୩ା୬: ସଦର ଥାନା ଅନ୍ତର୍ଗତ ଲୋଚାପଡା ଚୈତନ୍ୟନଗରରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲୋଚାପଡାର ଦିଲୀପ ପାଣିଗ୍ରାହୀ (୨୭), ଦିଗପହଣ୍ଡି ଥାନା କଂସାମାରି…

ସହର ସାରା ଅଳିଆ ଭର୍ତ୍ତି, ବର୍ଷାରେ ସ୍ଥିତି ଅସମ୍ଭାଳ- ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ

ଭଞ୍ଜନଗର,୩।୬(ଡି.ଏନ.ଏ.)-ଭଞ୍ଜନଗର ସହରରେ ଗତ ୪ ମାସ ହେଲା ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି। ବିପର୍ଯ୍ୟସ୍ତ ପରିମଳ ସୁଧାରିବା ପାଇଁ ଏନଏସି କର୍ତ୍ତୃପକ୍ଷ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହାର କାରଣ ସହରବାସୀ ଖୋଜି…

ଜୀବନ ନେବାକୁ ଚାହିଁଛି ଲୁହାଛଡ଼

ବ୍ରହ୍ମପୁର ଅଫିସ୍‌,୩ା୬-ରାମଲିଙ୍ଗମ୍‌ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମନ୍ଥରଗତିରେ ଚାଲିଛି। ଫଳରେ ଏହି ପୋଖରୀର ତିନି ପାଖରେ ଥିବା ରାସ୍ତାରେ ଯାତାୟାତରେ ଅସୁବିଧା ହେଉଛି। ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ରହିବା ଫଳରେ ଲୁହା ଛଡ଼ ପଦାକୁ ବାହାରିଛି। ଅନେକ ସ୍ଥାନରେ ଲମ୍ବା ଲୁହା…

କାଳବୈଶାଖୀ ପ୍ରଭାବରେ ବ୍ରହ୍ମପୁରରେ ଘଡଘଡି ବର୍ଷା

ବ୍ରହ୍ମପୁର ଅଫିସ,୩ା୬-ଗଞ୍ଜାମ ଜିଲାରେ ରବିବାର କାଳବୈଶାଖୀ ହୋଇଛି। ଏହାର ପ୍ରଭାବରେ ସନ୍ଧ୍ୟାରେ ବ୍ରହ୍ମପୁର ସମେତ ଏହାର ଉପକୂଳ ଅଞ୍ଚଳ, ଏବଂ ଜିଲାର ବିିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନର ତାତିରୁ ସହରବାସୀ ତ୍ରାହି ପାଇଛନ୍ତି।…

ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍‌ ଡିଏସ୍‌ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି ଯୁବକଙ୍କଠାରୁ କୋଟିଏ ଟଙ୍କା ଠକେଇ ହୋଇଛି। ଏନେଇ ଶତାଧିକ ଯୁବକ ବ୍ରହ୍ମପୁର ଏସ୍‌ପି ପିନାକ…

ଅନେକଙ୍କୁ ଦେଇଛି ରୋଜଗାର: ଭୋଗରାଇ ଆଳୁଦମ୍‌

ଭୋଗରାଇ, ୩।୬(ପ୍ରଦୀପ ଦାସ)-ବାଲେଶ୍ୱର ଜିଲାରେ ଆଳୁଦମ୍‌ ଓ ଆଳୁକଷାର ପ୍ରସିଦ୍ଧି ରହିଛି। ସକାଳ ଓ ସନ୍ଧ୍ୟାରେ ଲୋକେ ମୁଢ଼ି ସହିତ ଆଳୁକଷା ବା ଆଳୁଦମ୍‌ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଏହା ଅଞ୍ଚଳରେ ଏକ ସ୍ବତନ୍ତ୍ର ଖାଦ୍ୟ ରୁଚିର ପରିଚୟ ସୃଷ୍ଟି…

ଡମ୍ପର ଚାପାରେ ନାବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ଉତ୍ତେଜନା

ଯୋଡ଼ା, ୩।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କେମେସି ଗଣେଶ ମନ୍ଦିର ଛକଠାରେ ରବିବାର ଅପରାହ୍ନରେ ଏକ ଡମ୍ପର ଚାପାରେ ଆକାଶ ପୂର୍ତ୍ତି(୮) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ…

ବଜ୍ରପାତରେ ମହିଳା ମୃତ

ଆନନ୍ଦପୁର,୩। ୬(ସ୍ବ.ପ୍ର.)- ଘସିପୁରା ଥାନା ଧକୋଠା ନାହାଗୁଣା ଗ୍ରାମରେ ବଜ୍ରପାତ ଘଟି ସରସ୍ବତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ନିଜ ମେଲା ଚାଳିଆ ଘରେ ରୋଷେଇ କରୁଥିବା ସମୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟିଥିଲା। ଏଥିରେ…

ଦେବଦମ୍ପତିଙ୍କ ନିର୍ବନ୍ଧ ସମ୍ପନ୍ନ

ପାଟଣା ,୩।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା-ଶଙ୍କର ଶିବ ମନ୍ଦିରରେ ଆସନ୍ତା ୭ ତାରିଖରେ ଶୀତଳଷଷ୍ଠୀ ତିଥିରେ ମାତା ପାର୍ବତୀ ଓ ଶିବଙ୍କ ବିବାହ ଲାଗି ରବିବାର ଅପରାହ୍ନରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ମନ୍ଦିର ପ୍ରାଙ୍ଗଣରେ ପୂଜକ ଅରୁଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?