ଆମ ଜିଲା ଖବର

ଦାଦନ ଖଟିବାକୁ ଯାଉଥିବା ୮ନାବାଳକ ଷ୍ଟେଶନରୁ ଉଦ୍ଧାର

ରାୟଗଡା ଅଫିସ୍‌, ୧୮ା୬- ଦାଦନ ଖଟିବାକୁ ଯାଉଥିବା ବେଳେ ମଙ୍ଗଳବାର ୮ଜଣ ନାବାଳକ ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍‌ ସଦସ୍ୟ ଏମ୍‌.କ୍ରିଷ୍ଣାରାଓ, ଲକ୍ଷ୍ମଣ ଶବର, ରଣଜିତ ମାଝୀ ଏବଂ ରାକ୍ଷୀ ପ୍ରଧାନ ଷ୍ଟେଶନ୍‌ରେ ଚେକଆଉଟ ପାଇଁ ଯାଇଥିଲେ । ଏହି…

ବେଆଇନ ଜବରଦଖଲ: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅମରପାଲି, ୧୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ତିଲେଇମାଲ ଗ୍ରାମବାସୀ ସୋମବାର ଗ୍ରାମର ବେଆଇନ ଜବରଦଖଲ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତିଲେଇମାଲ ମୌଜାକୁ ଲାଗି ଜଙ୍ଗଲ ଜମି ଅଛି ।…

ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପୂଜକ ସମାଜ, ଆନ୍ଦୋଳନ ଡାକରା

ଭାପୁର,୧୮ା୬(ଡି.ଏନ୍‌.ଏ.)-ବର୍ଷସାରା ଠାକୁର ଠାକୁରାଣୀଙ୍କ ପୂଜାନୀତି କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ପୂଜକ ସମାଜ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଚାଲିଛନ୍ତି। ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ବାସଗୃହ ପ୍ରମାଣପତ୍ର ନ ପାଇ ଅଧାରୁ ପାଠ ଛାଡୁଛନ୍ତି।…

କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ବନ୍ତ,୧୮।୬(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ପୁରୁଷଣ୍ଢ ଗ୍ରାମର ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ପରିସ୍ଥିତି ଅଣାୟତ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସ୍ଥାନୀୟ ଲକ୍ଷ୍ମୀବଜାର ଛକରେ ପୋଲିସ…

ଅନ୍ତର୍ଦେଶୀୟ ଜଳ ପରିବହନ କର୍ମଚାରୀଙ୍କ ଆନ୍ଦୋଳନ

ଚାନ୍ଦବାଲି,୧୮ା୬(ଡି.ଏନ.ଏ)-ଦୁଇଦଫା ଦାବି ନେଇ ଭଦ୍ରକ ଜିଲା ଚାନ୍ଦବାଲିରେ ଥିବା ଅନ୍ତ ର୍ଦେଶୀୟ ଜଳ ପରିବହନ ସଂସ୍ଥା (ଆଇଡବ୍ଲ୍ୟଟି)ର ୧୨ ଜଣ ଯାନ୍ତ୍ରିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଗତ ଶନିବାର କାର୍ଯ୍ୟାଳୟ ଉପରେ ଲୋକଙ୍କ ଚଢାଉ ନେଇ ସେମାନେ ମୁଖ୍ୟତଃ ନିଜର…

ପାଠ ପଢିବାକୁ ଯାଇ ମନୋରଞ୍ଜନ ପଞ୍ଜାବରେ ନିଖୋଜ, ଆଶା ଆଶଙ୍କାରେ ପରିବାର

ଭଦ୍ରକ ଅଫିସ, ୧୮ା୬- ଭଦ୍ରକ ବ୍ଲକ ଜଗନ୍ନାଥପୁର ଗାଁର ତ୍ରୈଲୋକ୍ୟ ସାହୁଙ୍କ ସାନପୁଅ ମନୋରଞ୍ଜନ ସାହୁ(୨୨) ଉଚ୍ଚଶିକ୍ଷା ଲାଭ କରିବାଲାଗି ଗତବର୍ଷ ପଞ୍ଜାବକୁ ଯାଇ ଭଟିଣ୍ଡା ଠାରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟ୍‌ ଅଫ ପଞ୍ଜାବରେ ନାମ ଲେଖାଇ ମେଡିସ୍‌ନାଲ କେମେଷ୍ଟ୍ରିରେ ଏମ୍‌ଏସି…

ରଙ୍ଗ ମିସ୍ତ୍ରୀ କାମ କରି ସୁନାଗହଣା ନେଇ ଚମ୍ପଟ, ଯାଜପୁର ରେଳଷ୍ଟେଶନରୁ ଅଭିଯୁକ୍ତ ଗିରଫ

ଢେଙ୍କିକୋଟ, ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ତୋରାଣିପୋଖରୀ ଗ୍ରାମର ପ୍ରଶ୍ନଜିତ୍‌ ମିଶ୍ରଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ଯୁବକ ମଙ୍ଗଳବାର ଦ୍ୱିପ୍ରହର ସମୟରେ ସୁନାଗହଣା ଧରି ଚମ୍ପଟ ମାରିଥିଲେ। ଘରମାଲିକ ପ୍ରଶ୍ନଜିତ୍‌ ଏହା…

ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି କଲଚୁରାଲ ଏକାଦେମିର ମିଳିତ ସହଯୋଗରେ ରେମୁଣା ବାମପଦାସ୍ଥିତ ନୋସି ବିଜିନେସ୍‌ ପାର୍କଠାରେ ଆୟୋଜିତ ପଟିଦିଅଁ ଅଙ୍କନ ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସ୍ବୀକୃତି ପ୍ରଦାନ କରିଥିବା ନୀଳଗିରି ଜଗନ୍ନାଥ ମନ୍ଦିର, ମୋତିଗଞ୍ଜ…

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି। କମ୍ପାନୀ ନିର୍ମାଣ ହେବା ଦିନଠାରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାନୀୟଜଳ,…

ଅପରେଶନ ଗଜେନ୍ଦ୍ର ବାଟବଣା: ନୀଳଗିରି ଛାଡି ଯାଉନାହାନ୍ତି ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୧୮।୬(ଡି.ଏନ.ଏ.)-ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ଆସିବାର ୮ଦିନ ବିତିଗଲାଣି। ଫେରିବାର ନାଁ ଧରୁନାହାନ୍ତି। ହାତୀପଲ ଇଚ୍ଛାନୁସାରେ ଖାଦ୍ୟ ପାଇଁ ଘୂରି ବୁଲୁଥିବା ବେଳେ ବନବିଭାଗ ଆଖିରେ ଧୂଳି ଦେଇ କୁଲଡ଼ିହା ଅଭୟାରଣ୍ୟ ଭିତରକୁ ପଶିଯାଇଥିଲେ। କିନ୍ତୁ କୁଲଡ଼ିହା ଅଭୟାରଣ୍ୟ ଭିତରେ…

ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼ (୨୮)। ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏରେ ଆସିକାପଟୁ ଛତ୍ରପୁର ଅଞ୍ଚଳ ସୁନ୍ଦରପୁର ଗ୍ରାମର କାଳୁ…

ଶରଧାପୁରରେ ଅଗ୍ନିକାଣ୍ଡ, ୧୪ ବଖରା ଜଳିଗଲା

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ବ୍ଲକ ଶରଧାପୁର ଗ୍ରାମ ମଝିସାହିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗି ୮ ପରିବାରର ୧୪ ବଖରା ପୋଡି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତମାନେ ହେଲେ ଗ୍ରାମର କମଳ ଲୋଚନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?