ବଣ୍ଡାଖାଲି ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଯବାନ ଗୁଳି ବିନିମୟ

ଭବାନୀପାଟଣା/ଲାଞ୍ଜିଗଡ଼, ୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ ବାରାକ୍‌ଠାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ, କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀର ଏହି ସୂଚନା ଦେଇଛନ୍ତି ।
ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଗ୍ରାମ ଜଙ୍ଗଲରେ ସକାଳ ସାଢେ ୭ଟାରୁ ୮ଟା ମଧ୍ୟରେ ଏସ୍‌ଓଜି ଯବାନ୍‌ କୋମ୍ବିଂ ଚଳାଇଥିଲେ। ଏହି ସମୟରେ ଯବାନଙ୍କ ଉପରକୁ ମାଓବାଦୀମାନେ ହଠାତ୍‌ ଗୁଳିମାଡ଼ ଆରମ୍ଭ କରିଥିଲେ। ଏଥିରୁ ଯବାନମାନେ ବର୍ତ୍ତିଯାଇଥିଲେ । ଏହାପରେ ଯବାନମାନେ ମାଓବାଦୀଙ୍କୁ ଆମତ୍ସମର୍ପଣ କରିବା ସକାଶେ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ମାଓବାଦୀମାନେ ଯବାନଙ୍କୁ ଗୁଳି ଚଳାଇଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। କିଛି ସମୟ ଉଭୟ ପଟୁ ଗୁଳିଚାଳନା ହେବା ପରେ ମାଓବାଦୀମାନେ ଛତ୍ର ଭଙ୍ଗଦେଇ ସେଠାରୁ ଚାଲିଯାଇଥିଲେ। ଏହି ଗୁଳିବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଯବାନମାନେ ଘଟଣାସ୍ଥଳରୁ କିଛି ମାଓବାଦୀ ସାମଗ୍ରୀ ସହ ଥ୍ରୀ ନଟ୍‌ ଥ୍ରୀ ବନ୍ଧୁକ ଜବତ କରିଛନ୍ତି। ଡିଆଇଜିଙ୍କ କହିବା ଅନୁଯାୟୀ ସାଧାରଣ ଲୋକଙ୍କୁ ପୋଲିସ ଇନ୍‌ଫର୍ମର୍‌ ନାମରେ ହତ୍ୟା କରାଯାଉଛି। ଗତ ରବିବାର ପାହାଡପଦର ହାଟରେ ଦିନ ଦ୍ବିପହରରେ ଠିକାଦାର ରାଜୀନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଥିଲେ। ଗତ ୨୧ ତାରିଖରେ ଭୀମ ଦୋରାଙ୍କୁ ପୋଲିସ ଇନ୍‌ଫର୍ମର୍‌ ଭାବେ ହତ୍ୟା କରାଯାଇଥିଲା। ଏହାକୁ ପୋଲିସ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅଞ୍ଚଳର ବିଭିନ୍ନ ସ୍ଥାନରେ କୋମ୍ବିଂ ଅପରେଶନ ଜାରି ରଖିଥିଲା। କଳାହାଣ୍ଡି ଜିଲାରୁ ମାଓବାଦୀଙ୍କୁ ନିପାତ୍‌ ସକାଶେ ସମସ୍ତ କାର୍ଯ୍ୟକ୍ରମ ଜାରି ରହିବ। ମାଓବାଦୀମାନେ ଲୁଚିଛପି ନିରୀହ ଲୋକଙ୍କୁ ହତ୍ୟା କରୁଥିବା ବେଳେ ପୋଲିସ ମାଓବାଦୀମାନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଥିବା ଡିଆଇଜି ଲାଲ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?