ଆମ ଜିଲା ଖବର

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ମଣ୍ଟୁ ଓରଫ କିଶୋର କୁମାର ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦…

ସୋମ୍‌ ହିରୋ ପକ୍ଷରୁ ନୂତନ ବାଇକ୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ, ୧୯।୬- ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ସୋମ୍‌ ହିରୋ ଶୋ’ରୁମ ପରିସରରେ ହିରୋ କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳରେ ନିର୍ମିତ ୩ ବାଇକ୍‌ ଓ ସ୍କୁଟର ମଙ୍ଗଳବାର ଅପରାହ୍ନରେ ବଜାର ପ୍ରବେଶ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶୋ’ରୁମର ସ୍ବତ୍ତ୍ୱାଧିକାରୀ…

କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ। ହେଲେ ଏହି ଯୋଜନାର ସୁବିଧା ସୁଯୋଗ ନେବା ପାଇଁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ…

୨ ଘଣ୍ଟାରେ ବେପାର ସରେ

ପିଲାବେଳେ ବାପାଙ୍କୁ ଦୋକାନରେ ସହଯୋଗ କରୁଥିଲେ। ତାଙ୍କଠାରୁ ସ୍ବାଦିଷ୍ଟ ଜଳଖିଆ ତିଆରି କରିବା ଶିଖିଥିଲେ। ଟିକେ ବଡ଼ ହେବା ପରେ ନିଜେ ଏହି ବ୍ୟବସାୟ ଆରମ୍ଭ କଲେ। ସେତେବେଳେ ସେ ଏକା ଜଳଖିଆ ପ୍ରସ୍ତୁତ ସହ ବିକ୍ରି କରୁଥିଲେ। ଏବେ ତାଙ୍କୁ…

୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା ନିର୍ମାଣ ଏବଂ ଏହାର ବ୍ୟବହାର ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି ସହ…

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଛନ୍ତି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଏବଂ ଗୋପାଳପୁର…

ଦୋକାନରେ ଚଢ଼ାଉ, ୨୭ କେଜି ପଲିଥିନ ଜବତ

ଭଞ୍ଜନଗର,୧୯।୬(ଡି.ଏନ.ଏ)-ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ତଥାପି ବେଧଡ଼କ ବହୁଳ ଭାବେ ଏହାର ବ୍ୟବହାର ଚାଲିଛି। ଭଞ୍ଜନଗର ସହରରେ ବହୁଳ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ପରିମଳ ବିପର୍ଯ୍ୟସ୍ତ ହେଉଛି। ଦୌନନ୍ଦିନ ସହରର ରାସ୍ତାକଡ଼ରେ କୁଢ଼ କୁଢ଼ ଏପରି ଆବର୍ଜନା…

କ୍ଷତି ବଢ଼ିବା ପରେ ଚେତିଲା ପ୍ରଶାସନ: ମାସକ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ବକେୟା

ଭଞ୍ଜନଗର,୧୯।୬(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଜୋନର ଅସ୍ଥାୟୀ କର୍ମଚାରୀମାନେ ବକେୟା ଦରମା ଦାବି ନେଇ ଗତ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଜୋନ୍‌ର କ୍ଷତି ବଢ଼ିବା ପରେ ପ୍ରଶାସନ ଶେଷରେ ଚେତିଛି। କର୍ମଚାରୀଙ୍କ ଦାବି ବିଚାରକୁ ନିଆଯିବ ବୋଲି ଜିଲା ପ୍ରଶାସନ ପ୍ରତିଶ୍ରୁତି ମିଳିବା…

ନାବାଳିକାଙ୍କ ଭିଡିଓ ଭାଇରାଲ, ୩ ଗିରଫ

ଆସିକା,୧୯ା୬(ଡି.ଏନ୍‌.ଏ.) -ଆସିକା ଥାନା ଇଲାକାରେ ଜଣେ ନାବାଳିକାଙ୍କ ଭିଡିଓ ଭାଇରାଲ୍‌ ଅଭିଯୋଗରେ ପୋଲିସ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍‌ଏସି ଅଞ୍ଚଳର ପରବେଶ୍‌ ଖାନ୍‌, ତାଙ୍କ ଭାଇ ସମସେର୍‌ ଖାନ୍‌ ଓ ବିନାୟକ ମହାପାତ୍ର। ପରବେଶ୍‌…

ଉପଖଣ୍ଡ ରାଜସ୍ବ ସମୀକ୍ଷା ବୈଠକ , ପଟ୍ଟା ଦେବାରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୯ା୬(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ ଅଧ୍ୟକ୍ଷତା କରିଥିଲେ। ଜମିର କିସମ ପରିବର୍ତ୍ତନ ପାଇଁ ମ୍ୟୁଟେଶନ ମାମଲାର ତଦନ୍ତ କରି…

କପ୍ତିପଦାରେ ଗଣ ମହୋତ୍ସବ ‘ବିରାଟ’ ଉଦଘାଟିତ: ’ମହୋସତ୍ବ ମାଧ୍ୟମରେ ସବୁ ବିଭେଦର ବିଲୟ ଘଟେ’

କପ୍ତିପଦା,୧୯ା୬(ଡ଼ି.ଏନ୍‌.ଏ)- ମହୋତ୍ସବ ମାଧ୍ୟମରେ ଜାତିବାଦ, ଆତଙ୍କବାଦ, ସନ୍ତ୍ରାସବାଦ ଭଳି ସବୁ ବିଭେଦର ବିଲୟ ଘଟେ । ସମଗ୍ର ବିଶ୍ୱରେ ଭାରତ ହିଁ ଅନନ୍ୟ ତାର ବିଶ୍ୱ ଭାତୃତ୍ୱର ମହାଚେତନା ପାଇଁ । ଯୋଗ ହିଁ ଏହି ମହାଚେତନାର ମୂଳଧର ବୋଲି ସୋମବାର…

ହଳଦୀପଦା ରେଳ ଷ୍ଟେଶନକୁ ଅଣଦେଖା

ରୂପ୍‌ସା, ୧୯।୬(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳ ଷ୍ଟେଶନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ୬୦ବର୍ଷ ପୂର୍ବରୁ ଏହି ଷ୍ଟେଶନ ସ୍ଥାପନ ହୋଇଥିଲେ ବି ଏଯାବତ୍‌ ଏହାର ସାମଗ୍ରିକ ବିକାଶ ହୋଇପାରିନାହଁି। ପ୍ରତିମାସ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?