ଆମ ଜିଲା ଖବର

ସାପ କାମୁଡାରେ ମା’, ଝିଅ ମୃତ

ପାପଡାହାଣ୍ଡି, ୨୧।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ଗ୍ରାମ କନାରୀ ଛୁଆଁରେ ସାପ କାମୁଡାରେ ଶୁକ୍ରବାର ମା’, ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମା’ ବୁଦେଇ ଜାନୀ ଓ ଝିଅ ଅସ୍ତୁ (୧୨)। ମା’ଝିଅ ଗୁରୁବାର ରାତିରେ ଶୋଇଥିବା…

ଦୋଳି ଖେଳିବା ହେଲା କାଳ, ଫସିଯାଇ ନାବାଳିକା ମୃତ

ନୟାଗଡ଼ ଅଫିସ,୨୧ା୬: ନୟାଗଡ଼ ପୌରପରିଷଦ ୯ ନମ୍ବର ୱାର୍ଡ ହାଟପଦା ସାହିରେ ଜଣେ ନାବାଳିକାଙ୍କ ପାଇଁ ଦୋଳି ଖେଳିବା କାଳ ହୋଇଛି। ଦୋଳି ରଶି ବେକରେ ଫସି ଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହାଟପଦା ସାହିର ମହେଶ୍ୱର ସାହୁଙ୍କ…

ଭବାନୀପାଟଣାରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ

ଭବାନୀପାଟଣା,୨୧।୬ (ଡି.ଏନ୍‌.ଏ.): ଯୋଗ ଦ୍ୱାରା ଏକ ସୁସ୍ଥ ଓ ନୀରୋଗ ଶରୀର ଗଠନ ପାଇଁ ଶୁକ୍ରବାର ଭବାନୀପାଟଣାରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଭବାନୀପାଟଣା ଶାଖା ପକ୍ଷରୁ ଏହା ସ୍ଥାନୀୟ ବ୍ୟାୟାମ ଶାଳା, ଭବାନୀପାଟଣାଠାରେ…

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ରାଥମିକ ଶିକ୍ଷକ ସଂଘ, ୫-ଖାରାବେଳ ନଗର ଭୁବନେଶ୍ୱର, କଳାହାଣ୍ଡି ଶାଖା ପକ୍ଷରୁ ଶୁକ୍ରବାର ଜିଲା ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଜନାର୍ଦ୍ଧନ ମାଝି…

ଫି’ ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବିରେ ଅଭିଭାବକଙ୍କ ଧାରଣା

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): ଫି ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବି କରି କଳାହାଣ୍ଡି ଜିଲା ଭବାନୀପାଟଣା ବିମଳା କନଭେଣ୍ଟ ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଶୁକ୍ରବାର ଧାରଣା ଦେଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହିତ କୌଣସି ପ୍ରକାର ଆଲୋଚନା ଓ ମତବିନିମୟ ନ…

ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି ଦୃଶ୍ୟ ଲୋକଙ୍କୁ ବିଚଳିତ କରିଥିଲା। କୁକୁରଟି ନିକଟସ୍ଥ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରୁ ଏହି…

‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ। ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦୁଝର ଜିଲା ବଡ଼ସାହି ବ୍ଲକ ବେଲପାଳ ସରସ୍ବତୀ ଶିଶୁ…

ଖରାଛୁଟି ପରେ ଖୋଲିଲା ସ୍କୁଲ, ପ୍ରଥମ ଦିନରେ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନରେ କରାଗଲା ସ୍ବାଗତ

ବ୍ରହ୍ମପୁର ଅଫିସ,୨୧ା୬: ଖରାଛୁଟି ପରେ ଶୁକ୍ରବାର ଖୋଲିଛି ସ୍କୁଲ। ପ୍ରଥମ ଦିନରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଆୟୋଜନ କରାଯାଇଥିଲା । ଛାତ୍ରୀଛାତ୍ରମାନେ ନିର୍ଦ୍ଦାରିତ ସମୟରେ ସ୍କୁଲରେ ପହଞ୍ଚତ୍ଥିଲେ। ଫାଟକ ପାଖରେ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହି ପିଲାମାନଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ…

ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଯୋଗାଭ୍ୟାସ

ଚିତ୍ରକୋଣ୍ଡା,୨୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ୮ମ ବିଏସ୍‌ଏଫ୍‌ ବାଟାଲିୟନ ସହାୟତାରେ ସ୍ଥାନୀୟ ମିନି ଷ୍ଟାଡିଅମ ପଡ଼ିଆଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବହୁସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଚିତ୍ରକୋଣ୍ଡାର ଅନୁଭବୀ ଦୈନିକ ଅଭ୍ୟାସର ଯୋଗ…

ଭୁବନ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ଭୁବନ,୨୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ପକ୍ଷରୁ ଶୁକ୍ରବାର ୫ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହି ଯୋଗ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନ ପାଇଁ…

ହାତୀ ଆକ୍ରମଣରେ ପ୍ରାଣ ଗଲା

ତାଳଚେର,୨୧ା୬(ନି.ପ୍ର.) : ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦) ଗୁରୁବାରଠାରୁ ନିଖୋଜ ଥଇବାବେଳେ ଶୁକ୍ରବାର ସକାଳେ ତାଙ୍କ ମୃତଦେହକୁ ଶୁକ୍ରବାର ଗ୍ରାମବାସୀ ଜଙ୍ଗଲରୁ ଖୋଜି ପାଇଛନ୍ତି। ଗ୍ରାମ ନିକଟ ଜଙ୍ଗଲରେ ତାଙ୍କୁ ହାତୀ ଆକ୍ରମଣ…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୨୧।୬: ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ୪ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପରିବର୍ଦ୍ଧିତ କରାଯାଇଛି। ଏହି ଆନ୍ଦୋଳନ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗୁରୁବାର ଅନୁଷ୍ଠିତ ଜିଲା ଓକିଲ ସଂଘ ପରିବର୍ଦ୍ଧିତ କାର୍ଯ୍ୟନିର୍ବାହୀ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?