ରାସ୍ତାପାର୍ଶ୍ୱରୁ ଗଛକଟା ନେଇ ଉତ୍ତେଜନା

ହିଞ୍ଜିଳିକାଟୁ,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ସେତୁ ନିକଟ ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ବେନିୟମ ଭାବେ ଗଛ କାଟିବା ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଛି। ନିକଟବର୍ତ୍ତୀ ଗ୍ରାମର କିଛି ମହିଳା ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡ଼ିକୁ ଜାଳେଣି ସଂଗ୍ରହ ନିମନ୍ତେ କାଟୁଥିବାବେଳେ ତ୍ରିରଙ୍ଗା ଯୁବକ ସଂଘ ଓ ଡିସକଭରୀ ହିଞ୍ଜିଳିକାଟୁର କାହ୍ନୁ ପଣ୍ଡା, ପ୍ରଭାତ ମହାରଣା, କିରଣ ପୃଷ୍ଟି ଓ ଅନ୍ୟ ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ। ଏଥିନେଇ ହିଞ୍ଜିଳିଥାନାକୁ ଖବର ଦେଇଥିଲେ। ଖବର ପାଇ୨ ଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ତାଗିଦ୍‌ କରିଥିଲେ। ପରେ ଚେରମାରିଆ ରେଞ୍ଜ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଟା ଯାଇଥିବା ଗଛକୁ ଜବତ କରିଛନ୍ତି। ଚଳିତବର୍ଷ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ଚାରାରୋପଣ ପାଇଁ ଉଭୟ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ବ୍ୟାପକ ପଦକ୍ଷେପ ନେଇଛନ୍ତି ବୋଲି ତ୍ରିରଙ୍ଗା ଅନୁଷ୍ଠାନର ସଭାପତି ରଞ୍ଜନ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଜାଳେଣି ପାଇଁ ରାସ୍ତାପାର୍ଶ୍ୱ ଗଛ କଟାଯିବା କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ବଣ୍ଟନ ହିଞ୍ଜିଳି ଅଞ୍ଚଳରେ କେତେ ସଫଳ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି ବୋଲି ପୂର୍ବତନ ଓକିଲ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri