ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି ପରିସ୍ଥିତି ସହ ଲଢେଇ କରି ଚାଲିଛନ୍ତି। ହଦଗଡ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଏଥର ଯୁକ୍ତ ୨ ପାସ ପରେ ସେ ତରା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନରେ ୪ ବର୍ଷିଆ ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମରେ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ନାମ ଲେଖାଇବା ସକାଶେ ଆବଶ୍ୟକ ପଡୁଛି ୨୨ ହଜାର ୩୭୫ ଟଙ୍କା । ଏହି ଅର୍ଥ ସେ କିପରି ଯୋଗାଡ କରିବେ ସେ ନେଇ ଚିନ୍ତାରେ ଅଛନ୍ତି। ଠିକ ସମୟରେ ଅର୍ଥ ଯୋଗାଡ ହୋଇ ନ ପାରିଲେ ନାମ ଲେଖା ହୋଇ ପାରିବ ନାହିଁ ା
କୃଷ୍ଣଚନ୍ଦ୍ରଙ୍କ ଘର ଘଷିପୁରା ବ୍ଲକର ପଞ୍ଚୁଗୋଛିଆ ଗ୍ରାମରେ। ସେ ମାଟ୍ରିକ ପରୀକ୍ଷାରେ ୯୫.୫ ଓ ଯୁକ୍ତ ୨ ରେ ୯୫.୪ ପ୍ରତିଶତ ମାର୍କ ରଖିଥିଲେ। ଜଣେ ମେଧାବୀ ଛାତ୍ର ହୋଇ ମଧ୍ୟ ତାଙ୍କ ଉଚ୍ଚଶିକ୍ଷାରେ ଅର୍ଥ ବାଧକ ସାଜିବା ସଚେତନ ନାଗରିକଙ୍କୁ ଆଲୋଡିତ କରିଛି। ପାଠପଢି ଶିକ୍ଷକତା କଲେ ସେ ପରିବାର ପ୍ରତିପୋଷଣ କରି ପାରିବେ ବୋଲି ଆଶା ରଖିଛନ୍ତି। କୃଷ୍ଣଚନ୍ଦ୍ର କହିଛନ୍ତି, ତାଙ୍କର ଦୃଷ୍ଟି ଶକ୍ତି କମ୍‌। ୬୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ଏହା ସତ୍ତ୍ୱେ ସେ ପାଠପଢା ପ୍ରତି କେବେ ହେଳା କରି ନାହାନ୍ତି। ୨୦୧୪ରେ ଦୁର୍ଘଟଣାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଗଲା। ମା’ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କର ୪ ଭାଇ ା ସବୁଠାରୁ ବଡ ଭାଇଙ୍କର ଅକାଳ ବିୟୋଗ ଘଟିବାରୁ ତାଙ୍କ ପତ୍ନୀ ଓ ୩ ପିଲା ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ଭାଇମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ତୃତୀୟ। ତାଙ୍କର ଆଉ ଜଣେ ଉପର ଭାଇ ଏବଂ ସବା ସାନ ଭାଇ ମେଧାବୀ। ବଡ ଭାଇ ଟ୍ୟୁଶନ କରି ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢୁଛନ୍ତି। ସବା ସାନ ଭାଇ ମାଟ୍ରିକ ପରୀକ୍ଷାରେ ଏଥର ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ସରକାରୀ କଲେଜ ହୋଇଥିବାରୁ କମ୍‌ ଖର୍ଚ୍ଚରେ ସେ ନାମ ଲେଖାଇ ପାରିଛନ୍ତି। ତେବେ ବିଇଡିରେ ତାଙ୍କର ନାମ ଲେଖା ହୋଇଗଲେ ସେ ଟ୍ୟୁଶନ କରି ଅନ୍ୟ ଖର୍ଚ୍ଚ ତୁଲାଇ ପାରନ୍ତେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri