ଆମ ଜିଲା ଖବର

ଶିଶୁଙ୍କ ଡ୍ରେସ ବିକ୍ରି କରିବା ମହଙ୍ଗା ପଡ଼ିଲା: ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ବ୍ରହ୍ମପୁର ଅଫିସ,୨୦ା୭-ଏମକେସିଜି ମେଡିକାଲ କଲେଜରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏପରିକି ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିବା ବେଳେ ଜଣେ ଡାକ୍ତର ଭିଜିଲାନ୍ସ ଜାଲରେ ପଡିଥିବା ମଧ୍ୟ ନଜିର ରହିଛି। କିଛିଦିନ ତଳେ ସ୍ତ୍ରୀ ଓ…

ଟ୍ୟୁଶନ ନ ପଢ଼ିଲେ ମାର୍କ ଦେଉନାହାନ୍ତି ଅଧ୍ୟାପକ

ବ୍ରହ୍ମପୁର ଅଫିସ୍‌,୨୦ା୭-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି । ଯେଉଁ ଛାତ୍ରୀମାନେ ଟ୍ୟୁଶନ ପଢ଼ିବେ ନାହିଁ, ପରୀକ୍ଷାରେ ସେମାନଙ୍କ ମାର୍କ କମାଇଦେବାକୁ ଧମକ ଦେଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ିଶା…

କାଞ୍ଜିପାଣି ଆଶ୍ରମ ସ୍କୁଲ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର ୨୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିବା ମାମଲାରେ ଜିଲା ପ୍ରଶାସନ ସମ୍ପୃକ୍ତ ପ୍ରଧାନଶିକ୍ଷକ ଅର୍ଜୁନ କୁମାର ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।…

ଲଙ୍କାଗୁଣ୍ଡ ପକାଇ ୧. ୬୬ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ମହିଳା କର୍ମଚାରୀ ଓ ତାଙ୍କ ପ୍ରେମିକ ଗିରଫ

ଚାନ୍ଦବାଲି, ୨୦ା୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟ୍‌ ଘଟଣାର ୧୧ ଦିନ ପରେ ପର୍ଦ୍ଦାଫାଶ ହୋଇଛି। ଏକ ସ୍କୁଟି…

ବ୍ରାଉନସୁଗାର ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୦।୭ – ଭଦ୍ରକ ଜିଲା ଅବକାରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ଅପରାହ୍ନରେ ଚଢ଼ାଉ କରି ଆରଡ଼ି ଛକ ନିକଟରୁ ୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି। ଏଥିସହ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ…

୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ ଧାନ ଚାଷ ଆରମ୍ଭ ହୋଇପାରୁ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷାରେ ଅନିୟମିତତା…

ଶବ ବ୍ୟବଚ୍ଛେଦରେ ବିଳମ୍ବ ପ୍ରତିବାଦରେ ରାସ୍ତାରୋକୋ

ବାଲିଆପାଳ, ୨୦।୭(ସ୍ବ.ପ୍ର.)-ସ୍ବାମୀ ଘରେ ନ ଥିବା ବେଳେ ଶୋଇବା ଘରେ ବେକରେ ରଶି ଲଗାଇ ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନାଙ୍କ ସ୍ତ୍ରୀ ସୋନାଲି ଜେନା ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି। ମାତ୍ର ବାଲିଆପାଳ ତହସିଲଦାରଙ୍କ ଅନୁପସ୍ଥିତ ଏବଂ ପୋଲିସ ଅବହେଳା ଯୋଗୁ…

ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଉକ୍ତ ପିକ୍‌ଅପ୍‌ରେ ଅତି ଦୟନୀୟ ଅବସ୍ଥାରେ ଥିବା ୨୪ଟି ଗୋରୁ…

ଏଟିଏମ୍‌ରୁ ଟଙ୍କା ଗାଏବ ମାମଲା : ଜଳେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ଏଟିଏମ୍‌ରୁ ଚଞ୍ଚକତା କରି ଟଙ୍କା ଗାଏବ ଘଟଣାରେ ଛତିଶଗଡ଼ ରାଜ୍ୟ ରାଜନନ୍ଦଗାଁଓ ଜିଲା ଲାଲବାଗ ଥାନାର ଏକ ପୋଲିସ ଟିମ୍‌ ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ପୋଲିସ ସହଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ରାଇବଣିଆ ଥାନା ସର୍ଦ୍ଦାରବନ୍ଧ…

ପୋଲ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡ଼ି,୧୯।୭(ଡି.ଏନ.ଏ)- ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗଁାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରୁ ପ୍ରାୟ ଦେଢ଼ କିମି ଦୂର କଲେଜ ନିକଟ ପୋଲର ସଂଯୋଗୀକରଣ ରାସ୍ତା ଦବି ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ମରାମତି…

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୧୯ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା ଓ ଫିରିଙ୍ଗାଆ ବଜାରରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। କେକେବିଏନ ଡିଭିଜନର କାନ୍ଥ…

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ ଅଫିସ,୧୯ା୭-ଢେଙ୍କାନାଳ ଜିଲା ସଦର ଥାନା ଝାରଗାଡିଆ ଫାଣ୍ଡି କାଉଁରିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଉର୍ମିଳା ନାଏକ(୪୦)ଙ୍କ ମୃତ୍ୟୁ ଘଟିଛି। ସେ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?