ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଟକ ଅଫିସ,୧୨ା୮: ଗୋପଦ ଅଭିଯାନରେ ରବିବାର ସକାଳୁ ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସଙ୍କ ସମେତ ସିଡିଏମଓ କଟକ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସହରର କନିକା ଛକଠାରୁ ବାହାରି ସିଦ୍ଧେଶ୍ୱର ସାହି, ୧୦ନଂ. ୱାର୍ଡ ଓ ଷ୍ଟିୱାର୍ଟପାଟଣା ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କଠାରୁ ଡ୍ରେନେଜ, ପରିମଳ, ରାସ୍ତା ଓ ପାଣି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସହରରେ ଦୀର୍ଘଦିନ ହେବ ଏହିସବୁ ସମସ୍ୟା ଲାଗିରହିଛି। ଏହାର ସମାଧାନ କିପରି ହୋଇପାରିବ ସେ ନେଇ ଜିଲାପାଳ ପ୍ରତିଦିନ ଗୋପଦ ଅଭିଯାନରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ରବିବାର ଜିଲାପାଳ ଏହିସବୁ ଅଞ୍ଚଳ ପରିଦର୍ଶନ କରିବା ପରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସିଏମ୍‌ସିକୁ ଜଣାଇଥିଲେ। ସେହିପରି ଅନାଧିକାର ଜମିକୁ ମୁକ୍ତ କରିବା, ଡ୍ରେନକୁ ଜବରଦଖଲ ମୁକ୍ତ କରିବା ଓ ସଫାସୁତୁରା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ କହିଥିଲେ। ଏଥିସହ ସିଦ୍ଧେଶ୍ୱର ସାହି ବାସିନ୍ଦା ଏବଂ ବୁଦ୍ଧିଜୀବୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାକାର ଆଲୋକ, ଆବଶ୍ୟକ ଭେଣ୍ଡିଂଜୋନର ବ୍ୟବସ୍ଥା କରାଯିବା ଉପରେ ଅବଗତ ହେବା ସହ ସାହିରେ ଥିବା ମଧୁସୂଦନ ଦାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri