ଆମ ଜିଲା ଖବର

ଚିକିତ୍ସାରେ ଅର୍ଥ ବାଧକ: ମୁଣ୍ଡରେ ବଢ଼ୁଛି ଟ୍ୟୁମର

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)-ଚିକିତ୍ସାରେ ଅର୍ଥ ଯେମିତି ବାଧକ ସାଜିଛି। ଗରିବ ମୂଲିଆମାନେ ରୋଗ ହେଲେ ଭଗବାନଙ୍କୁ ଭରସା କରି ଜୀବନ ବିତାଉଛନ୍ତି। ଅର୍ଥ ନ ଥିଲେ ଯେତେ ବଡ଼ ରୋଗ ହେଲେ ମଧ୍ୟ ତାକୁ ଭଲ କରିବାକୁ ସେମାନଙ୍କର ସାମର୍ଥ୍ୟ ରହୁନାହିଁ। କଷ୍ଟ…

ଘାଟିରେ ୧୦୦ ଫୁଟ ତଳକୁ ଖସିଲା ଟ୍ରକ

ବାଙ୍ଗିରିପୋଷି,୩୧ା୭(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରୁ କଲିକତା ଅଭିମୁଖେ ଯାଉଥିବା ଏକ ଆଇରନ ଗୁଣ୍ଡ ବୋଝେଇ ଟ୍ରକ ମଙ୍ଗଳବାର ୧୦୦ ଫୁଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ମହମ୍ମଦ ଅଫତାବ ଆହତ…

ଜାଲ୍‌ ନିଯୁକ୍ତିପତ୍ରରେ ଚାକିରି, ଯୁବକ ଗିରଫ

ବେତନଟୀ,୩୧ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଆଞ୍ଚଳିକ ଡାକ୍ତରଖାନାରେ ଜାଲ୍‌ ନିଯୁକ୍ତିପତ୍ର ଦେଇ ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିବା ଜଣେ ଯୁବକଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ ନିକଟ ବଡଖୁଆ ଗ୍ରାମର…

ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା…

ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରି ବେପରୁଆ ଯାନ ଚାଳନା ଉପରେ ଗୁରୁତ୍ୱ ଦେଇ କଟକଣା ଲାଗିବ ପାଇଁ ନିର୍ଦ୍ଦେଶ…

ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାତ୍ର କେତେକ ଅସାଧୁ କେନ୍ଦ୍ର ପରିଚାଳକ ଏହାର ଅପବ୍ୟବହାର କରୁଛନ୍ତି।…

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ ଓ ରେଜିଲିଏନ୍ସ ପ୍ରକଳ୍ପର ମିଳିତ ପ୍ରଚେଷ୍ଟାରେ ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମଠାରେ ଓୟୁଏଟି ବଳଦଟଣା…

ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ, କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା, ହୋମଯଜ୍ଞ

ଅମରପାଲି,୩୦ା୭(ଡ଼ି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା ଓ ହୋମଯଜ୍ଞ କରାଯାଇଛି। ଚଳିତବର୍ଷ ବିଳମ୍ବ ବର୍ଷା ସହିତ ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ ଦେଖାଯାଇଛି। ପରମ୍ପରା କ୍ରମେ ଭଲବର୍ଷା ପାଇଁ ଗାଁ ଗାଁରେ…

କଳାହାଣ୍ଡି ପୋଲିସ ତରଫରୁ ‘ପରୀ-୩’ କାର୍ଯ୍ୟକ୍ରମ ଶୁଭାରମ୍ଭ, ନିଖୋଜ ନାବାଳକନାବାଳିକାଙ୍କୁ ଉଦ୍ଧାର କରାଯିବ

ଭବାନୀପାଟଣା,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ନାବାଳିକା ନାବାଳକ ଏବଂ ବିଭିନ୍ନ ଦୋକାନ ବଜାର, କାମ କରୁଥିବା ନାବାଳିକାନାବାଳକଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଉପଯୁକ୍ତ ରକ୍ଷଣା ବେକ୍ଷଣ ଓ ଥଇଥାନ ବ୍ୟବସ୍ଥା କରାଯିବ। ଏଥିପାଇଁ ମଙ୍ଗଳବାର…

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ-କଛାରପଡାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟର…

ମରୁଡି ଘୋଷଣା ଦାବି, ବୋଡେନ ବ୍ଲକ ଭାଜପାର ତହସିଲ ଅଫିସ ଘେରାଉ

ନୂଆପଡା ଅଫିସ/ବୋଡେନ,୩୦ା୭: ନୂଆପଡା ଜିଲା ପ୍ରତିବର୍ଷ ମରୁଡି କବଳିତ ହେଉଥିବାବେଳେ ଏଠାରେ ଚାଷୀଙ୍କ ଗୁହାରି ଶୁଣିବାକୁ କର୍ତ୍ତୃପକ୍ଷ ହେଳା କରୁଥିବା ଅଭିଯୋଗ କରି ବୋଡେନ ବ୍ଲକ ଭାଜପା ତରଫରୁ ତହସିଲ ଅଫିସ ଘେରାଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ…

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?