ସାରଗାଁ ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବି: ଅବକାରୀ ଅଫିସ୍‌ ଘେରିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ଜିଲା ରେମୁଣା ବ୍ଲକ ସାରଗାଁ ବଜାର ମଧ୍ୟରେ ଥିବା ମଦ ଦୋକାନ ଉଚ୍ଛେଦ ପାଇଁ ଉକ୍ତ ପଞ୍ଚାୟତର ମହିଳା ଓ ପୁରୁଷ ମଙ୍ଗଳବାର ଜିଲା ଅବକାରୀ ଅଫିସ୍‌କୁ ଘେରାଉ କରିଥିଲେ। ସାରଗାଁ ସରପଞ୍ଚ ରବି ନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଉପଜିଲାପାଳ ନୀଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରାଙ୍କୁ ଭେଟି ମଦ ଦୋକାନ ଉଚ୍ଛେଦ ନିମନ୍ତେ ଆଲୋଚନା କରିଛନ୍ତି।

ସାରଗାଁ ବଜାରରେ ୩ଟି ବିଦ୍ୟାଳୟ, ଭିନ୍ନ ଭିନ୍ନ ମନ୍ଦିର ରହିଛି। ବଜାର ମଝିରେ ମଦ ଦୋକାନ କରାଯାଇ ଥିବାରୁ ବିଭିନ୍ନ ସମୟରେ ଯୁବକମାନେ ମଦ୍ୟପାନ କରି ଗଣ୍ଡଗୋଳ କରୁଛନ୍ତି। ଫଳରେ ସ୍କୁଲ ପିଲା ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ମଦ ଦୋକାନ ଉଚ୍ଛେଦ ନେଇ ଆନ୍ଦୋଳନ କରାଯାଇଥିଲା। ପୂର୍ବତନ ଜିଲାପାଳ ରମେଶ ଚନ୍ଦ୍ର ରାଉତ ୭ଦିନ ମଧ୍ୟରେ ସ୍ଥାନାନ୍ତରିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିଲା ନାହଁି। ସନ୍ଧ୍ୟା ୭ଟା ପରେ ରାସ୍ତାରେ ଯିବାକୁ ଝିଅବୋହୂମାନେ ସୁରକ୍ଷିତ ମଣୁନାହାନ୍ତି। ୧୫ଦିନ ମଧ୍ୟରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସାରଗାଁ ରାସ୍ତା ଅବରୋଧ ସହ ଅନଶନ କରାଯିବ ବୋଲି ଗ୍ରାମବାସୀ ଲମ୍ବୋଧର ପ୍ରଧାନ, ସତ୍ୟ କୁମାର ମିଶ୍ର, ରଣଜିତ ଦାସ, ଉମାକାନ୍ତ ମହାଳିକ, ଗୌତମ ଦାସ, ପର୍ଶୁରାମ ନାୟକ, ସସ୍ମିତା ବାରିକ, ପାର୍ବତୀ ସେଠୀ, ସବିତା ଦାସ, ସରସ୍ବତୀ ସାହୁ, ପ୍ରଭାତୀ ସାହୁ, ମାନସୀ ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରା କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି। ଉକ୍ତ ମଦ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ଏହାକୁ ବିରୋଧ କରି ମଦ ଦୋକାନ ମାଲିକ ହାଇକୋର୍ଟରେ ମାମଲା ରୁଜୁ କରିଥିବାବେଳେ ଏହା ଏବେ ବିଚାରାଧୀନ ରହିଛି। ମାମଲାର ସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri