ଜିଲାରେ ୪୯୪.୨ ମିମି ବର୍ଷା, କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି
କୋରାପୁଟ,୪।୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୪୯୪.୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗର ରିପୋର୍ଟରୁ ଜଣାଯାଇଛି। ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି ବର୍ଷା ହୋଇଥିବାବେଳେ ବୋରିଗୁମ୍ମା ବ୍ଲକରେ ୪୮.୮ମିମିି, ଦଶମନ୍ତପୁର ବ୍ଲକରେ ୫୦ ମିମି ବର୍ଷା ହୋଇଛି…
ମଦ୍ୟପ ପ୍ରଧାନଶିକ୍ଷକ ପିଲାଙ୍କୁ ଡରାଇବା ଘଟଣା : ବଦଳିଲେ ୩ ଶିକ୍ଷକ
ବାଲିଗୁଡ଼ା,୪।୮(ଡି.ଏନ୍.ଏ.): ଜଣେ କାର୍ଯ୍ୟରତ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ମଦ୍ୟପାନ କରି ଆସି ପାଠ ପଢ଼ିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ପିଲାମାନେ ମଧ୍ୟାହ୍ନଭୋଜନ ସମୟରେ ଭୟରେ ଘରକୁ ଫେରି ଆସିଥିଲେ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…
ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର: ମୁକୁଳା ପଡ଼ିିଛି ସମୁଦ୍ର ତଟ
ପୁରୀ ଅଫିସ, ୪ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ଏଠାକୁ ଦୈନିକ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକ ଦେଶ ବିଦେଶରୁ ଛୁଟି ଆସନ୍ତି।…
କାଦୁଆ ଆଶ୍ରମ ଏବେ ଜରାଜୀର୍ଣ୍ଣ
ପୁରୀ ଅଫିସ/ସାକ୍ଷୀଗୋପାଳ, ୪ା୮ (ଡି.ଏନ.ଏ.): ସାକ୍ଷୀଗୋପାଳ ନିକଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ କାଦୁଆ ଗଁ।। ଏହି ଗଁ।ରେ ୧୯୨୫ ମସିହାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତିଆରି କରିଥିଲେ ଦରିଦ୍ର ନାରାୟଣ ସେବା ସଂଘ। ଲୋକମୁଖରେ ଏହା କାଦୁଆ…
ଜୁଆର ଭସାଇନେଲା ବ୍ୟବସାୟୀଙ୍କ ପସରା
ପୁରୀ ଅଫିସ, ୪ା୮: ଗତ ଦୁଇଦିନ ହେଲା ପୁରୀ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବାଲି ଅତଡ଼ା ଧସି ସମୁଦ୍ରରେ ମିଶୁଛି। ଉଚ୍ଚ ଜୁଆର ଆସି କୂଳ ଖାଉଥିବାରୁ ଉଠାଦୋକାନୀ ଭୟଭୀତ ହୋଇପଡ଼ିିଛନ୍ତି। ସେମାନଙ୍କ ଜୀବିକା ପ୍ରତି ସଙ୍କଟ ସୃଷ୍ଟି ହୋଇଛି ।…
ମହାପ୍ରଭୁଙ୍କୁ ଦର୍ଶନ କଲେ ଲାବଣ୍ୟା
ପୁରୀ ଅଫିସ, ୪ା୮: ସର୍ବାଭାରତୀୟ ସ୍ତରରେ ଅନୁଷ୍ଠିତ ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ମୁକୁଟ ବିଜୟିନୀ ଲାବଣ୍ୟା ଦାସ ଶନିବାର ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ନିଜ ଦକ୍ଷତା ଓ ପ୍ରତିଭା ବଳରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ…
ସାକ୍ଷୀଗୋପାଳରେ ୨ଘରୁ ଡକାୟତି: ହାତଗୋଡ ବାନ୍ଧି ଲୁଟିନେଲେ ଟଙ୍କା, ସୁନା
ସାକ୍ଷୀଗୋପାଳ, ୪ା୮(ଡି.ଏନ୍.ଏ.): ସାକ୍ଷୀଗୋପାଳ ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଦୁଇଟି ପରିବାରରୁ ଲୁଟେରାମାନେ ବିପୁଳ ପରିମାଣର ସମ୍ପତ୍ତି ଲୁଟ୍ କରିନେଇଛନ୍ତି। ଲୁଟେରାମାନେ ଯାଦବ ନିବାସରେ ୧୦ଜଣ ଡକାୟତ ପଶି ୭ଜଣ ପରିବାର ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହାତଗୋଡ…
ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଆବର୍ଜନା ପାହାଡ଼
ପୁରୀ ଅଫିସ, ୪ା୮: ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ସହରର ପାନୀୟଜଳ ସଙ୍କଟ ଦୂର ଲାଗି ସୁଇଟ୍ ୱାଟର ଜୋନ (ମଧୁର ଜଳ ସଂରକ୍ଷିତ ଅଞ୍ଚଳ)ର ପରିକଳ୍ପନା କରାଯାଇଛି। ତାଳବଣିଆ ଅଞ୍ଚଳରେ ୪୪୮ଏକର ଏବଂ ବଳିଆପଣ୍ଡା ଅଞ୍ଚଳରେ ୨୦୭ ଏକର ଜମିକୁ…
ନାବାଳିକାଙ୍କୁ ଅପହରଣ, ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଅଭିଯୁକ୍ତ କୋର୍ଟ ଚାଲଣ
ରସୁଲପୁର, ୪ା୮(ଡିଏନଏ): ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଘରୁ ଶୁକ୍ରବାର ପୂର୍ବାହ୍ନରେ କୁଆଖିଆ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା (୧୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କୁ ପରିବାର ଲୋକେ ସାବାଳିକା ବୋଲି ଦର୍ଶାଇବା ସହ…
ଢାବା ମାଲିକ ରବୀନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଭଉଣୀଙ୍କୁ ନିର୍ଯାତନା, ପରକୀୟା ପ୍ରୀତି ଯୋଗୁ ହତ୍ୟା
ଯାଜପୁର ଅଫିସ/କୋରେଇ(ନି.ପ୍ର.), ୪ା୮: ଯାଜପୁର ଜିଲା ପାଣିକୋଇଲି ବସଷ୍ଟାଣ୍ଡ ରେଷ୍ଟସେଡ ନିକଟରେ ଥିବା ଢାବା ମାଲିକ ରବୀନ୍ଦ୍ର ସାହୁ (୩୧) ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ପାଣିକୋଇଲି ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ…
ଦୁର୍ଦ୍ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ: ବିକ୍ରି ଅପେକ୍ଷାରେ ନୀଳାଚଳ, ରୋହିତ
ଯାଜପୁର ଅଫିିସ, ୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଷ୍ଟିଲ ହବ୍ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ସ୍ବପ୍ନ ଦେଖୁଛନ୍ତି। ଏହାବାଦ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ୨ଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ…
ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର
ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହର ଯୋରରେ। ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀଛାତ୍ର ପ୍ରତ୍ୟହ ଯୋର…

