ଜରାଶ୍ରମ ଖୋଜୁଛନ୍ତି ବଟକୃଷ୍ଣ

ଆରଡ଼ି, ୨୬।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରାପାଟଣା ଗଁାର ୮୦ ବର୍ଷୀୟ ବୃଦ୍ଧ ବଟକୃଷ୍ଣ ଜେନା ଏବେ ଏକୁଟିଆ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ୨୦ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଭାଙ୍ଗିରୁଜି ଅସୁରକ୍ଷିତ ହୋଇପଡ଼ିଥିଲେ ବି ସେଠାରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତିତ୍‌ଲୀ ବାତ୍ୟାରେ ଘର ଆଜବେଷ୍ଟସ ଭାଙ୍ଗି ଯାଇଥିଲେ ମଧ୍ୟ ଏହାକୁ ମରାମତି କରିପାରି ନାହାନ୍ତି। ଗୋଟିଏ ବଖରା ବିଶିଷ୍ଟ ଘରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗିଯାଇଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ଘରେ ବସିଉଠି ହେଉ ନାହିଁ। ଖାଇବାକୁ ନ ପାଇ ଅଧିକାଂଶ ଦିନ ସେ ଭୋକ ଉପାସରେ ରହୁଛନ୍ତି। ଏଭଳି ଅବସ୍ଥାରେ ଜରାଶ୍ରମ ତାଙ୍କ ପାଇଁ ଶ୍ରେୟସ୍କର ବୋଲି ସେ କହିଛନ୍ତି।
ବୟସର ଅପରାହ୍ନରେ ବଞ୍ଚିବାର ରାହା ଖୋଜୁଥିବା ବଟକୃଷ୍ଣ ଏବେ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଲାଗି କୌଣସି ଜରାଶ୍ରମର ସୁବିଧା କରାଇ ଦେବାକୁ ଅନୁରୋଧ କରିଛନ୍ତି। ଆଜିକୁ ୨୦ବର୍ଷ ତଳେ ରୋଗରେ ପଡ଼ି ତାଙ୍କ ସ୍ତ୍ରୀ ପ୍ରାଣ ହରାଇବା ପରେ ଦୁଇ ପିଲାଙ୍କ ସହ ପରିବାରକୁ କୌଣସି ପ୍ରକାରେ ଚଳାଇ ଆସୁଥିଲେ। ବାର୍ଦ୍ଧକ୍ୟର ଅସହାୟତା ଆବୋରି ବସିବାରୁ ସେ ଆଉ ଆଗ ଭଳି କାମଧନ୍ଦା କରିପାରୁ ନାହାନ୍ତି। ଦୁଇପୁଅ ନିଜ ପରିବାର ଓ ପେଟପାଟଣା ଚିନ୍ତାରେ ଘାରି ହେଉଥିବାରୁ ବଟକୃଷ୍ଣ ସେମାନଙ୍କ ଉପରେ ବୋଝ ନ ହେବାକୁ ସ୍ଥିର କରି ଏକୁଟିଆ ରହିଆସୁଛନ୍ତି। ବୟସ ବଢ଼ିବା ସାଙ୍ଗକୁ ରୋଗ ଯନ୍ତ୍ରଣା ତାଙ୍କ ଜୀବନକୁ ଅଧିକ ଅସହାୟ କରିଛି। ପାଖରେ କେହି ନ ଥିବାରୁ ସେ ଜରାଶ୍ରମରେ ରହିବାକୁ ସ୍ଥିର କରିଥିବା କହିଛନ୍ତି। ଅନାହାର ଓ ଅର୍ଦ୍ଧାହାରରେ ଦିନ ବିତାଉଥିବା ବଟକୃଷ୍ଣଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri