ଜରାଶ୍ରମ ଖୋଜୁଛନ୍ତି ବଟକୃଷ୍ଣ

ଆରଡ଼ି, ୨୬।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରାପାଟଣା ଗଁାର ୮୦ ବର୍ଷୀୟ ବୃଦ୍ଧ ବଟକୃଷ୍ଣ ଜେନା ଏବେ ଏକୁଟିଆ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ୨୦ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଭାଙ୍ଗିରୁଜି ଅସୁରକ୍ଷିତ ହୋଇପଡ଼ିଥିଲେ ବି ସେଠାରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତିତ୍‌ଲୀ ବାତ୍ୟାରେ ଘର ଆଜବେଷ୍ଟସ ଭାଙ୍ଗି ଯାଇଥିଲେ ମଧ୍ୟ ଏହାକୁ ମରାମତି କରିପାରି ନାହାନ୍ତି। ଗୋଟିଏ ବଖରା ବିଶିଷ୍ଟ ଘରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗିଯାଇଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ଘରେ ବସିଉଠି ହେଉ ନାହିଁ। ଖାଇବାକୁ ନ ପାଇ ଅଧିକାଂଶ ଦିନ ସେ ଭୋକ ଉପାସରେ ରହୁଛନ୍ତି। ଏଭଳି ଅବସ୍ଥାରେ ଜରାଶ୍ରମ ତାଙ୍କ ପାଇଁ ଶ୍ରେୟସ୍କର ବୋଲି ସେ କହିଛନ୍ତି।
ବୟସର ଅପରାହ୍ନରେ ବଞ୍ଚିବାର ରାହା ଖୋଜୁଥିବା ବଟକୃଷ୍ଣ ଏବେ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଲାଗି କୌଣସି ଜରାଶ୍ରମର ସୁବିଧା କରାଇ ଦେବାକୁ ଅନୁରୋଧ କରିଛନ୍ତି। ଆଜିକୁ ୨୦ବର୍ଷ ତଳେ ରୋଗରେ ପଡ଼ି ତାଙ୍କ ସ୍ତ୍ରୀ ପ୍ରାଣ ହରାଇବା ପରେ ଦୁଇ ପିଲାଙ୍କ ସହ ପରିବାରକୁ କୌଣସି ପ୍ରକାରେ ଚଳାଇ ଆସୁଥିଲେ। ବାର୍ଦ୍ଧକ୍ୟର ଅସହାୟତା ଆବୋରି ବସିବାରୁ ସେ ଆଉ ଆଗ ଭଳି କାମଧନ୍ଦା କରିପାରୁ ନାହାନ୍ତି। ଦୁଇପୁଅ ନିଜ ପରିବାର ଓ ପେଟପାଟଣା ଚିନ୍ତାରେ ଘାରି ହେଉଥିବାରୁ ବଟକୃଷ୍ଣ ସେମାନଙ୍କ ଉପରେ ବୋଝ ନ ହେବାକୁ ସ୍ଥିର କରି ଏକୁଟିଆ ରହିଆସୁଛନ୍ତି। ବୟସ ବଢ଼ିବା ସାଙ୍ଗକୁ ରୋଗ ଯନ୍ତ୍ରଣା ତାଙ୍କ ଜୀବନକୁ ଅଧିକ ଅସହାୟ କରିଛି। ପାଖରେ କେହି ନ ଥିବାରୁ ସେ ଜରାଶ୍ରମରେ ରହିବାକୁ ସ୍ଥିର କରିଥିବା କହିଛନ୍ତି। ଅନାହାର ଓ ଅର୍ଦ୍ଧାହାରରେ ଦିନ ବିତାଉଥିବା ବଟକୃଷ୍ଣଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri