‘ସୁସ୍ଥ ଜୀବନ ପାଇଁ କ୍ରୀଡ଼ାର ଆବଶ୍ୟକତା ରହିଛି’

ସାକ୍ଷୀଗୋପାଳ,୨୯।୮(ଡି.ଏନ୍‌.ଏ.): ହକି ଖେଳର ଅନ୍ୟତମ ଯାଦୁଗର ତଥା ଜାତୀୟ କ୍ରୀଡ଼ାର ଗୌରବ ଧ୍ୟାନଚାନ୍ଦଙ୍କ ଜନ୍ମତିଥିକୁ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲାର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଗୁରୁବାର ପାଳିତ ହୋଇଯାଇଛି। ସୁସ୍ଥ ଜୀବନ ପାଇଁ କ୍ରୀଡ଼ାର ଆବଶ୍ୟକତା ସହିତ ନିୟମିତ ଅଭ୍ୟାସରେ ଜଣେ ସଫଳ କ୍ରୀଡ଼ାବିତ୍‌ ଭାବରେ ନିଜକୁ ଗଢ଼ି ତୋଳିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଶିକ୍ଷକମାନେ ପରାମର୍ଶ ଦେଇଥିଲେ। ବ୍ୟାନର ଓ ପ୍ଲାକାର୍ଡ ଧରି ପିଲାମାନେ ବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଗୁରୁ ଛାତ୍ରୀଛାତ୍ର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶିକ୍ଷକ ମନୋରଞ୍ଜନ ମିଶ୍ର, ସତ୍ୟବାଦୀ ଦାଶ, ବିଜୟ କୁମାର ପରିଡ଼ା, ବସନ୍ତ କୁମାର ସ୍ବାଇଁ, ଉମାକାନ୍ତ ମିଶ୍ର ପ୍ରମୁଖ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କ୍ରୀଡ଼ା ଶିକ୍ଷକ ସୁଚିତ୍ର ଖଟେଇ ଓ ଯୁଧିଷ୍ଠିର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ୩ ଦିନ ସମୁଦ୍ର ପ୍ରବେଶ ମନା, ଚିନ୍ତାରେ…

ଛତ୍ରପୁର,୨୫ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବ୍ୟାପକ ବର୍ଷା ଏବଂ ପବନ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି। ଭାରତୀୟ…

ହୋଟେଲ୍‌ରେ ଚଢ଼ାଉ: ୧୧.୧୬୫ କିଲୋଗ୍ରାମ ଚନ୍ଦନକାଠ ଜବତ, ଜଣେ ଗିରଫ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଧଳା ଚନ୍ଦନ କାଠ ଚୋରା ଚାଲାଣ ଅଭିଯୋଗରେ ଜଣେ…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କୁଲାଡ ରଥଯାତ୍ରା: ତିନି ଠାକୁରଙ୍କ ସୁନାବେଶ: ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ସ୍ଥିତ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଏକ ଇତିହାସ ପ୍ରସିଦ୍ଧ ଧାର୍ମିକ…

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ

ପୁରୀ,୨୫ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ…

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri