ବଜ୍ରପାତରେ ୨ ଭାଇ ମୃତ
ଭଣ୍ଡାରିପୋଖରୀ, ୧୨।୮(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତର ଅପୂଜା ମହାଦେବ ପୀଠ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ଦୁଇଭାଇଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଘର ଯାଜପୁର ଜିଲା ବେହେରାପାଟଣା ଗ୍ରାମରେ।…
ଇଦ୍-ଉଲ୍-ଜୁହା ପାଇଁ ସହର ଉତ୍ସବମୁଖର
ଭଦ୍ରକ ଅଫିସ, ୧୨।୮- ସୋମବାର ଇଦ୍-ଉଲ୍-ଜୁହା ପର୍ବ। ଏଥିପାଇଁ ଭଦ୍ରକ ସହରରେ ଥିବା ବିଭିନ୍ନ ମସ୍ଜିଦ, ସମୂହ ନମାଜ ପାଠ ହେବାକୁ ଥିବା କଦମବେଡା ଇଦ୍ଗାହା ଅଞ୍ଚଳର ପରିବେଶ ଉତ୍ସବମୁଖର ହୋଇଉଠିଛି। ସହରରେ ଭାଇଚାରା ଓ ସଦ୍ଭାବନା ରକ୍ଷା କରି ଏହି…
ଲୋକଗୀତ ମାଧ୍ୟମରେ ଏମ୍ପିଙ୍କ ପରିବେଶ ସଚେତନତା
ହିଞ୍ଜିଳିକାଟୁ,୧୨ା୮(ଡି.ଏନ୍.ଏ.)-ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସ୍କଭରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରବିବାର ପୌରାଞ୍ଚଳର ୱାର୍ଡ଼ ନଂ.୧୦ ଉପର ରେଗିଡ଼ି ସାହିରେ ଚାରାରୋପଣ କରାଯାଇଛି। ଏଥିରେ ଆସିକା ଏମ୍ପି ପ୍ରମିଳା ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ…
ତେଲୁଗୁ ଅଞ୍ଚଳରେ ବଢ଼ିବ ଓଡ଼ିଆର ଆଗ୍ରହ
ବ୍ରହ୍ମପୁର ଅଫିସ,୧୨ା୮-ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଓଡ଼ିଆ ଭାଷାର ପ୍ରୟୋଗ କୌଶଳ ସମ୍ପର୍କରେ…
ସେନାଙ୍କୁ ଜାଣନ୍ତୁ ଏନ୍ସିସି କ୍ୟାଡେଟ୍
ବ୍ରହ୍ମପୁର ଅଫିସ,୧୨ା୮-ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜରେ ରବିବାର ‘ନୋ ଇୟୋର୍ ଫୋର୍ସ (ସେନାଙ୍କୁ ଜାଣନ୍ତୁ)’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟ ଯଥା ସେଣ୍ଟ ଭିନ୍ସେଣ୍ଟ କନ୍ଭେଣ୍ଟ ସ୍କୁଲ, ଡିଏଭି ସ୍କୁଲ ଏବଂ ଡିପଲ୍ ସ୍କୁଲର ଗାର୍ଲସ…
ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ
ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ସେମାନେ ହେଲେ ମହିଳାଙ୍କୁ ପ୍ରେମ କରୁଥିବା ଲାଠି…
ଶ୍ରୀମନ୍ଦିରରେ ପାନ, ଗୁଟ୍ଖା କଟକଣା : ଭକ୍ତଙ୍କୁ ଜରିମାନା, ସେବକଙ୍କୁ ମାଫ୍
ପୁରୀ ଅଫିସ,୧୨ା୮ : ପାନ, ଗୁଟ୍ଖା ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ମନ୍ଦିର କର୍ମଚାରୀ କାହାରିକୁ ବାଦ୍ ଦିଆଯିବ ନାହିଁ। ପାନ, ଗୁଟ୍ଖା ଖାଇ ମନ୍ଦିରକୁ ପ୍ରବେଶ କରିଥିଲେ ୫୦୦ ଟଙ୍କା…
ଖଟିଆରେ ବୁହାହେଲେ ଗର୍ଭବତୀ
ଦାରିଙ୍ଗବାଡ଼ି,୧୨ା୮(ଡି.ଏନ୍.ଏ.-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ରବିବାର ଅପରାହ୍ନରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ସେ ପ୍ରସବ କରିଛନ୍ତି। ତାଜୁଙ୍ଗିଆ ପଞ୍ଚାୟତ ଦୁବୁରି ଗାଁକୁ ଗାଁକୁ ରାସ୍ତା ନାହିଁ । ବଣ ପାହାଡ଼…
ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର
ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ ଓଲଟି ପଡ଼ିଛି। ଫଳରେ ଆମ୍ବୁଲାନ୍ସରେ ଥିବା ମୃତକଙ୍କ ୩ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ…
ନାଗରିକ ମଞ୍ଚ ତରଫରୁ ଚାରାରୋପଣ
ରାଇକିଆ,୧୨ା୮(ଡି.ଏନ୍.ଏ.)-ରାଇକିଆ ନାଗରିକ ମଞ୍ଚ ତରଫରୁ ଷ୍ଟେଟବ୍ୟାଙ୍କ ରୋଡ଼ଠାରେ ଶନିବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯିବା ସହ ଏହାର ସୁରକ୍ଷା ପାଇଁ ତାରବାଡ଼ ଲଗାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱ ସଫେଇ କରାଯାଇଥିଲା। ବନ…
ମହିଳାଙ୍କୁ ତିନି ତଲାକ୍ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ
ଭୋଗରାଇ,୧୨ା୮(ଡି.ଏନ୍.ଏ.): ମୁସଲିମ୍ ଆଇନରେ ତିନି ଥର ତଲାକ୍ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି। ଏଥିରେ ତିନିତଲାକ କହୁଥିବା ବ୍ୟକ୍ତିଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ…
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଅପ୍ଡେଟ ହେଉନି ନିରାମୟ ସୂଚନା
ଅନୁଗୋଳ ଅଫିସ, ୧୨।୮: ବିଭିନ୍ନ ସମୟରେ ଅନେକ କାରଣକୁ ନେଇ ବିବାଦରେ ରହୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ, ଭିତ୍ତିଭୂମି ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇ…

