ଆମ ଜିଲା ଖବର

ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସେ ହେଲେ…

ପୋଲ ତଳକୁ ଖସିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ପୋଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଖସିପଡ଼ିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ ଏକ ଟ୍ରକ୍‌ରେ (ଓଆର ୨୫ – ଏ- ୩୮୮୧) ପିଡିଏସ୍‌ ଚାଉଳ ବୋଝେଇ…

ଜିଓ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର ଜିଓ ସିନ୍ଥେଟିକ୍‌ ନଷ୍ଟ

ରାଜନଗର,୨୫।୮(ଡି.ଏନ୍‌.ଏ.): ବଙ୍ଗୋପସାଗର ନିକଟବର୍ତ୍ତୀ ୫୦ଟି ଗ୍ରାମକୁ ସମୁଦ୍ର ଢେଉରୁ ସୁରକ୍ଷା ଦେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟରେ ଭାରତର ଦ୍ୱିତୀୟ ଜିଓ ଟ୍ୟୁବ୍‌ ସୁରକ୍ଷା ପ୍ରାଚୀରରେ ରବିବାର ଭୋରୁ ଅଗ୍ନିକାଣ୍ଡ ଘଟିଛି। ଫଳାରେ କୋଟି କୋଟି…

ବରଗଡ଼ ନୂତନ ଜିଲାପାଳଙ୍କ ଯୋଗଦାନ

ବରଗଡ଼ ଅଫିସ,୨୫।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଝାରସୁଗୁଡ଼ା ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶଥାଉ କି, ବରଗଡ଼ ପୂର୍ବତନ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓଡ଼ିଶା ରାଜ୍ୟ ଯୋଗାଣ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସୁଦର୍ଶନ ଓ ଦୂତୀ: ଛାତ୍ରୀଛାତ୍ରଙ୍କୁ କହିଲେ ନିଜ ସଂଘର୍ଷ କାହାଣୀ

ପୁରୀ ଅଫିସ, ୨୫।୮: ନିଜ ନିଜ କ୍ଷେତ୍ରରେ ବେଶ୍‌ ସଫଳତା ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଥିବା ୨ ଓଡ଼ିଆ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଦୌଡ଼ରାଣୀ ଦୂତୀ ଚାନ୍ଦ ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ…

ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଦୋକାନ ଭାଙ୍ଗିଲେ, ବ୍ୟବସାୟୀଙ୍କ ହାତ ହାଣିଲେ

ପୁରୀ ଅଫିସ, ୨୫।୮: କିଛିଦିନର ନୀରବତା ପରେ ପୁଣି ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଶୁକ୍ରବାର ନରେନ୍ଦ୍ରକୋଣରେ ଜଣେ ଲଜ୍‌ ମାଲିକଙ୍କୁ ଆକ୍ରମଣ ଘଟଣାର ୨୪ଘଣ୍ଟା ନ ପୂରୁଣୁ ଶନିବାର କୁମ୍ଭାରପଡ଼ା ଥାନା ଅଧୀନ ରେଡକ୍ରସ ରୋଡ଼ରେ ୪ଜଣ…

ସିପସରୁବାଲି ମୌଜାରେ ଜବରଦଖଲ ଉଚ୍ଛେଦ: ତିଆରି ହେବ ଲୋକସେବା ସଦନ

ପୁରୀ ଅଫିସ, ୨୫।୮: ବଦଳିବ ପୁରୀର ଢାଞ୍ଚା। ବିଶ୍ୱର ଐତିହ୍ୟ ସହର ଭାବେ ପାଇବ ନୂଆ ପରିଚୟ। ଏଥିପାଇଁ ସହରର ସାମ୍ପ୍ରତିକ ଚିତ୍ରରେ ବ୍ୟାପକ ପରିବର୍ତ୍ତନ ହେବ। ଭିତ୍ତିଭୂମି, ନୂଆ ରାସ୍ତା, ସେତୁ, ପାର୍କିଂ, ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଆଦି କାମ…

ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଏକାଧିକ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗୋଖା…

ଶ୍ରୀମନ୍ଦିରରେ ସରିଲା ନନ୍ଦୋତ୍ସବ: ଆଜି ଠାକୁରଙ୍କ ବନଭୋଜି ବେଶ

ପୁରୀ ଅଫିସ,୨୫।୮: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ। ଏହି ନୀତି ଦେଖିବା ଲାଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରବିବାର ଠାକୁରଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ। ନନ୍ଦୋତ୍ସବ ଲାଗି ଶନିବାର ମଙ୍ଗଳ ଆଳତି ବଢିବା…

ପୁଣି ଡ୍ୟାନ୍ସ ବାର୍‌ରୁ ୫ ଯୁବତୀ ଉଦ୍ଧାର

କଟକ ରୋଡ୍‌,୨୫।୮(ଡି.ଏନ.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଡ୍ୟାନ୍ସ ବାର୍‌ରୁ ୫ ଯୁବତୀଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶାର ହୋଇଥିବାବେଳେ ପୋଲିସ ସେମାନଙ୍କ ପରିଚୟପତ୍ର ଯାଞ୍ଚ ପରେ ଛାଡ଼ି ଦେଇଛି। ଗତ ଜୁଲାଇ ୨୬ରେ ଲକ୍ଷ୍ମୀସାଗର…

ଜୁନାଗଡ଼ରୁ ଭୁବନେଶ୍ୱରକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ: ଅରୁଣ ଜେଟଲୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ ଉତ୍ସବ

ଜୁନାଗଡ଼,୨୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ଼ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ ଟ୍ରେନ(ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟାରେ ରେଲଓ୍ବେ ପକ୍ଷରୁ ଜୁନାଗଡ଼ ରୋଡ୍‌ ଷ୍ଟେଶନ ପରିସରରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ…

କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ

କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?