ଆମ ଜିଲା ଖବର

ସନ୍ଦେହ ଜନକ ମୃତ୍ୟୁ: ଥାନାରେ ମାମଲା

ଧାମନଗର ୩।୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ସରପୁର ଗ୍ରାମରେ ନିରଞ୍ଜନ ପତିଙ୍କର ୫୩ ବର୍ଷ ବୟସରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ସେ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ମେଡିକାଲ…

କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ

ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ ସୋମବାର ୪ଟି ହାତୀ ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଘରୁ ଧାନ ଚାଉଳ…

ପୋଖରୀରେ ବୁଡ଼ି ବାଳକ ମୃତ, ନନ୍ଦିକା ଗ୍ରାମରେ ଶୋକାକୁଳ ପରିବେଶ

ଜଳେଶ୍ୱର, ୩ା୯-ଜଳେଶ୍ୱର ପୌରାଞ୍ଚଳର ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ୯ବର୍ଷର ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନନ୍ଦିକା ଗ୍ରାମର ବିଜୟ ଗିରିଙ୍କ ପୁଅ ଗୌରଗୋପାଳ…

ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ସ୍ବାଗତ କରାଯାଇଛି। ଏଥିସହ କ୍ରାଡା କ୍ଷେତ୍ରରେ କିପରି ଉନ୍ନତି କରାଯାଇପାରିବ ସେନେଇ…

ନାଳରେ ବୁଢ଼ି ଛାତ୍ର ମୃତ

ଧାରକୋଟ,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁଶରାବ ଗ୍ରାମର ବୁଧିରାମ ଗୌଡଙ୍କ ପୁଅ ଜିତେନ୍ଦ୍ର (୧୪)। ସୂଚନାଯୋଗ୍ୟ,…

ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି

ସୁନ୍ଦରଗଡ଼,୩।୯(ଡି.ଏନ୍‌.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର ଆରାଧ୍ୟା ଦେବୀ ମା’ ଶିଖରବାସିନୀଙ୍କଠାରେ ମଙ୍ଗଳବାର ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି କରାଯାଇଛି।…

କେସିଙ୍ଗାରେ ନୂଆଖାଇ: ଜଗନ୍ନାଥଙ୍କୁ ଲାଗି ହେଲା ନବାନ୍ନ, ଗ୍ରାମଦେବତାଙ୍କୁ ଦିଆଗଲା ବଳି

କେସିଙ୍ଗା,୩।୯(ଡି.ଏନ୍‌.ଏ.): ନୂଆଖାଇକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ। ଇଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ମଙ୍ଗଳବାର ସକାଳ ୧୦ଟାରୁ ପୂଜା ଆରମ୍ଭ ହୋଇ ନବାନ୍ନ ଲାଗି ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବାଲସି ଗ୍ରାମର ଗ୍ରାମଦେବତା…

୬ବର୍ଷର ପୁଅକୁ କଚାଡି ମାରିଲେ ବାପା

କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ମଧୁ ସିଂ ହେମ୍ବ୍ରମ। ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗାଈ…

ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା

ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ ସୂର୍ଯ୍ୟକାନ୍ତ। ଉଭୟ କର୍ମଚାରୀ ଏକ ସ୍କୁଟି ଯୋଗେ ସୁନ୍ଦରଗଡ଼ରୁ ଦର୍ଲିପାଲି ଫେରୁଥିବାବେଳେ ଏମସିଏଲରୁ ଆସୁଥିବା…

ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଜଣେ ବାଳକ ଏବଂ ୬ଜଣ ମହିଳା ରୋଗୀ ଥିବା ଜଣାପଡିଛି। ପଦ୍ମପୁର ଗ୍ରାମର…

ଚାକିରିଦେବା ନାଁରେ ଯୁବତୀଙ୍କୁ ବଳାତ୍କାର: ଫାଇନାନ୍ସ କମ୍ପାନୀର ରାଜ୍ୟ ମୁଖ୍ୟ ଗିରଫ

କଟକ ରୋଡ,୩।୯(ଡି.ଏନ୍‌.ଏ.): କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ଛତିଶଗଡ଼ ରାଜ୍ୟ ରାୟପୁର ଅଞ୍ଚଳରେ ସତ୍ୟ…

ବୌଦ୍ଧ ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ନବାନ୍ନ ଲାଗି

ବୌଦ୍ଧ,୩।୯(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ସହର। ମଙ୍ଗଳବାର ସକାଳ ୯ଟା ସମୟରେ ବିରାଟ ପଟୁଆର ସହ ମହାନଦୀରୁ ଜଳ ଆସିଥିଲା। ନବାନ୍ନ ଭୋଗ ପ୍ରସ୍ତୁତି ପରେ ଦିନ ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?