ନୂଆ ପରିଚୟ ପାଇଲେ ଶ୍ରାବଣୀ: ପୁରୀ ରେଳଷ୍ଟେଶନରୁ ୟୁରୋପ

କଣାସ,୨୫-୯(ସ୍ବ.ପ୍ର.):ସେବେ ରୋଗିଣା ମା’ଙ୍କ ପାଖରେ ବସି ରେଳ ଷ୍ଟେଶନରେ ଲୁହ ଗଡ଼ାଉଥିଲେ। ଏବେ ୟୁରୋପ ଦମ୍ପତିଙ୍କ ଏକମାତ୍ର ଅଲିଅଳି କନ୍ୟା। ଏଭଳି ନୂଆ ପରିଚୟ ପାଇଥିବା ଶ୍ରାବଣୀଙ୍କୁ କୋଳେଇ ନେବା ପରେ ସୋମବାର ଏହି ବିଦେଶୀ ଦମ୍ପତିଙ୍କ ମନରେ ଦେଖିବାକୁ ମିଳିଥିଲା କାହିଁ କେତେ ଖୁସି। ଏଥିପାଇଁ ପୁରୀ ଜିଲା କଣାସ ବ୍ଲକ୍‌ ଦୟାବିହାରସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁଗୃହରେ ଦିନତମାମ ଲାଗି ରହିଥିଲା ଉତ୍ସବର ପରିବେଶ।
୩ବର୍ଷ ତଳେ ପୁରୀ ରେଳ ଷ୍ଟେଶନରେ ଶ୍ରାବଣୀଙ୍କ ଅସହାୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ମା’ ରୋଗଗ୍ରସ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିବାବେଳେ ତାଙ୍କ ପାଖରେ ବସି ଶ୍ରାବଣୀ କାନ୍ଦୁଥିଲେ। ପୁରୀ ଜିଲା ଶିଶୁ କଲ୍ୟାଣ କମିଟି ଖବର ପାଇବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇ ତାଙ୍କୁ ଲାଳନ ପାଳନ ପାଇଁ ୨୦୧୭ ଜୁନ୍‌ ୮ରେ ନୀଳାଚଳ ସେବା ପ୍ରତିଷ୍ଠାନକୁ ପଠାଇ ଦିଆଯାଇଥିଲା। ଶ୍ରାବଣୀ ମାନସିକ ଅନଗ୍ରସର ଥିବାରୁ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ୟୁରୋପ ମହାଦେଶର ମାଲଟା ନିବାସୀ ଇମାନୁଏଲ ଫଇଜୋନ୍‌ ଏବଂ ରୋଜାନା ଫାଇଜୋନ୍‌ଙ୍କର ଚାରି ପୁତ୍ର ଥିବାବେଳେ ଝିଅଟିଏ ପାଇଁ ସେମାନେ ଅନ୍‌ଲାଇନରେ ସେବା ପ୍ରତିଷ୍ଠାନ ସହ ଯୋଗାଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଇମାନୁଏଲଙ୍କ ଆବେଦନର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରାବଣୀକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବା ପାଇଁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଗତ ସୋମବାର ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ ନୀଳାଚଳ ପ୍ରତିଷ୍ଠାନ ଶିଶୁଗୃହ ଅଧ୍ୟକ୍ଷ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ ଉପସ୍ଥିତରେ ଶ୍ରାବଣୀକୁ ତାଙ୍କ ମାତାପିତାଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରାବଣୀର ଚିକିତ୍ସା ଓ ସମସ୍ତ ସେବା କରୁଥିବା ନର୍ସ ସୁକାନ୍ତି ସେଠୀ, ଗୃହମାତା ଭାବେ ପାଳୁଥିବା ସନ୍ଧ୍ୟାରାଣୀ ପଟ୍ଟନାୟକ, ପ୍ରମୋଦିନୀ ସାହୁ, ସନ୍ଧ୍ୟାରାଣୀ ସ୍ବାଇଁ ପ୍ରମୁଖ ଶ୍ରାବଣୀଙ୍କ ସୁଖ ତଥା ସମୃଦ୍ଧ ଜୀବନ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri