ଏସ୍‌ସିବି ମେଡିକାଲ: ମୃତଦେହକୁ ନେଇ ସନ୍ଦେହ

କଟକ ଅଫିସ, ୨୭ା୧୦: ଏସ୍‌ସିବି ମେଡିକାଲରେ ମୃତ୍ୟୁ ଘଟୁଥିବା ଅସହାୟ ଓ ଅପରିଚିତ ରୋଗୀଙ୍କୁ ନେଇ ପୁଣି ବିବାଦ ଉପୁଜିଛି। ଦୁଇଟି ଆରଟିଆଇ ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାମାଜିକ କର୍ମୀ ଅଚ୍ୟୁତ କୁମାର ସାହୁ ୨୦୧୮ ଅକ୍ଟୋବର ଓ ୨୦୧୯ ଜୁଲାଇରେ ଏସ୍‌ସିବି ମେଡିକାଲରେ ଦୁଇଟି ପର୍ଯ୍ୟାୟରେ ମୃତ୍ୟୁ ଘଟିଥିବା ଅସହାୟ ଓ ଅପରିଚିତ ରୋଗୀଙ୍କ ମୃତଦେହ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ୨୦୧୮ ଅକ୍ଟୋବରରେ ଆଦେବନକାରୀ ସାହୁ ୨୦୧୩ ଜାନୁୟାରୀ ପହିଲାରୁ ୨୦୧୫ ମଧ୍ୟରେ ତଥ୍ୟ ମାଗିବାରୁ ମେଡିକାଲ ପକ୍ଷରୁ କୁହାଯାଇଥିଲା ଯେ, ଏହି ସମୟ ମଧ୍ୟରେ ଏସ୍‌ସିବି ମେଡିକାଲରେ ୭୦ ଅପରିଚିତଙ୍କ ମୃତଦେହ ପୋତାଯାଇଛି। ମୃତଦେହକୁ ମେଡିକାଲ କଲେଜର ଆନାଟୋମି ବିଭାଗକୁ ଦିଆଯାଇଥିଲା। ସେଠାରେ ମେଡିକାଲ ଛାତ୍ରୀଛାତ୍ର ପାଠ ପଢିସାରିବା ପରେ ମୃତଦେହଗୁଡ଼ିକୁ ଗଭୀର ଗାତ ଖୋଳି ପୋତି ଦିଆଯାଇଛି। ତେବେ ଗୋଟିଏ ବି ମୃତଦେହ କୌଣସି ଘରୋଇ ମେଡିକାଲ କଲେଜକୁ ଦିଆଯାଇ ନ ଥିବା ଏହି ତଥ୍ୟରେ ମେଡିକାଲ ପକ୍ଷରୁ ଦର୍ଶାଯାଇଛି।

ଗତ ଜୁଲାଇରେ ସାହୁ ପୁନର୍ବାର ୨୦୧୬ରୁ ୨୦୧୮ ମଧ୍ୟରେ ଏହି ତଥ୍ୟ ମାଗିବାରୁ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ୫୪ଟି ମୃତଦେହ ମେଡିକାଲକୁ ମିଳିଥିଲା। ସେଥିରୁ ୨୦ଟି ମୃତଦେହ ଦାନ ଆକାରରେ ମିଳିଥିବାବେଳେ ବାକି ମୃତଦେହର କେହି ଦାବିଦାର ନ ଥିଲେ। ତେଣୁ ଏହି ସବୁ ମୃତଦେହକୁ ପୋଡି ଦିଆଯାଇଛି। ଏଥିରୁ ସ୍ପଷ୍ଟ ଯେ, ପୂର୍ବରୁ ପୋତା ଯାଉଥିବାବେଳେ ପରେ ପୋଡା ଯାଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେଡିକାଲର କେଉଁ ସ୍ଥାନରେ ମୃତଦେହକୁ ପୋତାଯାଇଛି ପଚରାଯିବାରୁ ମେଡିକାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସାମାଜିକ କର୍ମୀ ସାହୁ କହିଛନ୍ତି।
ଏସ୍‌ସିବି ମେଡିକାଲରେ ଅସହାୟ ରୋଗୀମାନଙ୍କୁ ମଣିଷ ଭଳି ବ୍ୟବହାର କରାଯାଉନାହିଁ। ଏଠାରେ ସେମାନଙ୍କ କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ମାନବାଧିକାର ଉଲ୍ଲଂଘନ କରାଯାଉଛି। ଏ ସମ୍ପର୍କରେ ସାହୁ ପୂର୍ବରୁ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ୨୦୧୮ ଜୁଲାଇ ୨୫ରେ ତତ୍କାଳୀନ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବୀରକିଶୋର ମିଶ୍ର ଏସ୍‌ସିବି ମେଡିକାଲକୁ ଆସି ଅସହାୟଙ୍କ ଦୁର୍ଦ୍ଦଶା ଦେଖିଥିଲେ। ତୁରନ୍ତ ସେମାନଙ୍କ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଇତିମଧ୍ୟରେ ଦେଢ଼ବର୍ଷ ବିତିଥିଲେ ମଧ୍ୟ ଏ କ୍ଷେତ୍ରରେ କୌଣସି ସମାଧାନ କରାଯାଇନାହିଁ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ପୋଲିସକୁ ମୃତଦେହ ହସ୍ତାନ୍ତର କରାଯାଇଥାଏ। ଅନେକ ମୃତଦେହକୁ ହରିଶ୍ଚନ୍ଦ୍ର ଯୋଜନାରେ ସଂସ୍କାର କରାଯାଉଛି। ସେହିପରି କେତେକ ମୃତଦେହକୁ ଆନାଟୋମି ବିଭାଗକୁ ପିଲାଙ୍କ ପାଠ ପଢ଼ିବା ପାଇଁ ହସ୍ତାନ୍ତର କରାଯାଉଛି। ସୂଚନାଥାଉ କି, ଅତୀତରେ ଏସ୍‌ସିବି ମେଡିକାଲରେ ମୃତଦେହରୁ ଆଖି ଗାଏବ ହେବା ଓ କଙ୍କାଳ ଚାଲାଣ ହେଉଥିବା ନେଇ ବିବାଦ ଉପୁଜିଥିଲା। ତେଣୁ ଏ କ୍ଷେତ୍ରରେ ଏକ ର଼୍ୟାକେଟ ମେଡିକାଲରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri