ଆମ ଜିଲା ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ବିଜେପୁରରେ ଧାରଣା ଦେଲେ ଚିନିକଳ କର୍ମଚାରୀ

ବିଜେପୁର, ୧୬।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବରଗଡ଼ ଚିନିକଳର ଅସନ୍ତୁଷ୍ଟ କର୍ମଚାରୀମାନେ ସ୍ଥାନୀୟ ବିଜେପୁର-ବରଗଡ଼ ରାସ୍ତାର ପ୍ରେମାବନ୍ଧ ସମ୍ମୁଖରେ ବୁଧବାର ଧାରଣା…

ବାମରାରେ ରେଳରୋକୋ: ଆରପିଏଫ୍‌ ପକ୍ଷରୁ କୁଚିଣ୍ଡା ବିଧାୟକଙ୍କୁ ସମନ

ସମ୍ବଲପୁର,୧୬।୧୦ (ବ୍ୟୁରୋ): ଫସଲ ବୀମା ଓ ବିଭିନ୍ନ ଦାବି ନେଇ ବାମରା ଷ୍ଟେଶନରେ ଚାଷୀମାନେ ରେଳରୋକୋ କରିଥିଲେ । ଏହାକୁ ନେଇ ବାମରା ରେଳ ଷ୍ଟେଶନ ଆର୍‌ପିଏଫ ପକ୍ଷରୁ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ୯ଜଣଙ୍କ ନାମରେ ନୋଟିସ କରାଯାଇଛି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପାଇବା ପରେ ଶେଷଦେବଙ୍କ ସହାୟତା ପାଇଁ ପହଞ୍ଚିଲା ବ୍ଲକ ପ୍ରଶାସନ

ସମ୍ବଲପୁର/ରେଙ୍ଗାଲି, ୧୬।୧୦(ବ୍ୟୁରୋ/ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ବ୍ରାହ୍ମଣୀପାଲି ହାଡଗୁଡ଼ିଆ ପଡ଼ାର ଶେଷଦେବ ରୋହିଦାସଙ୍କ ପରିବାର ଦୁଃଖକଷ୍ଟରେ ଚଲୁଥିବା ବେଳେ ଦିବ୍ୟାଙ୍ଗ ଝିଅ କେଶରୀ ରୋହିଦାସ (୨୩), ସୁନୀତା ରୋହିଦାସ (୧୮), ପୁଅ ସୁଶୀଲ ରୋହିଦାସ (୨୦)ଙ୍କ ଚିକିତ୍ସା ପାଇଁ ସରକାରୀ…

ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ହାଟଡିହୀ,୧୬l୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳିର ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମକୁ ବିଧାୟକ ଭାଗୀରଥି ସେଠୀ ଉଦ୍‌ଘାଟନ କରିଛନ୍ତି l ରକ୍ତଦାନ ଏକ ମହତ ଦାନ, ବର୍ତ୍ତମାନ ସମୟରେ…

ଆମେରିକା ଯାତ୍ରା କଲେ ଜିଲାପାଳ ଶୁଭମ ସକସେନା : ଅନ୍ତର୍ଜାତୀୟ ସମ୍ମିଳନୀରେ ଦେବେ ଯୋଗ

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଶୁଭମ ସକ୍‌ସେନା ଆମେରିକାର ନାସଭିଲ୍ଲେ ଆଣ୍ଡ୍‌ ହଷ୍ଟେନଠାରେ ଇଣ୍ଟରନ୍ୟାଶନାଲ ସିଟି/ କଣ୍ଟ୍ରି ମ୍ୟାନେଜର୍ସ ଆସୋସିଏଶନ୍‌ (ଆଇସିଏମ୍‌ଏ)ର ସମ୍ମିଳନୀରେ ଯୋଗଦେବାକୁ ଯାତ୍ରା କରିଛନ୍ତି । ୧୦୫ତମ ଏହି ସମ୍ମିଳନୀ ୧୪ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରୁ…

ପାଲ୍‌ ପରିବାର ହତ୍ୟାକାରୀଙ୍କୁ ଦଣ୍ଡ ଦାବି

ବ୍ରହ୍ମପୁର ଅଫିସ,୧୬।୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦର ବନ୍ଧୁ ପ୍ରକାଶ ପାଲ୍‌, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ବର୍ଷର ଶିଶୁ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ପାଲ୍‌ ପରିବାରର ହତ୍ୟାକାରୀଙ୍କୁ ଦଣ୍ଡଦେବାକୁ ବୁଧବାର ଗଞ୍ଜାମ ଜିଲା ବଜରଙ୍ଗ ଦଳ…

ପରଜଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଦିବସ ପାଳିତ, ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏମ୍‌ପି

ପରଜଙ୍ଗ,୧୬।୧୦(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରାମେଶ୍ୱର ହାଇସ୍କୁଲ ପଡିଆଠାରେ ବୁଧବାର ଢେଙ୍କାନାଳ-ଅନୁଗୁଳ ଏମ୍‌ପି ମହେଶ ସାହୁଙ୍କ ତତ୍ତ୍ୱବଧାନରେ ବହୁ ନିରାଡ଼ମ୍ବର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମ…

ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ ମଧ୍ୟ ହେଉଛନ୍ତି। ପୁଣି ସେମିତି ଏକ ଘଟଣା ବୁଧବାର ଦେଖିବାକୁ ମିଳିଛି। ସମୁଦ୍ରରେ ୩…

ଝିଅପୁଅଙ୍କୁ ସମାନ ଅଧିକାର ଦେଲେ ସମାଜର ଉନ୍ନତି ଘଟିବ : ଜିଲାପାଳ

ଗଞ୍ଜାମ,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପ୍ରୋୟାଗୀ ଗ୍ରାମରେ ବୁଧବାର ମୋ’ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ କନ୍ୟା ହେଉଛି ଅମୂଲ୍ୟରତ୍ନ। ଝିଅପୁଅଙ୍କୁ ସମାନ ଅଧିକାର ଦେଲେ ସମାଜର ଉନ୍ନତି ଘଟିବ ବୋଲି…

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପୁରୀ ଅଫିସ,୧୬।୧୦: ବେଆଇନ ଗଞ୍ଜେଇ କାରବାର ନେଇ ପୁରୀ ଅବକାରୀ ବିଭାଗ ପକ୍ଷରୁ ପିପିଲି ଅଞ୍ଚଳରେ ଚଢ଼ାଉ କରାଯାଇ ବୁଧବାର ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପିପିଲି ମଠସାହିର ସନ୍ତୋଷ ମହାନ୍ତି। ସନ୍ତୋଷ ପିପିଲି ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର…

ସ୍ତ୍ରୀ, ପୁଅକୁ ଛାଡ଼ି କାଠଯୋଡ଼ିକୁ ଡେଇଁବା ଘଟଣା: ସପ୍ତାହେ ପରେ ମିଳିଲା ଦେବବ୍ରତଙ୍କ ମୃତଦେହ

କଟକ ଅଫିସ/କଣ୍ଟାପଡ଼ା,୧୬।୧୦(ଡି.ଏନ୍‌.ଏ.): ସପ୍ତାହେ ପରେ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୯ ତାରିଖରେ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗିବାରୁ ସେ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ଗୋବିନ୍ଦପୁର ଥାନା ଦେବୀ ନଦୀର ରାହାମ୍ବା…

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର,୧୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ବୁଧବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ସହରର ଡ୍ରେନେଜ, ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?