ଆମ ଜିଲା ଖବର

କାଠ ଫାଳିଆରେ ପୁଅକୁ ପିଟି ହତ୍ୟା ଘଟଣା: ଜେଲ ଗଲେ ବାପା

ଶେରଗଡ,୨୯ା୧୦(ଡି.ଏନ.ଏ.)- ଶେରଗଡ ବ୍ଲକ କେରିକେରି ଝୋଳା ଗ୍ରାମରେ ମଙ୍ଗଳବାର ରାତିରେ ବାପା ଶିବ ଗୌଡ ତାଙ୍କ ପୁଅ ପିଣ୍ଟୁଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ। ଶେରଗଡ ପୋଲିସ ନଂ.୧୦୩/୧୯ରେ ଏକ ମାମଲା ରୁଜୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମଙ୍ଗଳବାର…

ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା : ଯୋଡାରେ ଉତ୍ତେଜନା, ପରିବାରକୁ କ୍ଷତିପୂରଣ ଦାବି

ଯୋଡ଼ା, ୨୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଗଣେଶ ଭବନ ଠାରେ ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ କ୍ଷତି ପୂରଣ ଦାବି କରି ମଙ୍ଗଳବାର ଯୋଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏହାର ପ୍ରତିବାଦ…

ମରାମତି ହେଉନି ଓଭରବ୍ରିଜ୍‌: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୨୯।୧୦-ବାଲେଶ୍ୱର ଫକୀରମୋହନ ଗୋଲେଇରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ରାଜ୍ୟର ସର୍ବପୁରାତନ ଓ ପ୍ରଥମ ଓଭରବ୍ରିଜ୍‌ର ମରାମତି ପାଇଁ ଦୀର୍ଘଦିନ ହେଲା ସିଭିଲ୍‌ ସୋସାଇଟି ଆନ୍ଦୋଳନ କରିଆସୁଥିଲା। ସରକାର ପ୍ରଥମ ପର୍ଯ୍ୟାୟରେ ୪କୋଟି ୯୩ଲକ୍ଷ ୨୫ହଜାର ଟଙ୍କା ମରାମତି ପାଇଁ ମଞ୍ଜୁର…

ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ ଚନ୍ଦ୍ର ମାଝି (୪୫), ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମର ବୈକୁଣ୍ଠ ରାଉତ…

ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ

ରାୟଗଡ଼ା ଅଫିସ,୨୯। ୧୦-ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିଆର ରନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ଏକ ହୋଟେଲ ରୁମ୍‌ରେ ଚାଲିଥିବା ଜୁଆଅଡ୍ଡା ଉପରେ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ।…

ସଚିବଙ୍କ ମୁନିଗୁଡ଼ା ଗସ୍ତ: ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଲେ

ମୁନିଗୁଡା,୨୯।୧୦(ଡି.ଏନ୍‌.ଏ.): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ ମଙ୍ଗଳବାର ମୁନିଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି। ସଚିବ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଔଷଧ ବିତରଣ କେନ୍ଦ୍ର ବୁଲି…

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା

ଯୋଡ଼ା, ୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ କମାର ଯୋଡା ଅଞ୍ଚଳର…

ସ୍ନାନ ସମୟରେ ଯୁବତୀଙ୍କ ଫଟୋ ଉଠାଇ ନିର୍ଧୁମ ଛେଚା ଖାଇଲେ ଯୁବକ

ବସ୍ତା,୨୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳର ଜନୈକ ଯୁବତୀ ସୋମବାର ସ୍ନାନ କରୁଥିବାବେଳେ ଜଣେ ଯୁବକ ଗୋପନରେ ତାଙ୍କ ଭିଡିଓ ଓ ଫଟୋ ଉଠାଉଥିବା ଯୋଗୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଛେଚା ଖାଇଛନ୍ତି। ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା…

ନାବାଳିକା ଝିଅର ନିଖୋଜ ଘଟଣା: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବାପା

ଆନନ୍ଦପୁର,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଜନୈକ ନିଖୋଜ ନାବାଳିକାଙ୍କ ବାପା ଜିଲା ଆରକ୍ଷୀ ଅଧିକ୍ଷକ(ଏସ୍‌ପି)ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଗତ ୧୮ ତାରିଖ ମଧ୍ୟାହ୍ନରୁ ନିଖୋଜ ହୋଇଯାଇଥିବା ନାବାଳିକାଙ୍କ ଏଯାବତ୍‌ ପତା ମିଳିନାହିଁ। ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା ଆନନ୍ଦପୁର…

କାଳିପୂଜା ପାଇଁ ଉତ୍ସବ ମୁଖର ଆନନ୍ଦପୁର

ଆନନ୍ଦପୁର,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ବିଭିନ୍ନ ସ୍ଥାନ ମା’ କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଆନନ୍ଦପୁର ବଡଦାଣ୍ଡଠାରେ ସାର୍ବଜନୀନ କାଳିପୂଜା ବେଶ ଧୁମ୍‌ଧାମରେ ପାଳିତ ହେଉଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ…

ଥାନା ନିକଟରୁ ୧୮ ଲକ୍ଷ ଲୁଟିନେଲେ ଲୁଟେରା

ଖୁଣ୍ଟୁଣୀ, ୨୯।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଏକ ଘରୋଇ କମ୍ପାନୀର କର୍ମଚାରୀ…

ରାସ୍ତା ଉପରେ ଜଳିଗଲା କାର୍‌

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ମଙ୍ଗଳବାର ଏକ କାର୍‌ରେ ଅଗ୍ନିକାଣ୍ଡ ଘଟିଛି। କାର୍‌ର ବ୍ୟାଟେରିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?