ଶୀତରେ ବି ପିଇବା ପାଣି ଚିନ୍ତା

ଦଶମନ୍ତପୁର,୨୮।୧୧(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଦୋଲଦୋଲା ଗ୍ରାମରେ ୨ ମାସ ହେବ ଗାଁ ଲୋକେ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗାଁରେ ୫୦ ଘର ରହୁଥିବା ବେଳେ ଜନସଂଖ୍ୟା ୨୦୦ରୁ ଅଧିକ। ଗାଁରେ ୩ଟି ନଳକୂପ ଥିବାବେଳେ ସେଥିରୁ ବର୍ତ୍ତମାନ ୨ଟି ଅଚ଼ଳ ହୋଇ ପଡ଼ିଛି। ଗୋଟିଏ ନଳକୂପରୁ ବିଦ୍ୟୁତ ମାଧ୍ୟମରେ ଟାଙ୍କିରେ ଜଳ ସଂରକ୍ଷଣ କରି ଏହାକୁ ଯୋଗାଇବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଥ୍ରୀ-ଫେଜ୍‌ ବିଦ୍ୟୁତ ସମସ୍ୟା ଯୋଗୁ ଟାଙ୍କିକୁ ପାଣି ଚଢୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗାଁରୁ ଦେଢ଼ କିମି ଦୂର ଜଙ୍ଗଲିଆ ରାସ୍ତା ଦେଇ ପିଟଚୋଲ ଝୋଲା ଓ କଦମଝୋଲାରୁ ବହୁ କଷ୍ଟରେ ମହିଳାମାନେ ଜଳ ସଂଗ୍ରହ କରି ଆଣୁଛନ୍ତି ଓ ଏହାକୁ ହିଁ ପାନୀୟ ଭାବେ ବ୍ୟବହାର କରୁଥିବା କହିଛନ୍ତି ଜଗବନ୍ଧୁ ସାଉନ୍ତା, ପାଣ୍ଡୁ ସାଉନ୍ତା, ସିମା ଜାନୀ, ଫକିର ସାଉନ୍ତା, ନାଥ ହିକ୍‌କା, ଦର୍ଶନ ସାଉନ୍ତା, ପାନ ଜାନୀ, ସାଲ ସାଉନ୍ତା, ତୁଲା ହିକ୍‌କା। ୨୦୧୩ରେ ଏଭଳି ଝୋଲାର ଜଳ ବ୍ୟବହାର କରି ଗ୍ରାମର ୧୦ରୁ ଉଦ୍ଧର୍‌ବ ଲୋକେ ଅସୁସ୍ଥ ହୋଇଥିଲେ। ପାନୀୟ ଜଳ ସମସ୍ୟା ନେଇ ବ୍ଲକ ପ୍ରଶାସନ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ ଲକି ହିକ୍‌କା, ମକର ସାଉନ୍ତା, ଅଁଲା ଜାନୀ, ରୁକ ଜାନୀ, ସୁବାଇ ସାଉନ୍ତା, ସାବିତ୍ରୀ ହିକ୍‌କା, ଡମାଇ ସାଉନ୍ତା କହିଛନ୍ତି। ଅଚ଼ଳ ନଳକୂପ ମରାମତି ସହ ଗାଁ ନିକଟସ୍ଥ ଯୋଗୀମାଳି ପାହାଡ଼ ଦେଇ ପ୍ରବାହିତ ହୁଆଡୋଙ୍ଗ ଓ ସାକଡ଼ାଡୋଙ୍ଗରେ ଥିବା ୨ ଜୋରରୁ ଟାଙ୍କି ଜରିଆରେ ଜଳ ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମ ବ୍ଲକରେ ଥିବା ୧୬ଟି ପଞ୍ଚାୟତ ପାଇଁ ଗୋଟିଏ ମାତ୍ର ଗାଡ଼ି ନିୟୋଜିତ ଅଛି। ତେଣୁ ଗାଁକୁ ଗାଁ ବୁଲି ପାଣି ସମସ୍ୟା ଦୂର କରିବା କଷ୍ଟକର ହେଉଛି। ଆଉ ଏକ ଗାଡ଼ି ଲଗାଇବା ପାଇଁ ସେ ବିଡିଓଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri