ଜାତୀୟ ରାଜପଥରେ ଗୋରୁକୁ ଧକ୍କାଦେଲା ଟ୍ରକ: ୧ ମୃତ, ୨ ଗୁରୁତର
ଆନନ୍ଦପୁର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ବିରଗୋବିନ୍ଦପୁର ପୋଲ ନିକଟରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ ଗୋଟିଏ ଗୋରୁର ମୃ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଛନ୍ତି। ତେବେ ୩୦ରୁ ଊର୍ଦ୍ଧ୍ୱ ଗୋରୁ…
ପୋଖରୀରେ ପଶିଲା ସ୍କୁଲଭ୍ୟାନ୍
ଦିଗପହଣ୍ଡି, ୩୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପୋଖରୀରେ ପଶିଯିବା କାରଣରୁ ଗାଡ଼ିରେ ଥିବା ୧୩ଜଣ ସାମାନ୍ୟ ଆହତ ହୋଇଥିବା…
ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଡମ୍ପର: ୬ ବର୍ଷ ନାବାଳିକାଙ୍କ ମୃତ୍ୟୁ
ବସ୍ତା, ୩୧।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଅମର୍ଦାରୋଡ ଛକ ନିକଟରେ ବୁଧବାର ସକାଳେ ଡମ୍ପର ଧକ୍କାରେ ଜଣେ ୬ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ବାଗଲଡ଼ିହା ଗ୍ରାମର ବିପ୍ଲବ…
ଉଦୟକଣି ଗ୍ରାମ ନିକଟରେ ପୁଣି କୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଗଲା ଲୁଣାଜୁଆର, ଗ୍ରାମବାସୀ ଆତଙ୍କିତ
କାକଟପୁର,୩୦।୧୦(ଡି.ଏନ୍.ଏ.): ପୁଣି ଥରେ ଅସ୍ତରଙ୍ଗ ଉପକୂଳ ଉଦୟକଣି ଗ୍ରାମଠାରେ କୂଳ ଲଙ୍ଘିଛି ଅଶାନ୍ତ ସମୁଦ୍ର। ମେଲା ପଡ଼ିଥିବା ବେଳାଭୂମି ଦେଇ ବୁଧବାର ଲୁଣା ଜୁଆର ସ୍ଥଳଭାଗକୁ ମାଡ଼ି ଚାଲିଛି। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ, ତଣ୍ଡାହାର, କଟକଣା, ବାଘଡ଼ିହା…
ବ୍ୟବସାୟୀଙ୍କୁ ତାଲାପକାଇ ସିରିଜ୍ ଚୋରି: ସିସିଟିଭିରେ ଚୋରଙ୍କ କାରନାମା କଏଦ୍
ଖୋର୍ଦ୍ଧା ଅଫିସ, ୩୦।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଓ ଗୋଡିପୋଖରୀ ଛକରୁ ମଙ୍ଗଳବାର ରାତିରେ ସିରିଜ୍ ଚୋରି ହୋଇଛି। ଷ୍ଟିଲ ଓ ଫର୍ନିଚର ବ୍ୟବସାୟୀଙ୍କୁ ଗୋଟିଏ ରୁମ୍ରେ ତାଲା ପକାଇ ଚୋରମାନେ ଚୋରି କରିଛନ୍ତି। ସେହିପରି ଗୋଡିପୋଖରୀ…
ବେଆଇନ ସ’ମିଲ୍ ଉପରେ ଚଢ଼ାଉ: ଯନ୍ତ୍ରାଂଶ, କାଠଗଣ୍ଡି ଜବତ
ଭଣ୍ଡାରିପୋଖରୀ,୩୦।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳଠାରେ ବେଆଇନ ଭାବେ ଚାଲୁଥିବା ଏକ ସ’ମିଲ୍ ଉପରେ ବୁଧବାର ସକାଳେ ବନବିଭାଗ ଚଢ଼ାଉ କରିଛି। ବନବିଭାଗ କର୍ମଚାରୀମାନେ ଏକ ଜେସିବି ସାହାଯ୍ୟରେ ସ’ମିଲକୁ ଭାଙ୍ଗିବା ସହ ଯନ୍ତ୍ରାଂଶ, କାଠଗଣ୍ଡି ଜବତ…
ରେଭେନ୍ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ମାଡ଼
କଟକ ଅଫିସ, ୩୦ା୧୦:ରେଭେନ୍ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଅଟକ ରଖିଛି। ସେ ହେଲେ ସ୍ଥାନୀୟ କଲେଜ ଛକର ଡି. ଆପ୍ପାରାଓ (୨୧)। ଛାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ…
ସୁପ୍ରିମକୋର୍ଟ, ବିସିଆଇଙ୍କ ତାଗିଦ୍ ସତ୍ତ୍ୱେ ଓଡ଼ିଶା ହାଇକୋର୍ଟ ବାର୍ ସଭାପତି କହିଲେ ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ
କଟକ ଅଫିସ,୩୦ା୧୦:ବିଭିନ୍ନ ଦାବି ନେଇ ପ୍ରାୟ ୨ମାସ ହେବ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ…
ଶ୍ରୀମନ୍ଦିର ସୁରକ୍ଷା ଜୋନ:ପୁଣି ଜମି ହସ୍ତାନ୍ତର କଲେ ୨ ପରିବାର
ପୁରୀ ଅଫିସ,୩୦ା୧୦:ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ସରକାର ଜମି ଅଧିଗ୍ରହଣ ଆରମ୍ଭ କରିଛନ୍ତି। ଗତ ୨୧ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକ୍ରି କରିଥିବାବେଳେ ପରେ ୧୧ ପରିବାର ଜମି ହସ୍ତାନ୍ତର କରିଥିଲେ। ପୁନଶ୍ଚ ଏହି ଧାରା ଜାରି ରହିବା…
ଏସ୍ସିବିରେ ୫୮ ଡେଙ୍ଗୁ ରୋଗୀ
କଟକ ଅଫିସ,୩୦ା୧୦: ଏସ୍ସିବି ମେଡିକାଲରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫୮ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫୨ଜଣ ୱାର୍ଡରେ ଓ ୬ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଅଦ୍ୟାବଧି ଏସ୍ସିବିରେ ମୋଟ ୧୨୭୧ ଜଣ ଡେଙ୍ଗୁ ଆକ୍ରାନ୍ତ…
ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ
ପାପଡାହାଣ୍ଡି,୩୦।୧୦(ଡି.ଏନ.ଏ.): ଆଜିର ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବାବେଳେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟ୍ୟୁଷିତ ଜିଲାରେ ଗୁଣି ଗାରେଡି ସନ୍ଦେହରେ ଏକ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ମଙ୍ଗଳବାର…
ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ
ଭଦ୍ରକ ଅଫିସ, ୩୦ା୧୦:ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ବୁଧବାର ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବୁଧବାର ଦିନ ତମାମ ମା’ଙ୍କର ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପ୍ରବଳ ଭିଡ ଲାଗି ରହିଛି। ଭକ୍ତମାନେ ଧାଡି ବାନ୍ଧି…

