ନୂଆପଦର ସରପଞ୍ଚଙ୍କ ପଦବୀ ରଦ୍ଦ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୧୧- ୨ରୁ ଅଧିକ ସନ୍ତାନ ଥାଇ ନିର୍ବାଚନ ଲଢ଼ିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୂଆପଦର ସରପଞ୍ଚ ଲାଲୁ କହଁରଙ୍କୁ ମହଙ୍ଗା ପଡିଛି । ଏନେଇ ଆଗତ ଏକ ମାମଲାର ବିଚାର କରି ଜିଲାପାଳ ଡା. ବୃନ୍ଦା ଡି.…
ନିଶା ଦେଇ ୩ ଯାତ୍ରୀଙ୍କ ଠାରୁ ଲୁଟ୍ : ବଜ୍ରଗଡ଼ ପାହାଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ
ଭଞ୍ଜନଗର,୧୧।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବଜ୍ରଗଡ଼ ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ଗ୍ରାମ ନିକଟସ୍ଥ ପାହାଡ଼ ତଳୁ ୩ଜଣ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଞ୍ଜନଗର ହସ୍ପିଟାଲକୁ ପଠାଯାଇଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ…
ବାଇକ ମୁହାଁମୁହିଁ, ଜଣେ ମୃତ
ଶେରଗଡ଼,୧୧ା୧୧(ଡି.ଏନ୍.ଏ.)- ଶେରଗଡ଼ ବ୍ଲକ ଧବଳପୁର ଷୋଳଶଳା ଗ୍ରାମ ରାସ୍ତାରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୨ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଗଡ଼ ଥାନା ଖାରିପଲ୍ଲି ଗ୍ରାମର ସରୋଜ କୁମାର ସ୍ବାଇଁ। ଅନ୍ୟଜଣେ…
ଶୁଣିଲାନି ପୂର୍ତ୍ତ ବିଭାଗ: ରାସ୍ତା ମରାମତି କଲେ ଅଟୋ ଚାଳକ
ଗୋପ,୧୧।୧୧(ଡି.ଏନ୍.ଏ.)- ଗୋପ-କୋଣାର୍କ ପୂର୍ତ୍ତ ରାସ୍ତାର ଗୋପ ବଜାରରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏଥିଲାଗି ଅଧିକାଂଶ ସମୟରେ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି। ବାରମ୍ବାର ଅଭିଯୋଗସତ୍ତ୍ୱେ ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାବେଳେ ସୋମବାର ଜନୈକ ଅଟୋ ଚାଳକ…
୧୦୦ ଅଭିଯୋଗ ଶୁଣିଲେ ଜିଲାପାଳ
ବାଲିଅନ୍ତା,୧୧ା୧୧(ଡି.ଏନ୍.ଏ.): ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସୀତାଂଶୁ କୁମାର ରାଉତ ଯୋଗଦେଇ ୧୦୦ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ । ଏଥିରେ ୯୭ଟି ବ୍ୟକ୍ତିଗତ ଓ…
ମିଳୁନି ପୂର୍ବ ବର୍ଷର ବୀମାରାଶି: ଚାଷୀ କରିବେ ରାସ୍ତାରୋକୋ
ଆରଡ଼ି, ୧୧।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ସମବାୟ ସମିତି ଅଧୀନ ଚାଷୀମାନଙ୍କୁ ପୂର୍ବବର୍ଷର ବୀମାରାଶି ଏଯାଏ ମିଳିନାହିଁ। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏ ନେଇ ଆଲୋଚନା କରାଯାଉଥିଲେ ମଧ୍ୟ…
ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ
ସାକ୍ଷୀଗୋପାଳ,୧୧।୧୧(ଡି.ଏନ୍.ଏ): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମା’ ଓ ଶିଶୁଙ୍କର ଉପଯୁକ୍ତ ଯତ୍ନ ଲାଗି…
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର
ଦେବଗଡ଼,୧୧।୧୧(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ସୋମବାର ସକାଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଲୁଲଙ୍ଗ ପଞ୍ଚାୟତର ବଡ଼କୁଦ ବାସିନ୍ଦା ଶନିଆ କୁଦର(୬୫)। ଆଜି ସକାଳେ ସେ ବିଲକୁ ଯାଉଥିବା…
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ : ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ
ବିଜେପୁର,୧୧।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଭୂମିହୀନଙ୍କୁ ଜମି ପଟ୍ଟା ସହ ଭତ୍ତା ଏବଂ…
କାର୍ତ୍ତିକ ଶେଷ ସୋମବାର : ଦୂତିକେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଓଡ଼ଗାଁ,୧୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ନିକଟସ୍ଥ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର୍ରୁ ଭକ୍ତମାନେ ଧାଡ଼ିରେ ଠିଆ ହୋଇ ବାବାଙ୍କ ଦର୍ଶନ କରିଛନ୍ତି। ମନ୍ଦିର ଟ୍ରଷ୍ଟି ପକ୍ଷରୁ ଲୋକଙ୍କ ସମାଗମ…
ଭୁବନେଶ୍ୱର ଚାଲାଣ ବେଳେ ମଦ ଜବତ: ଡ୍ରାଇଭର, ବେପାରୀ ଅଟକ
ବନ୍ତଳା,୧୧।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର-ବନ୍ଦଣପଶି ରାସ୍ତାରେ ସୋମବାର ପୋଲିସ ଚଢ଼ାଉ କରି ୩୦୦ ଲିଟର ମଦ ଜବତ କରିଛି। ବେଆଇନ ମଦ ଚାଲାଣ କାରବାରରେ ସମ୍ପୃକ୍ତ ଏକ ସ୍କର୍ପିଓ ଗାଡ଼ି (ଓଆର୍ ୦୨ ଏଏ୦୫୮୬)କୁ ଜବତ କରାଯାଇଛି।…
ଆଇତିପୁରରେ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା
ମହାକାଳପଡ଼ା,୧୧।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼କୂଳ ପଞ୍ଚାୟତ ଆଇତିପୁର ଗ୍ରାମର କାଙ୍ଗାଳି ପ୍ରଧାନଙ୍କ ଘରେ ସୋମବାର ପୂର୍ବାହ୍ନରେ ନିଆଁ ଲାଗି ଦୁଇ ବଖରା ଜଳିଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ସହିତ ଧାନଚାଉଳ ପୋଡ଼ି ପାଉଁଶ ହୋଇଯାଇଛି। ରୋଷେଇ…

