ଆମ ଜିଲା ଖବର

ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପରିବାର ୫ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

କାକଟପୁର,୧୨।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ପ୍ରତ୍ୟୁଷରୁ ଅଞ୍ଚଳର ଆବାଳ ବୃଦ୍ଧବନିତା ନଦୀ ଏବଂ ପୁଷ୍କରିଣୀରେ ଡଙ୍ଗା ଭସାଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି। ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ ଅଞ୍ଚଳଦେଇ ପ୍ରବାହିତ ପ୍ରାଚୀ, କାଦୁଆ, ଦେବୀ ନଦୀର…

ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର

ଜେନାପୁର,୧୧।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ଖବରପାଇ ବନ ବିଭାଗ…

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖ ଅର୍ଥାତ୍‌ ବୁଧବାରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମା। ଏହା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…

ବାଇକ୍‌ -ସ୍କର୍ପିଓ ମୁହାଁମୁହିଁ : ୩ ଗୁରୁତର; ଟାୟାର ଜାଳି ରାସ୍ତା ଅବରୋଧକଲେ ଲୋକେ

ପରଜଙ୍ଗ,୧୨।୧୧(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅ ଝରଣ ପୂର୍ତ୍ତବିଭାଗ ରାସ୍ତାର ମହୁଲା ଛକ ନିକଟରେ ମଙ୍ଗଳବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ (ଓଆର୍‌ ୧୯ ଏଚ୍‌ ୦୦୮୧) ସହ ବାଇକ୍‌ (୦୬ ବି…

ଜାହାନିଆଁରେ ବାଲିଯାତ୍ରା: ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର, ୧୨।୧୧(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲା ଅସ୍ତରଙ୍ଗ ଉପକୂଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସର୍ବଧର୍ମ ସମନ୍ବୟ ପୀଠ ଜାହାନିଆଁଠାରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା। ପ୍ରତ୍ୟୁଷରୁ ହଜାର ହଜାର ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ ଜାହାନିଆଁରେ ପହଞ୍ଚି ଜାହାନିଆଁ…

ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଙ୍ଗଳବାର ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା…

ଆ କା ମା ବୈ ଧ୍ୱନିରେ ମୁଖରିତ ଇବ୍‌ ନଦୀ: ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ସୁନ୍ଦରଗଡ଼ ଜିଲାର ବିଭିନ୍ନ ନଦୀ, ପୁଷ୍କରିଣୀ, ଜଳାଶୟଗୁଡିକରେ ଶ୍ରଦ୍ଧାଳୁମାନେ ପ୍ରତ୍ୟୁଷରୁ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି । ସହର ଦେଇ ପ୍ରବାହିତ ଇବ୍‌ ନଦୀ କୂଳରେ ଶହ ଶହ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିବା…

ଡଙ୍ଗାଭସା ହେଲା କାଳ: ନାଗାବଳୀ ନଦୀରେ ଭାସିଯାଇ ଛାତ୍ର ମୃତ

ରାୟଗଡ଼ା ଅଫିସ, ୧୨।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲାରେ। ମୃତକ ହେଲେ ୟୁଜିଏମ୍‌ଆଇଟିର ଡିପ୍ଲୋମା ଛାତ୍ର ସୁମନ ବେହେରା। ତାଙ୍କ…

ଜିଲା ପୋଲିସ ମୁଖ୍ୟାଳୟକୁ ବଡ଼ସାହି ଥାନା ଅଧିକାରୀଙ୍କ ବଦଳି

ବାରିପଦା ଅଫିସ,୧୨।୧୧: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବଡ଼ସାହି ଥାନାର ସମସ୍ତ ଦାୟିତ୍ୱ ସବ୍‌ଇନ୍ସପେକ୍ଟର ମଞ୍ଜୁଲତା ଧଡାଙ୍କୁ ପ୍ରଦାନ କରାଯାଇଛି। ଏ ନେଇ ଏସ୍‌ପି ପରମାର…

କାର୍ତ୍ତିକ ପୂର୍ଣ୍ଣିମା: କାଞ୍ଚି ଅଭିଯାନ ବେଶରେ ଦର୍ଶନଦେଲେ ଶ୍ରୀରଘୁନାଥ ଜୀଉ

ଓଡ଼ଗାଁ, ୧୨।୧୧(ସ୍ବ. ପ୍ର.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ ଓଡ଼ଗାଁରେ ବିଜେ ଶ୍ରୀରଘୁନାଥ ଜୀଉ, ଶ୍ରୀରାଧାକାନ୍ତ, ହେମାମାଳି ଠାକୁରାଣୀ, ସତ୍ୟସାଇ ମନ୍ଦିର, ମହାଦେବ ମନ୍ଦିର ଆଦି ବୁଲି…

ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ

ଆରଡି,୧୨।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଶେଷ କରିଛନ୍ତି । ମଙ୍ଗଳବାର ଭୋର ସମୟରେ ମଙ୍ଗଳ ଆଳତି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?