ଆମ ଜିଲା ଖବର

୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୧୯ା୯-ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ନିରଞ୍ଜନ କୁମାର ଜେନା ୬ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କୁକୁଡଡାଖଣ୍ଡି ବ୍ଲକ ହୁଗୁଳାପଟା…

ହୋଇନି ୩ ହଜାର ଗାଈ, ମଇଁଷିଙ୍କ ଟ୍ୟାଗିଂ

ବ୍ରହ୍ମପୁର ଅଫିସ,୧୯ା୯-ବ୍ରହ୍ମପୁର ସହରରେ ବୁଲା ଗୋରୁ, ମଇଁଷି ବିଶେଷ ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସେମାନଙ୍କୁ ରାସ୍ତାରୁ ଉଠାଇବା ଦିଗରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟରାସ୍ତାରେ ଅବାଧ ବିଚରଣ କରୁଥିବା ଗାଈ, ମଇଁଷିଙ୍କୁ…

ମହିଳାଙ୍କୁ ମାଡ଼ ଘଟଣା, ଫେରାର୍‌ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୯ା୯(ଡି.ଏନ.ଏ.)-ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡ଼ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ କୋର୍ଟଚାଲାଣ କରିଛି।ସନ୍ଧ୍ୟାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ୯ ତାରିଖ…

କେନ୍ଦୁଝରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

କେନ୍ଦୁଝର, ୧୯ା୯ (ସ୍ବ.ପ୍ର./ଡି.ଏନ.ଏ.)-ଓଡିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବୁଧବାର କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଦରବାର ହଲଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ।…

ସ୍କୁଟି ଡିକିରୁ ଲୁଟିନେଲେ ୪୦ହଜାର

ବଡ଼ସାହି,୧୯ା୯(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରରେ ଥିବା ବ୍ୟାଙ୍କ ସମ୍ମୁଖ ଏକ ସ୍କୁଟି ଡିକିରୁ ବୁଧବାର ଦୁବୃର୍ତ୍ତମାନେ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି…

ଅପହର୍ତ୍ତାଙ୍କ କବଳରୁ ମୁକୁଳିଲେ ଯୁବକ

ବାରିପଦା ଅଫିସ,୧୯ା୯- ମୟୂରଭଞ୍ଜ ଜିଲା ଦେଉଳି ନିକଟରେ ବୁଧବାର ଟାଉନ ପୋଲିସ ଚଢ଼ାଉ କରି ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣକ ହେଲେ ବାଲେଶ୍ୱର ଜିଲା କମର୍ଦ୍ଦା ଅଞ୍ଚଳର ଅଞ୍ଜନ ଦାସ। ସଦର ଏସ୍‌ଡିପିଓ କେ.ପି ପଟ୍ଟନାୟକଙ୍କ…

ବ୍ୟାଟେରି ଚୋରି ଘଟଣା: ୪ ଅଭିଯୁୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୧୯ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବାଦାମପାହାଡ ସ୍ଥିତ ଯୁକ୍ତ ୨ ବିଜ୍ଞାନ କଲେଜ ପରିସରରୁ ଗତ ଅଗଷ୍ଟ ୨୧ ତାରିଖରେ ୮ଟି ସୋଲାର ବ୍ୟାଟେରି ଚୋରି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…

୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର କରାମତି କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀମାନେ…

ବାଲିଆପାଳରେ ବୃଦ୍ଧି ପାଉଛି ଡେଙ୍ଗୁ ଜ୍ୱର: ୨୮ଜଣଙ୍କ ରକ୍ତ ନମୁନା ସଂଗ୍ରହ

ବାଲିଆପାଳ,୧୯।୯(ଡି.ଏନ.ଏ.)-ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଏବେ ଡେଙ୍ଗୁ ଜ୍ୱର ବୃଦ୍ଧି ପାଉଛି ା ଏ ନେଇ ସାଧାରଣ ଲୋକଙ୍କ ଭିତରେ ନାନା ଆଶଙ୍କା ପ୍ରକାଶ ପାଇଛି। ଅଳାଡିହା ପଞ୍ଚାୟତର ଜଣେ ଯୁବତୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ କଟକ ବଡ ମେଡିକାଲରେ ଚିକିସତ୍ାଧୀନ…

ନିଶ୍ଚିହ୍ନ ହୋଇଗଲା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟ୍‌

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀଠାରେ ଥିବା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟକୁ ଉଠାଇ ଦିଆଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାରିଶୂଆ ପାହାଡରୁ ଆସୁଥିବା ଲଘୁ ଖଣିଜ ଦ୍ରବ୍ୟ, ବନ୍ୟଜାତ ସାମଗ୍ରୀ ଇତ୍ୟାଦି…

ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ ବିଦ୍ୟାଳୟରେ ଏକୁଟିଆ କରାଯାଇଥିବା ନେଇ ବାସନ୍ଦ ପରିବାର ମଙ୍ଗଳବାର ବିଇଓଙ୍କ ସହିତ ଆଲୋଚନା କରଥିଲେ।…

ଅବକାରୀ ଚଢାଉ, ୬ ଗିରଫ

ବଇଣ୍ଡା,୧୮ା୯(ଡି.ଏନ.ଏ): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୮୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼ ଥାନା ରାଜିଙ୍ଗ ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri