ଆମ ଜିଲା ଖବର

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୬ା୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ପଲାବ୍ରୁଡି ପଞ୍ଚାୟତ ମୁସେଲିପାଂଗା ରାସ୍ତା ମାଝିପଡା ଗ୍ରାମରେ ଚଢ଼ାଉ କରି ଏକ ପିକ୍‌ଅପ ଭ୍ୟାନରୁ ୧୦୩ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ…

୧୩୦ ଏକର ଗଞ୍ଜେଇ ଗଛ ନଷ୍ଟ

ଫିରିଙ୍ଗିଆ,୧୬ା୧୧: ଫିରିଙ୍ଗିଆ ଥାନା ଅଞ୍ଚଳରେ ଶନିବାର ୧୩୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୁଲ୍ୟ ୧୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ ଗଛ ଲଗା ଯାଇଥିବା ଜାଣିବା ପରେ…

୩ ଶିକାରୀ ଗିରଫ, ୨ ବନ୍ଧୁକ ଜବତ

ଔପଦା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବନବିଭାଗ ତରଫରୁ ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଶିକାରୀଙ୍କୁ ଗିରଫ କରାଯିବା ସହିତ ୨ଟି ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯାଇଛି। ସେମାନେ ହେଲେ ବନ୍ଦସାହି ଗ୍ରାମର ଅଜୟ ନାଇକ (୨୨), ବାଙ୍ଗରୁ ନାଇକ (୨୪), ଦାଢ଼ିଆସାହି…

ଲୁଟେରାଙ୍କୁ କାବୁ କରି ନିର୍ଧୁମ୍‌ ମାଡ଼: ୨ ଗିରଫ, ବାଇକ୍‌ ଜବତ

ରୂପ୍‌ସା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରେ ଶନିବାର ସ୍ଥାନୀୟ ଲୋକେ ୨ଜଣ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଛନ୍ତି। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ସଦଳବଳେ ପହଞ୍ଚତ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଆଙ୍କୋ ଗ୍ରାମର…

ବାଲିଗୁଡ଼ା ଏନ୍‌ଏସି: ହୋଇପାରିଲାନି ଅନାସ୍ଥା, କାଏମ ରହିଲା ୨ ପଦବୀ

ବାଲିଗୁଡ଼ା,୧୬।୧୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ବିରୋଧରେ ବିଜେଡିର ୭ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଶନିବାର ବାଲିଗୁଡା ଏନ୍‌ଏସି ପରିସରରେ ପୂବାହ୍ନ ୧୦ଟାରେ ଅଧ୍ୟକ୍ଷା ନିର୍ବାଚନ ପାଇଁ…

୪ ଦଫା ଦାବି ନେଇ ସିମୁଳିଆ ଥାନା ସମ୍ମୁଖରେ ଭାଜପାର ଗଣଧାରଣା

ସିମୁଳିଆ,୧୬।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଭାଜପା ପକ୍ଷରୁ ଶନିବାର ମଧ୍ୟାହ୍ନରେ ୪ ଦଫା ଦାବି ନେଇ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଭାଜପା ସମର୍ଥକ ଓ ଦଳୀୟ କର୍ମୀ ମନ୍ତ୍ରୀଙ୍କ…

ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ପ୍ରକାଶିତ ଭୁଲତଥ୍ୟ ପ୍ରତିବାଦରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଣ୍ଟାପଡା,୧୬।୧୧(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଆ ପତ୍ରିକା ‘ଆମ ବାପୁଜୀ ଏକ ଝଲକ’ରେ ଗାନ୍ଧିଜୀଙ୍କ ମୃତ୍ୟକୁ ଆକସ୍ମିକ ବୋଲି ଦର୍ଶାଯାଇଥିଲା। ଏହାର ପ୍ରତିବାଦରେ ଗ୍ରାମୀଣ ସେବକ ସମାଜ ପକ୍ଷରୁ କଣ୍ଟାପଡା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଭଙ୍ଗା ହେଲା ସ୍ମିତାରାଣୀ ବ୍ୟବହାର କରୁଥିବା ଲକର୍‌: କାଗଜପତ୍ର ଯାଞ୍ଚ କରୁଛନ୍ତି ଅଧିକାରୀ

ଧର୍ମଶାଳା, ୧୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଶନିବାର ବ୍ଲକ ପରିସରରେ ସେ ବ୍ୟବହାର କରୁଥିବା ଲକର୍‌କୁ ଭଙ୍ଗାଯାଇଛି। ମାଜିଷ୍ଟ୍ରେଟ୍‌ ତଥା…

ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା, ଝିଟିପିଟି: ଧର୍ମଶାଳା ବ୍ଲକର ୨ ସ୍କୁଲର ୫୦ ପିଲା ଅସୁସ୍ଥ

ଧର୍ମଶାଳା, ୧୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୨ଟି ସ୍କୁଲର ମଧ୍ୟାହ୍ନଭୋଜନ ଖାଇ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ବ୍ଲକ ଅନ୍ତର୍ଗତ ସିବନ୍ତପୁର ଉପ୍ରା ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ୩୦ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ…

ଗୋପାଳପୁର ବେଳାଭୂମି ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ରାସ୍ତାକୁ ଦୀର୍ଘବର୍ଷ ଧରି ଜବରଦଖଲକାରୀ କବ୍‌ଜାରେ ରଖିଥିଲେ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଳାଭୂମିର ଉନ୍ନତୀକରଣ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଉକ୍ତ ରାସ୍ତାରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ…

ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭଦ୍ରକ ଅଫିସ,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଜିଲା ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରାଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ପି.ଡି. ମଧୁସୂଦନ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ…

ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: ୫ରୁ ମିଳିବ ଟିକେଟ

କଟକ ଅଫିସ,୧୬।୧୧: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିଲାଗି ଡିସେମ୍ବର ୫ ତାରିଖରୁ ଅନ୍‌ଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ସେହିଭଳି ୧୯ରେ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?