ଅବାଧରେ ଚାଲିଛି ମୋରମ ଚାଲାଣ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ପୋଲିସ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏହାକୁ ରୋକିବା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହଁି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବିଭିନ୍ନ ସଂଗଠନ ଓ ଯୁବକ ସଂଘ ତରଫରୁ ଚେତାବନୀ ଦିଆଯାଇଛି।
ଉଲ୍ଳେଖନୀୟ ଯେ, ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରୁ ଦୈନିକ ରାତିରେ ମୋରମ ବୋଝେଇ ଗାଡି ରୂପ୍‌ସା ରାସ୍ତା ଦେଇ ୬୦ନଂ. ଜାତୀୟ ରାଜପଥକୁ ଚଳାଚଳ କରୁଛି। ଭାରିଯାନ ଚଳାଚଳ ଯୋଗୁ ବୈଶିଙ୍ଗା-ରୂପ୍‌ସା ରାସ୍ତା ଓ ରୂପ୍‌ସା-ବସ୍‌ଷ୍ଟାଣ୍ଡ ରାସ୍ତା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଅପରପକ୍ଷେ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ମୋରମ ବେପାରୀଙ୍କୁ ସୁଯୋଗ ଦିଆଯାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପୂର୍ବରୁ ବସ୍ତା ତହସିଲ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତର ଲଛମନଖୁଣ୍ଟା ମୌଜା ଅଞ୍ଚଳରୁ ଅବାଧରେ ବର୍ଷକୁ ପ୍ରାୟ କୋଟିଏ ଟଙ୍କାର ମୋରମ୍‌ ଲୁଟ୍‌ ହେଉଥିଲା। ପଞ୍ଚାୟତ ତରଫରୁ ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଏହାକୁ ବିରୋଧ କରିବା ପରେ ପ୍ରଶାସନ ବାଧ୍ୟ ହୋଇ ସେଠାରେ ୧୪୪ ଧାରା ଜାରି କରିବା ସହ ମୋରମ ଚାଲାଣକୁ ବନ୍ଦ କରିଛି। ହେଲେ ମୋରମ ବ୍ୟବସାୟୀମାନେ ଏବେ ମୟୂରଭଞ୍ଜ ଅଞ୍ଚଳରୁ ମେଶିିନ ଯୋଗେ ମୋରମ ଖୋଳି ବାଲେଶ୍ୱର, ମୟୂରଭଞ୍ଜ ଜିଲା ସମେତ ପଡୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ଦେଖାଯାଉଛି। ପ୍ରଶାସନ ସବୁ ଜାଣିଶୁଣି ନୀରବ ରହିବା ନେଇ ସାଧାରଣରେ ନାନା ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସଦର ତହସିଲ୍‌ଦାର ପଞ୍ଚାନନ ପାତ୍ରଙ୍କୁ ପଚରାଯିବାରୁ ବେଆଇନ ମୋରମ ଚାଲାଣ ରୋକିବା ଦିଗରେ ବିଭାଗ ତରଫରୁ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri