ସାତକୋଶିଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଗଣିଆ, ୨୮।୧୨(ଡି.ଏନ.ଏ.): ନୂଆ ବର୍ଷ ପାଖେଇ ଅସୁଥିବା ବେଳେ ଧୀରେ ଧୀରେ ସାତକୋଶିଆରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ସାଉଥ୍‌ ବଡମୂଳ ଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଭରପୂର ମଜା ଉଠାଇବା ପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସୁଥିବା ଦେଖିବାକୁ ମିଳିଛି। ଏପରି କି ସାତକୋଶିଆ ପ୍ରବେଶ ପଥ ଛାମୁଣ୍ଡିଆ ଚେକ୍‌ନାକାଗେଟଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ କାର,ବସ୍‌, ଟ୍ରାଭେଲର ପରି ଗାଡି ଗହଳି ଲାଗି ରହୁଛି। ଏଥିସହ ଏକ୍ସ ମାସ ଛୁଟି ଥିବାରୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀମାନେ ନିଜ ନିଜ ପରିବାର ସହ ବଣଭୋଜିର ଆସର ଜମେଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳର ମଣିଭଦ୍ରା ପର୍ବତର ପାଦଦେଶ ମା’ କଳାପାଟ ପୀଠ ଠାରୁ ଆରମ୍ଭ କରି ବଡମୂଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମହାନଦୀ କୂଳରେ ଭିଡ ଜମାଉଛନ୍ତି। ସେହିପରି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟରେ ଜାନୁୟାରୀ ୧୦ତାରିଖ ପର୍ଯ୍ୟନ୍ତ ସମସ୍ତ କଟେଜ ଅଗ୍ରିମ ଭାବେ ଅନଲାଇନ ଯୋଗେ ବୁକିଂ ହୋଇସାରିଥିବା ପର୍ଯ୍ୟଟନ କେନ୍ଦ୍ର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। ବଣଭୋଜି ସହ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ଉପଭୋଗ କରିବା ସାଙ୍ଗକୁ ସା୍ୟଣ୍ଡ ରିସୋର୍ଟରେ ବୁଲୁଛନ୍ତି। ଏଥିସହ ସାତକୋଶିଆ ଗଣ୍ଡରେ ବୋଟିଂର ଭରପୂର ମଜା ଉଠାଉଛନ୍ତି । ତେବେ ପ୍ରାକୃତିକ ପରିବେଶ ସହ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ଏହି ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ର ପର୍ଯ୍ୟଟକମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏହି ପର୍ଯ୍ୟଟନ କେନ୍ଦ୍ର ଉତ୍ତରରେ ଅନୁଗୋଳ ଓ କଟକ ଜିଲାର ସୀମାନ୍ତରେ ଥିବା ବାଇଗଣୀ ପାହାଡ ଏବଂ ଦକ୍ଷିଣରେ ବୌଦ୍ଧ ଏବଂ ନୟାଗଡ ଜିଲାର ସୀମାନ୍ତରେ ଥିବା ସୁନାଖଣିଆ ପାହାଡର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା ା ସତେ ଯେପରି ଏହି ୨ ପାହାଡର ବୁକୁ ଚିରି କଳକଳ ନାଦ କରି ବହିଯାଉଥିବା ମହାନଦୀର ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ସନ୍ତରଣ କରୁଥିବା ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀମାନେ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କୁ ଆନମନା କରିଦେଇଥାନ୍ତି। ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ତୁଳନାରେ ବଣଭୋଜି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପିଣ୍ଡି ଓ ପାନୀୟଜଳ ଯୋଗାଣ ବ୍ୟାବସ୍ଥାର ସୁବିଧା ନ ଥିବାରୁ ଅନେକ ପର୍ଯ୍ୟଟକ ନିରାଶାରେ ମୁହଁ ଫେରାଇ ମଣିଭଦ୍ରାଠାରେ ଭୋଜି କରୁଥିବା ଜଣାପଡିଛି। ଏଠାକୁ ଦିନବେଳା ଆସୁଥିବା ପର୍ଯ୍ୟଟକମାନଙ୍କ ବଣଭୋଜି ପାଇଁ ଅନେକ ଭିତ୍ତିଭୂମି ରହିଥିଲେ ମଧ୍ୟ ପର୍ଯ୍ୟଟନ ଭିଭାଗ କିମ୍ବା ବନ୍ୟପ୍ରାଣୀ ବିଭାଗ ତରଫରୁ ସେହିଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ ା ତେବେ ପର୍ଯ୍ୟଟନସ୍ଥଳୀର ବିକାଶ ଘଟିଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଥିବା ବେଳେ ବାସ୍ତବରେ ଏଥିପ୍ରତି କୌଣସି ପ୍ରଶାସନିକ ଦୃଷ୍ଟି ପଡୁ ନ ଥିବା କୁହନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ କୁମୁଦ ବେହେରାଙ୍କ ସମେତ ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri