ଧସୁଛି ନଦୀବନ୍ଧ ପଥର ପ୍ୟାକିଂ
ଧାମନଗର, ୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ପଙ୍ଗଟା ସେଠୀସାହି ନିକଟ ଦାଣ୍ଡିମାହାରାଠାରେ ବୈତରଣୀର ଶାଖା କୋଚିଳା ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ପଥର ପ୍ୟାକିଂ କ୍ରମାଗତ ଭାବେ ଧସିଚାଲିଛି। ଏନେଇ ନଦୀର ଗତିପଥ ବଦଳିବା ଆଶଙ୍କାରେ ଗ୍ରାମବାସୀ ଦିନ…
କରଞ୍ଜିଆ ଏନଏସି : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଠାକୁରମୁଣ୍ଡା,୪ା୧୨(ଡି.ଏନ୍.ଏ.)- କରଞ୍ଜିଆ ଏନଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କେତେକ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୀର୍ଘ ୯ ବର୍ଷ ଧରି ଜିପିଏଫ ଓ ଇପିଏଫ ଅର୍ଥ ଜମା ନେଇ କୌଣସି…
ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ
ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ୧୩ ଜଣ ଇନ୍ସପେକ୍ଟରଙ୍କୁ ଏଥିରେ ଅଦଳ ବଦଳ କରାଯାଇଛି। ରେଞ୍ଜ ପୋଲିସ…
ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍ୟୁରେ ନିଆଁ
ବାରିପଦା ଅଫିସ,୪ା୧୨- ବାଲେଶ୍ୱର -ବାଙ୍ଗିରିପୋଷି ଡିଏମ୍ୟୁ ଟ୍ରେନ୍ର ବ୍ୟାଟେରି ବକ୍ସରେ ମଙ୍ଗଳବାର ନିଆଁ ଲାଗିଛି। ଶର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିଯୋଗୁ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ…
ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ
ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରି ଏକ ମାସ ହେବ ବାହାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି…
ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍
ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ ନାଲି ଆଖି ଦେଖାଇ ନୌକାରେ ଶକ୍ତିଶାଳୀ ସ୍ବମ୍ପପମ୍ପ ବ୍ୟବହାର କରି ବାଲି ଲୁଟ୍ କରିବାକୁ…
ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ
ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ମଙ୍ଗଳବାର ରାତ୍ରୀକାଳିନ ପରୀକ୍ଷଣ କରାଯାଇଥିଲା। ସନ୍ଧ୍ୟା ୭ଟା ୪୮ ମିନିଟ୍ ସମୟରେ କ୍ଷେପଣାସ୍ତ୍ରର ଉତ୍କ୍ଷେଣ…
ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା; ୨୦ ଦିନରେ ଚାର୍ଜଶିିଟ୍ ପ୍ରସ୍ତୁତ କରାଯିବ: କେନ୍ଦ୍ରାଞ୍ଚଳ ଡିଆଇଜି
ପୁରୀ ଅଫିସ, ୩ା୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ (ସି-୪୫୦) ଏବଂ ପୁରୀ ସଦର ଥାନା ଅନ୍ତର୍ଗତ ଆରିଡ଼ା ଗ୍ରାମର ରାଜା…
ଧାରଣା ସ୍ଥଳରେ ଟଳିପଡିଲେ ଶିକ୍ଷକ: ମୟୂରଭଞ୍ଜ ଜିଲା ଗଣଶିକ୍ଷକ ସଂଘ ସଭାପତି ଥିଲେ; ଅଧୁରା ରହିଗଲା ଦାବି ପୂରଣ
ଭୁବନେଶ୍ୱର,୨ା୧୨(ବ୍ୟୁରୋ)/କୁଆମରା/ଖୁଣ୍ଟା(ଡି.ଏନ୍.ଏ) – ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍ଜିର ଆନ୍ଦୋଳନସ୍ଥଳରେ ଅନ୍ୟଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ କରୁଥିବା ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ୍ ଟଳିପଡିଥିଲେ ମୟୂରଭଞ୍ଜର ଶିକ୍ଷକ ନିରଞ୍ଜନ ବାରିକ। ସେଠାରେ…
ପରିବେଶ ପର୍ଯ୍ୟଟନ ଗ୍ରାମ ବାଢୁନଝରିଆ ସରଫଗଡ : ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମୁଛି ଗହଳି
ଲେଫ୍ରିପଡା, ୩।୧୨(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ରହିଛି ସରଫଗଡ ପରିବେଶ ପର୍ଯ୍ୟଟନ ସ୍ଥଳୀ। ସ୍ଥାନୀୟ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପାଣ୍ଠିରୁ ଗତ ୨୦୧୬ ମସିହାରେ ଏହା ନିର୍ମାଣ ଆରମ୍ଭ କରାଯାଇ…
ମଦ ଜବତ, ୨ ଗିରଫ
ବଇଣ୍ଡା,୩।୧୨(ଡି.ଏନ.ଏ.)-ହଣ୍ଡପା ଓ ବଇଣ୍ଡା ଫାଣ୍ଡି ପୋଲିସ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ଜବତ କରିବାସହ ୨ ଜଣଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟଚାଲାଣ କରିଛି। ଧଉରାଗୋଠ ଗ୍ରାମରେ ଚଢାଉ କରି ଦେବଶ୍ରୀ ପ୍ରଧାନଙ୍କ ଘରୁ ୪ ଲିଟର, କଦଳୀମୁଣ୍ଡା…
ମଧ୍ୟାହ୍ନଭୋଜନ ଯାଞ୍ଚ କଲେ ବିଧାୟକ
ଛେଣ୍ଡିପଦା,୩।୧୨(ସ୍ବ.ପ୍ର)-ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଙ୍ଗଳବାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିଲେ। ଏହି ଅବସରରେ ଏକ ନୂତନ ଶ୍ରେଣୀ ଗୃହକୁ ବିଧାୟକ ଉଦ୍ଘାଟନ କରିଥିଲେ। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ…

