ଆମ ଜିଲା ଖବର

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା: ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ବନ୍ତଳା, ୭।୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ଅଭିଭାବକମାନେ ଶୁକ୍ରବାର ସକାଳେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଫଳରେ ଛାତ୍ରୀଛାତ୍ରମାନେ…

ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୭।୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ। ଶୁକ୍ରବାର ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ…

ଅନୁଗୋଳରେ ଯୋଗଦେଲେ ନୂତନ ଆର୍‌ଟିଓ

ଅନୁଗୋଳ ଅଫିସ, ୭।୧୨ – ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଭାବେ ଜିତେନ୍ଦ୍ର କୁମାର ଭୋଇ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କେନ୍ଦୁଝରରେ ଏମ୍‌ଭିଆଇ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ପୂର୍ବରୁ ଥିବା ଆରଟିଓ ଧନଞ୍ଜୟ ସେନାପତିଙ୍କ ପଦୋନ୍ନତି…

ଜାତୀୟ ତମାଖୁ ବର୍ଜନ ସଚେତନତା ‘ତମାଖୁ ସବୁଠାରୁ ମାରାତ୍ମକ’

ଢେଙ୍କାନାଳ ଅଫିସ, ୭।୧୨ – ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପରିସରରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଶୁକ୍ରବାର ମହାବିଦ୍ୟାଳୟସ୍ତରୀୟ ଜାତୀୟ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କହିଲେ,…

ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କୁ ମିଳିବ ପେନ୍‌ସନ ସୁବିଧା: ସରକାରଙ୍କୁ ହାଇକୋର୍ଟଙ୍କ ଆଦେଶ

କଟକ ଅଫିସ, ୭।୧୨: ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ ସୁବିଧା ଯୋଗାଇଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲା ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଲାଇବ୍ରେରିଆନ୍‌ ମାର୍କଣ୍ଡ ବେହେରାଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାର ଶୁଣାଣି କରି…

ବରା ଉପରେ ପିଆଜ ପ୍ରଭାବ

ଢେଙ୍କାନାଳ ଅଫିସ, ୭।୧୨ – ପିଆଜ ଦରକୁ ନେଇ ସବୁଠି ଏବେ ଚର୍ଚ୍ଚା। ରୋଷେଇ ଘରେ ସବୁଠାରୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ଶୁକ୍ରବାର ୧୬୦ ଛୁଇଁଛି। ଏହାର ପ୍ରଭାବ ପଡିଛି ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ। ଫାଷ୍ଟଫୁଡ୍‌ଠାରୁ ଆରମ୍ଭ…

ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ)-କନ୍ଧମାଳ ଜିଲାରେ ଗତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇ ନ ଥିଲା। ଏନେଇ ବିଭିନ୍ନ ବିଦ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା। ମାତ୍ର ପ୍ରମୁଖ ସମସ୍ୟା ଶିକ୍ଷକ ଅଭାବ ପ୍ରତି କେହି ଦୃଷ୍ଟି ଦେଲେନାହିଁ। ଏଭଳି ଶିକ୍ଷକ ଅଭାବ ସମସ୍ୟା ଦେଖିବାକୁ ମିଳିଛି…

ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ବାନ

ଫୁଲବାଣୀ ଅଫିସ, ୭ା୧୨-ଲୋକଙ୍କ ସମସ୍ୟା ସମାଧାନ କରିବାକୁ ହେଲେ ସରକାରଙ୍କୁ ଲୋକଙ୍କ ଆଖିରେ ହିଁ ସମସ୍ୟା ଦେଖିବାକୁ ପଡିବ। ଚାରି କାନ୍ଥ ଭିତରେ ବସି ଯୋଜନା ତିଆରି କରିଦେଲେ ଗ୍ରାମାଞ୍ଚଳରେ ଲୋକଙ୍କର ଉନ୍ନତି ହେବନାହିଁ। ଦୀର୍ଘ ୭୦ ବର୍ଷ ତଳେ ବେକାରି,…

ସ୍କୁଲ୍‌ ଅଟୋକୁ ପିଟିଲା ପିକ୍‌ଅପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୭ା୧୨-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡଠାରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ସହ ଏକ ପିକ୍‌ ଭ୍ୟାନର ମୁହଁ।ମୁହିଁ ଧକ୍କା ହୋଇଛି। ଏଥିରେ ଅଟୋ ଚାଳକ ଓ ୬ଜଣ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚାଳକ ଓ ୨…

କାର୍ଯ୍ୟରେ ଅବହେଳା, ବରଡାବିଲି ପିଇଓ ନିଲମ୍ବିତ

ଛତ୍ରପୁର,୭ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବରଡାବିଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଂଧ୍ୟା ରାଣୀ ବେହେରାଙ୍କୁ ଶୁକ୍ରବାର ଚାକିରିରୁ ନିଳମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବମାନନା ଓ ଦୁର୍ବ୍ୟବହାର ପିଇଓ ବେହେରାଙ୍କୁ ମହଙ୍ଗା ପଡିଛି ା ଗଞ୍ଜାମ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଶେରଗଡ,୭ା୧୨(ଡି.ଏନ୍‌.ଏ.)-ଶେରଗଡ ବ୍ଲକ ଅଣ୍ଡରାସିଂହ ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଭାରତୀ ନାୟକ (୨୧)। ଖବର ପାଇ ଶେରଗଡ ପୋଲିସ ପହଞ୍ଚତ୍ଥିଲା। ଭାରତୀଙ୍କ ବାପା ପାଟପୁର ବ୍ଲକ ଅନ୍ତର୍ଗତ ନରସିଂହଗଡର ପ୍ରଫୁଲ ବେହେରା…

ଅପହୃତା ନାବାଳିକା ଉଦ୍ଧାର, ନାଚ ମାଷ୍ଟର ଗିରଫ

ଭଞ୍ଜନଗର,୭।୧୨(ଡି.ଏନ୍‌.ଏ.): ବେଲଗୁଣ୍ଠା ଫାଣ୍ଡି ପୋଲିସ ଜଣେ ଅପହୃତା ନାବାଳିକାଙ୍କୁ ଶୁକ୍ରବାର ଉଦ୍ଧାର କରିବା ସହ ଅପହରଣ କରିଥିବା ନାଚ ମାଷ୍ଟରଙ୍କୁ ଗିରଫ କରିଛି। ନଂ୪୪୪।୧୯ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ, ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରୁ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?