ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ମୁନିଗୁଡ଼ା,୩।୧(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ମୁନିଗୁଡ଼ାର ଗୁପ୍ତା କଲୋନୀରେ ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନୂଆବର୍ଷରେ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଯୁବରାଜ ଚଣ୍ଡୀ (୩୦)। ସ୍ବାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ସ୍ତ୍ରୀ।
ସୂଚନା ଅନୁଯାୟୀ, ଯୁବରାଜ ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଭଡ଼ାସୂତ୍ରରେ ବୋଲେରୋ ଗାଡ଼ି ଲଗାଇ ସେଇଥିରେ ହିଁ ଡ୍ରାଇଭର ଥିଲେ। ତହସିଲ ଅଫିସରେ କିରାଣି ଥିବା ମହିଳାଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ରହିଛି। ତେବେ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ହେଉଥିଲା ା ଯୁବରାଜ ଭୋଜି ଖାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ବୁଧବାର ଅପରାହ୍ନରେ ଯୁବରାଜ ନିଖୋଜ ଥିବା ନେଇ ଏତଲା ଦେବା ପାଇଁ ତାଙ୍କ ସ୍ତ୍ରୀ ମୁନିଗୁଡ଼ା ଥାନାକୁ ଯାଇଥିଲେ। ଅନ୍ୟପକ୍ଷରେ ଯୁବରାଜଙ୍କ ମୃତଦେହକୁ ଗଜପତି ଜିଲା ଅଡ଼ବା ପୋଲିସ ଉଦ୍ଧାର କରିଥିବା ସୂଚନା ପୂର୍ବରୁ ମୁନିଗୁଡ଼ା ଥାନାରେ ପହଞ୍ଚତ୍ଥିଲା। ତେଣୁ ପୋଲିସ ସନ୍ଦେହରେ ଯୁବରାଜଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିବା ବେଳେ ସତ ବାହାରିଥିଲା। ସ୍ବାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ ଯୁବରାଜଙ୍କ ସ୍ତ୍ରୀ। ତେବେ ଏହି ହତ୍ୟାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନା, ତାହାର ଖୋଳତାଡ଼ ଚାଲିଛି। ଅଡ଼ବା ଥାନାରେ ମାମଲା ରୁଜୁ ହୋଇଥିବାରୁ ଅଭିଯୁକ୍ତ ସ୍ତ୍ରୀଙ୍କୁ ସେଠାକାର ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା ଓ ଆଇଆଇସି ରାଜେନ୍ଦ୍ର ଦେହୁରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri